୫ ଆସନରୁ ହୋଇନାହାନ୍ତି ବିଧାୟିକା

ବ୍ରହ୍ମପୁର,୨୦ା୧୦(ନରସିଂହ ସାହୁ): ରାଜ୍ୟରେ ୧୯୫୧-୧୯୫୨ରୁ ୨୦୧୯ ସୁଦ୍ଧା ୧୬ ବିଧାନସଭା ନିର୍ବାଚନ ହୋଇଛି। ବୃହତ୍ତମ ଜିଲା ଗଞ୍ଜାମର ୧୩ ନିର୍ବାଚନମଣ୍ଡଳୀ ମଧ୍ୟରୁ ୫ଟି ଯଥା ଛତ୍ରପୁର, ଗୋପାଳପୁର, ହିଞ୍ଜିଳି, ଭଞ୍ଜନଗର ଓ ପୋଲସରାରୁ ବିଧାୟିକା ନିର୍ବାଚିତ ହୋଇନାହାନ୍ତି। ୨୦୨୪ସାଧାରଣ ନିର୍ବାଚନ ନିକଟତର ହୋଇଛି। ତେଣୁ ଏହି ଆସନଗୁଡ଼ିକରେ ବିଜେଡି ପକ୍ଷରୁ ମହିଳାଙ୍କୁ ପ୍ରାର୍ଥୀ କରାଯିବାକୁ ଦଳର ମହିଳା ସଂଗଠନର ନେତ୍ରୀ ଓ ସକ୍ରିୟ କର୍ମୀଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ନାମ ଗୋପନ ରଖି କେତେଜଣ ନେତ୍ରୀ କହିଛନ୍ତି, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ଗୁରୁତ୍ୱ ଦେଇ ଜାତୀୟ ରାଜନୀତିରେ ଚର୍ଚ୍ଚିତ ହୋଇଛନ୍ତି। ତେଣୁ ସୁଯୋଗ ମିଳିବା ଆଶା ଥିବା କହିଛନ୍ତି।
ଜିଲାର ୮ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସମୟରେ ଅଣକଂଗ୍ରେସ ଓ କଂଗ୍ରେସରୁ ଲଢ଼ି ମହିଳାମାନେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚନୀ ତଥ୍ୟ ଅନୁସାରେ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ଆସନରୁ ସୁଜ୍ଞାନ କୁମାରୀ ଦେଓ ବିଭିନ୍ନ ସମୟରେ ଅଣ କଂଗ୍ରେସ ଦଳରୁ ୯ଥର ବିଧାୟିକା ହୋଇଛନ୍ତି। ଚିକିଟିରୁ ଉଷାଦେବୀ ଜନତା ଦଳ ଓ ବିଜେଡିରୁ ୬ ଥର ଜିତିଛନ୍ତି। ଅତୀତରେ ସୋରଡ଼ାରୁ ଶାନ୍ତି ଦେବୀ, ଆସିକା ଓ ସୋରଡ଼ାରୁ କଂଗ୍ରେସରୁ ଲଢ଼ି ଉଷାରାଣୀ ପଣ୍ଡା ଦୁଇଥର ବିଧାୟିକା ହୋଇଥିଲେ। ୨୦୧୪ ନିର୍ବାଚନରେ ସାନଖେମୁଣ୍ଡିରୁ ନନ୍ଦିନୀ ଦେବୀ ନିର୍ବାଚିତ ହୋଇଥିଲେ। ୧୯୫୭ ନିର୍ବାଚନରେ ବଡ଼ଖେମୁଣ୍ଡି ତଥା ବର୍ତ୍ତମାନର ଦିଗପହଣ୍ଡି କ୍ଷେତ୍ରରୁ ଅନଙ୍ଗ ମଞ୍ଜରୀ ବିଧାୟିକା ହୋଇଥିଲେ। ୨୦୧୯ ନିର୍ବାଚନରେ ସୂର୍ଯ୍ୟମଣି ବୈଦ୍ୟ ଖଲ୍ଲିକୋଟରୁ ଏବଂ କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ ବିଧାୟିକା ହୋଇଛନ୍ତି। ଆସିକାରୁ ମଞ୍ଜୁଳା ସ୍ବାଇଁ ନିର୍ବାଚିତ ହୋଇଛନ୍ତି। ୧୯୭୭ ନିର୍ବାଚନରେ ରତ୍ନମଞ୍ଜରୀ ଦେବୀ ବ୍ରହ୍ମପୁର ବିଧାୟିକା ହୋଇଥିଲେ।
ସୂଚନାଯୋଗ୍ୟ, ଲୋକସଭା ଓ ବିଧାନସଭାରେ ୩୩% ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପ୍ରଥମେ ପ୍ରସଙ୍ଗ ଉଠାଇଥିଲେ। ଏହାକୁ ସମର୍ଥନ ନିମନ୍ତେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହଯୋଗ ଲୋଡ଼ିଥିଲେ। ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ରା ଏନଡିଏ ସରକାର ଆଇନ ପ୍ରଣୟନ କରିଛନ୍ତି। ଅନ୍ୟପକ୍ଷରେ ମହିଳା ବିଧାୟିକା ହୋଇ ନ ଥିବା ଉପରୋକ୍ତ ନିର୍ବାଚନ ମଣ୍ଡଳୀ ଗୁଡ଼ିକରୁ ଅନ୍ତତଃପକ୍ଷେ ବିଜେଡି ସୁଯୋଗ ସୃଷ୍ଟି କରିବା ନିମନ୍ତେ ମହିଳା ସଂଗଠନ ଗୁରୁତ୍ୱ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ଟଳିପଡ଼ିଲେ ୩ ଆତଙ୍କବାଦୀ

ଶ୍ରୀନଗର,୧୨।୪: ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲାର ଛାତରୁ ଅଞ୍ଚଳରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏପର୍ଯ୍ୟନ୍ତ ସୁରକ୍ଷା ବାହିନୀର ଏକ ସର୍ଚ୍ଚ ଆଣ୍ଡ ଡିସ୍ଟ୍ରୋଞ୍ଜ ଅପରେଶନ...

ଦଣ୍ଡନାଚ ଚାଲିଥିବାବେଳେ ଟ୍ରାନ୍ସଜେଣ୍ଡରଙ୍କ ସନ୍ଦେହଜନକ ମୃତ୍ୟୁ: ତଦନ୍ତ ଆରମ୍ଭ

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମର କୁଲୁ ବିଷୋୟୀଙ୍କ ଘରୁ ଶନିବାର ସକାଳେ ସନ୍ଦେହଜନକ ଅବସ୍ଥାରେ ଜଣେ ଟ୍ରାନ୍ସଜେଣ୍ଡରଙ୍କ ମୃତଦେହ...

ଲଗାତର ୫ ମ୍ୟାଚ୍‌ ହାରି ବି ପ୍ଲେ-ଅଫ୍‌ରେ ପହଞ୍ଚିପାରିବ CSK: ଜାଣନ୍ତୁ କ’ଣ ଅଛି ସମୀକରଣ

ଚେନ୍ନାଇ,୧୨।୪: ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସକୁ IPL 2025ର ୨୫ତମ ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି। ଏହା କୋଲକାତା ନାଇଟ...

ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଝାରସୁଗୁଡ଼ା,୧୨ା୪: ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ହୋଇଛି। ଏହି ଦୁଇ ଅଭିଯୁକ୍ତ ହେଲେ ଶେଖ୍‌ ଆସିଫ୍‌ ଏବଂ ଅଭିଷେକ ବାରିକ୍‌। ଉଭୟଙ୍କୁ ବେଲପାହାଡ଼- ଝାରସୁଗୁଡ଼ା ରାସ୍ତାରେ...

ରାସ୍ତାକଡ଼ ପାଉଁଶ ଗୁଣ୍ଡ ନେଲା ଶିଶୁର ଜୀବନ: ଖସିଯିବାକୁ ରାଇସ ମିଲ ମାଲିକଙ୍କ ଉଦ୍ୟମ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ମହୁଲେ ଅଞ୍ଚଳର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାସ୍ତାପାଶର୍‌ବରେ ପଡିଥିବା ରାଇସ ମିଲରୁ ନିଷ୍କାସିତ...

ପ୍ରସ୍ତାବିତ ୪୦ ସମବାୟ ସମିତି ଖୋଲାଯାଇ କାର୍ଯ୍ୟକ୍ଷମ ଦାବି

ନୂଆପଡ଼ା,୧୨ା୪ (ମକାରୁ ବେମାଲ):ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗୁରୁବାର ବରଗଡ଼ ଜିଲା ଗସ୍ତରେ ଆସିଥିବାବେଳେ ନୂଆପଡ଼ା ଜିଲାର ବରିଷ୍ଠ ଭାଜପା...

ବିନା ଲାଇସେନ୍ସରେ ବେଆଇନ ମହୁଲ ଫୁଲ ସଂଗ୍ରହ: ପିକ୍‌ଅପ୍‌ ଜବତ, ଜଣେ ଗିରଫ

ଦେବଗଡ଼,୧୨ା୪(ଶଶାଙ୍କ ଶେଖର ଝାଙ୍କର): ବିନା ଲାଇସେନ୍ସରେ ବେଆଇନ ମହୁଲ ସଂଗ୍ରହ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୪ କ୍ୱିଣ୍ଟାଲ ମହୁଲ ଜବତ କରାଯିବା...

୧୦ ଦିନ ହେଲା ନାହିଁ ମୋବାଇଲ ନେଟ୍‌ଓ୍ବର୍କ, ଉପଭୋକ୍ତା ହନ୍ତସନ୍ତ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ ପର୍ତ୍ତମାହାରେ ଗତ ୧୦ଦିନ ହେଲା ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ନେଟ୍‌ଓ୍ବର୍କ ଠପ୍‌ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image