ଛତ୍ରପୁର,୨୭ା୧୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ରାଜ୍ୟରେ ପୁଣି ଲେଉଟିଲାଣି କରୋନା। ତେବେ ଗଞ୍ଜାମ ଜିଲା ଏଥିପାଇଁ ସଜାଗ ରହିଛି। ଜିଲାରେ ଏବେ କୌଣସି ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏଣୁ ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଏହା ସହିତ ସରକାରଙ୍କ ତରଫରୁ ଜାରି କରାଯାଇଥିବା ସତର୍କତା ମାନିବା ସାଧାରଣତଃ ଭିଡ଼ ସ୍ଥାନରେ ମାସ୍କ ପିନ୍ଧିବା ସହିତ ସଚେତନ ରହିବା ପାଇଁ ଜିଲାପାଳ ଲୋକଙ୍କୁ ଅନୁରୋଧ କରିଛନ୍ତି। ଯଦି ଆବଶ୍ୟକ ହୁଏ ଜିଲାରେ ଟେଷ୍ଟିଂ ସେଣ୍ଟର ଖୋଲାଯିବ ବୋଲି ଜିଲାପାଳ କହିଛନ୍ତି।