ନୂତନ ନିର୍ମାଣ ଦିଗରେ ନିଷ୍ଠା ନାହିଁ

ବଇଣ୍ଡା, ୩।୫ (ପରିକ୍ଷିତ ସାହୁ): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନିମନ୍ତେ ତରବରିଆ ଉଚ୍ଛେଦ ହେଲା। ଅନୁଗୋଳ ଜିଲା କିଶୋରନଗର ବ୍ଲକର ଜାମ୍ବୁନାଳିଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ ରାସ୍ତା କଡରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ କୋଠା ଭାଙ୍ଗି ଦିଆଗଲା। ହେଲେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏସବୁ କାର୍ଯ୍ୟାଳୟ ନୂଆକରି ନିର୍ମାଣ କରାଯାଉ ନାହିଁ। ପ୍ରଶାସନିକ ଅଧିକାରୀଙ୍କ ନିଷ୍ଠା ଅଭାବରୁ ଭାଙ୍ଗି ଦିଆଯାଇଥିବା ସରକାରୀ କୋଠା ନିର୍ମାଣ ହେଉ ନ ଥିବା ବଇଣ୍ଡାବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।
ବଇଣ୍ଡାବାସୀଙ୍କ କହିବା ଅନୁଯାୟୀ, ୫୫ ନମ୍ବର ଜାତୀୟ ରାଜପଥ ୪ ଲେନ୍‌ ପାଇଁ ବଇଣ୍ଡାଠାରେ ୨୦୧୮ ମେ ୧୭ରୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ସମସ୍ତ କ୍ଷତିପୂରଣ ପଇଠ କରାଯାଇ ନ ଥିବା ସତ୍ତ୍ୱେ ତରବରିଆ ଭାବରେ ପ୍ରଶାସନ ଉଚ୍ଛେଦ କଲା। ବଇଣ୍ଡାରେ ଥିବା ଆର୍‌ଆଇ କାର୍ଯ୍ୟାଳୟ, ପ୍ରାଣୀଧନ ଚିକିତ୍ସାଳୟ, ପୂର୍ତ୍ତ ବିଭାଗ ବଙ୍ଗଳା, କିଶୋରଗଞ୍ଜ ପ୍ରାଥମିକ ବିଦ୍ୟାଳୟ, ନୁନୁକାପଶି ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର, ବଇଣ୍ଡା ଫାଣ୍ଡି, ବଇଣ୍ଡା ଛକରେ ଥିବା ଯାତ୍ରୀ ବିଶ୍ରାମାଗାର, ବଇଣ୍ଡା କଲେଜ ବିଶ୍ରାମାଗାର, ଲୁହାମୁଣ୍ଡା, ଡେବେରାପାଲି, ହଣ୍ଡପା, ବଇସିଣା, ନାକିଚି, ଫୁଲାମ୍ବା, ସରିଗିପାଲି, ଆମ୍ବପାଳ, ବାମୁର ଓ ଜାମ୍ବୁନାଳି ଯାତ୍ରୀ ବିଶ୍ରାମାଗାର ସହ ବଇସିଣା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ, ପାଗବନ୍ଧା ପ୍ରାଥମିକ ବିଦ୍ୟାଳୟ ପାଚେରି, ବାମୁର କ୍ଷୁଦ୍ରଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭାଙ୍ଗି ଦିଆଯାଇଥିଲା। ହେଲେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ପୁନଃ ନିର୍ମାଣ କରାଯାଉ ନାହିଁ। କିଛି କାର୍ଯ୍ୟାଳୟ ଭଡ଼ା ଘରେ ଚାଲିଥିବା ବେଳେ ଆଉ କିଛି ଅନ୍ୟ କାର୍ଯ୍ୟାଳୟ ସହିତ ମିଶାଇ ଖୋଲାଯାଉଛି। କିନ୍ତୁ ଏହାଦ୍ୱାରା ଲୋକଙ୍କ ଅସୁବିଧା ଦୂର ହୋଇପାରୁ ନାହିଁ। ବଇଣ୍ଡା ଠାରେ ପ୍ରାଣୀଧନ ଚିକିତ୍ସାଳୟ ପୁନଃ ନିର୍ମାଣ ହେଉ ନ ଥିବାରୁ ୪ଟି ପଞ୍ଚାୟତର ଚାଷୀ ୭ କିଲୋମିଟର ଦୂର ହଣ୍ଡପା ପ୍ରାଣୀଧନ ଚିକିତ୍ସାଳୟକୁ ନିଜ ଗୃହପାଳିତ ପ୍ରାଣୀଙ୍କୁ ଚିକିତ୍ସା ପାଇଁ ନେଉଛନ୍ତି। ସେହିପରି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପାଇଁ ୨ କୋଟି ଟଙ୍କା ମଞ୍ଜୁର ହେବା ସହିତ ଜମି ଚିହ୍ନଟ ହୋଇଥିଲେ ମଧ୍ୟ ନିର୍ମାଣରେ ବିଳମ୍ବ ହେଉଛି। ବଇଣ୍ଡା ଫାଣ୍ଡି ପଛରେ ଥିବା ସରକାରୀ ଜମିରେ ନୂତନ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ବଇଣ୍ଡା ଗ୍ରାମବାସୀ ଆଠମଲ୍ଲିକ ବିଧାୟକଙ୍କୁ ୧୫ ଜାନୁୟାରୀ ୨୦୨୧ରେ ଲିଖିତ ଭାବେ ଅବଗତ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଅନେକ ବିଶ୍ରାମାଗାର ସହ ନୂତନ ବିଦ୍ୟାଳୟ ଗୃହ ନିର୍ମାଣ କରିବା ଦାୟିତ୍ୱ ଠିକାସଂସ୍ଥା ନେଇଥିବା ବେଳେ କିଶୋରଗଞ୍ଜ ପ୍ରାଥମିକ ବିଦ୍ୟାଳୟ ନିର୍ମାଣରେ ବ୍ୟାପକ ବିଳମ୍ବ ଓ ଅତି ନିମ୍ନମାନର କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି। ସେହିପରି ବଇଣ୍ଡାଠାରେ ଡ୍ରେନ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ଯୋଗୁ ସାମାନ୍ୟ ବର୍ଷା ହେଲେ ରାସ୍ତା ପାର୍ଶ୍ୱରେ ଥିବା ଲୋକଙ୍କ ଘରେ ପାଣି ପଶିଯାଉଛି। ବାମୁର ଓ ବଇଣ୍ଡା ଠାରେ ଓଭରବ୍ରିଜ୍‌ କାମ ୪୦ ପ୍ରତିଶତ ହୋଇଥିବା ବେଳେ ମନ୍ଥର ଗତିରେ କାମ ହେଉଥିବା ଯୋଗୁ ବ୍ୟବସାୟୀମାନେ ଥଇଥାନ ହେଇପାରୁନାହାନ୍ତି। ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି।

 

ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି
ଜାତୀୟ ରାଜପଥ ପାଇଁ ଯାତ୍ରୀ ବିଶ୍ରାମାଗାରଗୁଡ଼ିକ ଭାଙ୍ଗି ଦିଆଯାଇଛି। ହେଲେ ନୂତନ ନିର୍ମାଣ କରିବାରେ ଠିକା ସଂସ୍ଥା ଗୁରୁତ୍ୱ ଦେଉ ନ ଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି l
-ଅନିରୁଦ୍ଧ ସାହୁ, ଗୁରୁଜାଙ୍ଗ
ଅଭିଯୋଗ ସତ୍ତ୍ୱେ ସୁଫଳ ମିଳୁନି
୫୫ ନମ୍ବର ଜାତୀୟ ରାଜପଥ କଡରୁ ଉଚ୍ଛେଦ କରାଯାଇଥିବା ସରକାରୀ କାର୍ଯାଳୟଗୁଡିକ ନିର୍ମାଣ ପାଇଁ ବହୁବାର ଅଭିଯୋଗ କରାଯାଇଛି। ହେଲେ କୌଣସି ସୁଫଳ ମିଳୁନାହିଁ।
-ଗରକି ଦେଓ, ନାକିଚି
ଜିଲା ପ୍ରଶାସନ ପଦକ୍ଷେପ ନେଉ
ଭଙ୍ଗାଯାଇଥିବା ସରକାରୀ କାର୍ଯ୍ୟାଳୟ ପୁନଃ ନିର୍ମାଣ ହେଉନାହିଁ। ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ତୁରନ୍ତ ପ୍ରଶାସନ ପଦକ୍ଷେପ ନେଉ।
-ଜିତେନ୍ଦ୍ର ବେହେରା, ବଇଣ୍ଡା
ଆଶ୍ରୟସ୍ଥଳ ନ ଥିବାରୁ ଯାତ୍ରୀ ହୀନସ୍ତା
ବାମୁରଠାରୁ ଜାମୁନାଳି ପର୍ଯ୍ୟନ୍ତ ରାସ୍ତା କଡ଼ରେ ଥିବା ଯାତ୍ରୀ ବିଶ୍ରାମାଗାର ଭାଙ୍ଗି ଦିଆଯାଇଛି। ଗଛଗୁଡ଼ିକୁ କାଟି ଦିଆଯାଇଛି। ଫଳରେ ଯାତ୍ରୀମାନେ ଆଶ୍ରୟ ନେଇପାରୁ ନାହାନ୍ତି।
-ନିରାକାର ସାହୁ, ଖଇରମୁଣ୍ଡା
ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ
ସମସ୍ୟାର ତର୍ଜମା କରାଯାଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ। କାହିଁକି ଭଙ୍ଗାଯାଇଥିବା କାର୍ଯ୍ୟାଳୟର ନୂତନ ନିର୍ମାଣ କରାଯାଉନାହିଁ ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ।
-ତରଣୀ ସୁନା, ଆଠମଲ୍ଲିକ ଉପଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ପାଟଣାଗଡ ୨୧।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦଶହରା ବଏଲଯାତ୍ରା ପାଇଁ ପ୍ରସ୍ତୁତି ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri