ଭିତର ରତ୍ନଭଣ୍ଡାର ଚାବିକୁ ନେଇ ହଟୁନି ଦ୍ୱନ୍ଦ୍ୱ

ପୁରୀ ଅଫିସ,୨୦।୧୧: ରତ୍ନଭଣ୍ଡାରକୁ ନେଇ ନୂଆ ବିବାଦ ଦେଖାଦେଇଛି। ପୂର୍ବରୁ ରତ୍ନଭଣ୍ଡାର ଚାବି ଘଟଣାରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକଳାପ ଉପରେ ସାଧାରଣରେ ଅନେକ ପ୍ରଶ୍ନ ଉଠିସାରିଥିବା ବେଳେ ଶୁକ୍ରବାର ଏକ ସୂଚନା ଅଧିକାର ରିପୋର୍ଟ ଏହି ଚର୍ଚ୍ଚାକୁ ପୁଣି ଖୋରାକ୍‌ ଯୋଗାଇଛି। ଚାବି ହଜିବା ଘଟଣାରେ ପୁରୀ ଜିଲା କୋଷାଗାରରୁ ୨ଟି ଭିନ୍ନ ଭିନ୍ନ ତଥ୍ୟ ନେଇ ପ୍ରଶାସନର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ସେପ୍ଟେମ୍ବର ୨୪ରେ ଜିଲା ଟ୍ରେଜେରି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୯୬୦ ମସିହାରୁ ରତ୍ନଭଣ୍ଡାର ଭିତର ଘର ଚାବି ଟ୍ରେଜେରିରୁ ମିଳୁନାହିଁ। ମାତ୍ର ସୂଚନା ଅଧିକାର ଆଇନ ବଳରେ ପୁରୀର ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳଙ୍କୁ ଗତ ୧୮ ତାରିଖରେ ପ୍ରାପ୍ତ ହୋଇଥିବା ତଥ୍ୟରେ ୧୯୬୦ ମସିହା ପରଠାରୁ ଚାବି ହଜିବା ସମ୍ପର୍କରେ ଉଲ୍ଲେଖ ନାହିଁ। ବରଂ ୧୯୭୦ ମସିହା ପରଠାରୁ ଚାବି ହଜିଥିବା ଟ୍ରେଜେରୀ କର୍ତ୍ତୃପକ୍ଷ ଜିଲାପାଳଙ୍କୁ ସୂଚନା ଦେଇଛନ୍ତି। ତେବେ ବାସ୍ତବରେ ଚାବି ୧୯୬୦ରୁ ମିଳୁନାହିଁ କିମ୍ବା ୧୯୭୦ରୁ ମିଳୁନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। ଚାବି କେବେ ହଜିଲା ସେସମ୍ପର୍କରେ ପ୍ରଶାସନ କାହିଁକି ସ୍ପଷ୍ଟ ଭାବେ କହିପାରୁନାହିଁ ତାହା ବୁଝାପଡୁନାହିଁ। ଭିନ୍ନ ଭିନ୍ନ ସୂଚନା ଅଧିକାର ତଥ୍ୟରେ ଭିନ୍ନ ଭିନ୍ନ ମସିହା ଉଲ୍ଲେଖ ହୋଇଛି।
ତଥ୍ୟ ଅନୁଯାୟୀ, ୨୦୧୮ ଏପ୍ରିଲ ୪ରେ ଚାବି ନ ଥିବା କଥା ଟ୍ରେଜେରି କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ୧୯୭୦ ପରଠାରୁ ଚାବି ହଜିଥିବା କଥା ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ଅବଗତ କରାଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି, ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ୧୭ଜଣ ପ୍ରାଧିକୃତ ସଦସ୍ୟ ଭିତରଭଣ୍ଡାର ଚାବି ନ ଥିବା କଥା ଜାଣିଥିଲେ। ୧୯୭୦ ମସିହା ପରଠାରୁ ବାସ୍ତବରେ ଯଦି ଚାବି ହଜିସାରିଛି ତେବେ ସଦସ୍ୟମାନେ ରତ୍ନଭଣ୍ଡାର ଖୋଲିବାକୁ ଗଲେ କାହିଁକି। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବନା ସହ ଖେଳି ଚାବି ଖୋଲିବାର ମିଛ ନାଟକ କାହିଁକି କରାଗଲା। ଅନ୍ୟପକ୍ଷରେ ଗତ ସେପ୍ଟେମ୍ବର ୨୪ରେ ଟ୍ରେଜେରି କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୧୯୬୦ ପରଠାରୁ ଚାବି ନାହିଁ। ଏକଥା ଯଦି ସତ ତେବେ ୧୯୭୦ ମସିହା ଉଲ୍ଲେଖ କରାଗଲା କାହିଁକି। ଏହି ପ୍ରସଙ୍ଗରେ କିଏ କାହାକୁ ମିଛ କହୁଛି ତାହା ସବୁଠାରୁ ବଡ଼ ପ୍ରଶ୍ନ। ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରେ ଟ୍ରେଜେରି କାର୍ଯ୍ୟାଳୟ ଜଗନ୍ନାଥପ୍ରେମୀଙ୍କୁ ମିଛ କହୁଛନ୍ତି ନା ଟ୍ରେଜେରୀ କର୍ତ୍ତୃପକ୍ଷ ଜିଲା ପ୍ରଶାସନକୁ ମିଛ କହିଛନ୍ତି ତାହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସେହିପରି ୧୯୬୦ ମସିହା ପରଠାରୁ ଚାବି ହଜିଯାଇଥିବା ତଥ୍ୟ ଯଦି ସତ୍ୟ ତେବେ ୧୯୭୩, ୧୯୭୮ ଓ ୧୯୮୫ ମସିହାରେ ଚାବି କେଉଁଠାରୁ ଆସିଥିଲା ଓ କେଉଁ ଅଧିକାରୀ ଚାବି ଆଣି ରତ୍ନଭଣ୍ଡାର ଭିତର ଘର ଖୋଲିଥିଲେ ସେସମ୍ପର୍କରେ ମଧ୍ୟ ସ୍ପଷ୍ଟ ଚିତ୍ର ମିଳୁନାହିଁ। ସୂଚନା ଅଧିକାର କର୍ମୀ ବରାଳ କହିଛନ୍ତି, ଚାବି ନ ଥିବା ସ୍ଥଳେ ରତ୍ନଭଣ୍ଡାର ରେଜିଷ୍ଟ୍ରରରେ ଏକଥା ଉଲ୍ଲେଖ କରାଗଲା ନାହିଁ କାହିଁକି। ରେଜିଷ୍ଟ୍ରରରେ ଭିତରଭଣ୍ଡାର ଘରକୁ ଯିବାର ଆବଶ୍ୟକତା ନ ଥିବା ଉଲ୍ଲେଖ କରାଯାଇଥିବା ବେଳେ ବାସ୍ତବତା ହେଉଛି ୧୭ ଜଣିଆ ଟିମ୍‌ଙ୍କ ପାଖରେ ଚାବିଁ ନ ଥିଲା। ଏ ସମ୍ପର୍କରେ ରତ୍ନଭଣ୍ଡାର ରେଜିଷ୍ଟ୍ରରରେ ଉଲ୍ଲେଖ ନ କରି ସଦସ୍ୟମାନେ ବେଆଇନ କାର୍ଯ୍ୟ କରିଛନ୍ତି। ଏହାପରେ ସେଠାରୁ ଫେରି ଅଧିକାରୀମାନେ ମନଗଢ଼ା କାହାଣୀ କହି ଲୋକଙ୍କୁ ଭୁତେଇବାରେ ଲାଗିଥିଲେ। ଜଗନ୍ନାଥପ୍ରେମୀଙ୍କ ଭାବନା ପ୍ରତି ଏହା ଏକ କୁଠାରାଘାତ। ଅନ୍ୟପକ୍ଷରେ ଭିତରଭଣ୍ଡାର ଚାବି ପରବର୍ତ୍ତୀ ସମୟରେ ରେକର୍ଡ ରୁମ୍‌ରୁ ମିଳିଥିବା ନେଇ ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଥିଲେ। ସେ ୨୦୧୮ ଅଗଷ୍ଟ ୬ରେ ଟ୍ରେଜେରିରେ ଚାବି ଦାଖଲ କରିଥିଲେ। ଅର୍ଥାତ୍‌ ଏବେ ଚାବି ମହଜୁଦ ରହିଛି। ଏକଥା ଯଦି ସତ୍ୟ ତେବେ ଏବେ ଥିବା ଚାବିରେ ରତ୍ନଭଣ୍ଡାର ଖୋଲାଯାଇ ସ୍ଥିତି ଯାଞ୍ଚ କରାଯିବା ଦରକାର। ଫଳରେ ଜଗନ୍ନାଥପ୍ରେମୀଙ୍କ ମନରେ ଥିବା ଆଶଙ୍କା ଦୂର ହୋଇପାରିବ। ରାଜ୍ୟ ସରକାରଙ୍କ ଆଇନ ବିଭାଗ ତୁରନ୍ତ ଏନେଇ ପଦକ୍ଷେପ ନେବା ଆବଶ୍ୟକ ବୋଲି ସାମାଜିକ କର୍ମୀ ସ୍ବାଧୀନ ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବଞ୍ଚିଲେ ଚାଷ ବଞ୍ଚିବ

ବରଗଡ଼୍‌,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଶନିବାର ସମାଜବାଦୀ ଚିନ୍ତାନାୟକ କିଶନ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ

ସମ୍ବଲପୁର, ୨୮ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ବଡ଼ଡୁଙ୍ଗୁରୀ ଗ୍ରାମରେ ୨୦୨୦ ନଭେମ୍ବର ୮ ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାର ରାୟ...

ନର୍ସିଂ ଆନ୍ଦୋଳନକୁ ନେଇ ବଡ଼ ଖବର, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୮।୯: ୪ଦିନର କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଶନିବାର ନର୍ସିଂ କର୍ମଚାରୀଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଲୋଚନା କରିଛନ୍ତି। ସରକାର ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର...

ମୋହନ ସରକାରଙ୍କ ବଡ଼ ଘୋଷଣା, ବଢିଲା ଅବଧି…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଥମୁନି ଦାଦନ ଦୁଃଖ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଥୁଆମୁଳ ରାମପୁର,୨୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡିରେ ପୁଣି ଦାଦନ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି...

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ଗୋପାଳକ ଓ ଦୁଗ୍ଧଚାଷୀଙ୍କୁ ମିଳିବ…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଆର୍‌ଏସ୍‌ପିରେ ବଡ଼ ଧରଣର ବିସ୍ଫୋରଣ

ରାଉରକେଲା,୨୮।୯(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଷ୍ଟିଲ୍‌ ମେଲ୍‌ଟିଂ ଶପ୍‌ (ଏସ୍‌ଏମ୍‌ଏସ୍‌)-୧ କନଭର୍ଟରରେ ଶନିବାର ବିସ୍ପୋରଣ ଘଟିଛି। ଫଳରେ ୪ଜଣ ସ୍ଥାୟୀ ଏବଂ ଜଣେ...

ଭିଜିଲାନ୍ସ ଚଢ଼ାଉ, ଜଣାପଡିଲା ମନରେଗା ଯୋଜନାର ସତ!

କେସିଙ୍ଗା,୨୮।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷରୁ କେସିଙ୍ଗା ବ୍ଲକ କଶ୍ରୁପଡା ପଞ୍ଚାୟତର ଘଣ୍ଟଶଳା ଗ୍ରାମରେ ମନେରେଗା ଯୋଜନାରେ ହୋଇଥିବା କାମର କେସ ରେକର୍ଡ ଭିଜିଲାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri