କୋଭିଶିଲ୍ଡ ନେଇ ଭୟ ନାହିଁ, ଭାକ୍ସିନ୍‌ ଅଭାବ ଯୋଗୁ ବଢୁଛି ସମୟ ସୀମା: ନୀତି ଆୟୋଗ…

ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶରେ କୋଭିଶିଲ୍ଡ୍‌ ଭାକ୍ସିନ୍‌ର ୨ ଡୋଜ୍‌ ମଧ୍ୟରେ ବୃଦ୍ଧି କରାଯାଇଥିବା ସମୟ ସୀମାକୁ ନେଇ ଆମେରିକାର ମହାମାରୀ ବିଶେଷଜ୍ଞ ଡ. ଆନ୍ଥୋନୀ ଫୌସି ଭାରତକୁ ଚେତାବନୀ ଦେଇଥିଲେ। ୨ ଡୋଜ୍‌ ମଧ୍ୟରେ ସମୟ ସୀମା ବଢ଼ିଲେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇବ ବୋଲି ସେ କହିଥିଲେ। ତେବେ ଏହାକୁ ନେଇ ଭାରତୀୟ ନୀତି ଆୟୋଗ ପକ୍ଷରୁ କୁହାଯାଇଛି ଯେ, କୋଭିଶିଲ୍ଡର ୨ ଡୋଜ୍‌ ମଧ୍ୟରେ ରହିଥିବା ଅନ୍ତର ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ସମୟ ଅନ୍ତର କରାଗଲେ ଭଲ। ମାତ୍ର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇ ଥିବା ନୀତି ଆୟୋଗ ସଦସ୍ୟ ଡ. ଭି.କେ ପଲ୍‌ କହିଛନ୍ତି। ଅଧିକ ଲୋକଙ୍କୁ ପ୍ରଥମ ଡୋଜ୍‌ ଦିଆଯିବା ଲାଗି ଏଭଳି କରାଯାଇଥିବା ସେ ସୂଚନା ଦେଇଛନ୍ତି।

Share