ବ୍ରିଟେନ ରାଜପରିବାରରେ ବର୍ଣ୍ଣବୈଷମ୍ୟତା ଥିବା ନେଇ ପ୍ରିନ୍ସ ହ୍ୟାରୀ ଓ ତାଙ୍କ ସ୍ତ୍ରୀ ମେଘାନ ଏକ ସାକ୍ଷାତକାର ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିନ୍ସ ଓ୍ବିଲିୟମ। ଗୁରୁବାର ଇଷ୍ଟ ଲଣ୍ଡନର ଏକ ସ୍କୁଲକୁ ଯାଇଥିବାବେଳେ ଓ୍ବିଲିୟମ ରାଜ ପରିବାର ପ୍ରତି ସମର୍ଥନ ଦେଇଥିଲେ। ଏହି ପରିବାରରେ କୌଣସି ଭେଦଭାବ ନ ଥିବା ଓ୍ବିଲିୟମ କହିଛନ୍ତି। ରାଜପରିବାର ବିରୋଧରେ ଆସିଥିବା ଏଭଳି ଅଭିଯୋଗ ଉପରେ ସିଧାସଳଖ ଭାବେ ମତ ଦେବାରେ ଓ୍ବିଲିୟମ ପ୍ରଥମ ସଦସ୍ୟ। ଏ ବାବଦରେ ସେ ପ୍ରିନ୍ସ ହ୍ୟାରୀଙ୍କ ସହ କଥା ହେବେ ବୋଲି କହିଛନ୍ତି।