ଜଳସେଚନ ସୁବିଧା ନାହିଁ, ଉଜୁଡୁଛି ଫସଲ

ବେଗୁନିଆ,୧୦।୧୧(ହର ପ୍ରସନ୍ନ ପଣ୍ଡା): ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ଚାଷଜମିକୁ ଜଳସେଚନ ପାଇଁ ପ୍ରଶାସନିକସ୍ତରରେ ଉପଯୁକ୍ତ ପଦକ୍ଷେପ ନିଆଯାଇ ନ ଥିବାରୁ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ସରକାରଙ୍କ ଧାର୍ଯ୍ୟ ନିୟମ ଅନୁଯାୟୀ ଏହି ବ୍ଲକ ଅଞ୍ଚଳର ଚାଷୀଙ୍କ ହିତରେ ୩୩% ଜମିରେ ଜଳସେଚନ ବ୍ୟବସ୍ଥା ରହିବା ପରିବର୍ତ୍ତେ ଏବେ ୧୬.୧୩% ହୋଇଛି। ଯେତିକି ହୋଇଛି ତାହା ମଧ୍ୟ ବହୁ ଚାଷୀଙ୍କ ହିତରେ ଲାଗୁନି। ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ନିଅଣ୍ଟିଆ ବର୍ଷା ଯୋଗୁ ଚଳିତବର୍ଷ ଖରିଫ ଚାଷ ବାଧାପ୍ରାପ୍ତ ହୋଇଛି। ଜମିରେ ପାଣି ନ ଥିବାରୁ ଧାନ ଫସଲ ଉଜୁଡି ଯାଉଥିବା ବେଳେ ଆଗକୁ ରବି ଫସଲକୁ ନେଇ ଆଶଙ୍କା ଦେଖାଯାଇଛି।
ସୂଚନାଥାଉ କି, ଚଳିତବର୍ଷ ଖରିଫ ଚାଷ କାମ ଆରମ୍ଭରୁ ଆବଶ୍ୟକତାଠାରୁ ୧୬ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ବିଳମ୍ବରେ ହେଲେ ମଧ୍ୟ ଭାଦ୍ରବ ମାସରେ ସ୍ବାଭାବିକ ବର୍ଷା ହେବାରୁ ଧାନଚାଷ ଆଗେଇଥିଲା। ପୁଣି ଆଶ୍ୱିନ ମାସ ଆରମ୍ଭରୁ ବର୍ଷା ହେଉନାହିଁ। ଜଳସେଚନର ସୁବିଧା ନ ଥିବା ଓ ବର୍ଷା ଅଭାବରୁ ୮୦% ଜମିରେ ଧାନଥୋଡ଼ ଶୁଖିଗଲାଣି। ଫଳରେ ମରୁଡ଼ି ପରିସ୍ଥିତି ଉପୁଜିଛି। ଅନ୍ୟପଟେ ବେଗୁନିଆ ବ୍ଲକ ଅଞ୍ଚଳକୁ ମରୁଡ଼ି ଘୋଷଣା ଦାବିରେ କିଛିଦିନ ପୂର୍ବେ ଜିଲାପାଳ, ବିଭାଗୀୟ ଅଧିକାରୀଙ୍କୁ ଚାଷୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି। ଏପରିକି ସ୍ଥାୟୀ ଜଳସେଚନର ବ୍ୟବସ୍ଥା ଥିଲେ ଫସଲ ନଷ୍ଟ ହୋଇ ନ ଥା’ନ୍ତା ବୋଲି ଚାଷୀଙ୍କ ପକ୍ଷରୁ କୁହାଯାଇଛି। ଗତ ଅଗଷ୍ଟ ୨୨ରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ବେଗୁନିଆକୁ ଆସିଥିବା ବେଳେ ଚାଷୀଙ୍କ ହିତରେ ଜଳସେଚନ ଯୋଜନା ପ୍ରତି ଗୁରୁତ୍ୱ ଦେବାକୁ ସ୍ଥାନୀୟ ବିଧାୟକ ଓ ୨୧ ପଞ୍ଚାୟତର ସରପଞ୍ଚଙ୍କ ଦସ୍ତଖତ ଥାଇ ଏକ ନିବେଦନପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ପାଇଁ ଜିଲାପାଳ ଓ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ କୌଣସି ପଦକ୍ଷେପ ନ ନିଆଯିବାରୁ ଚାଷୀ ଦିନବନ୍ଧୁ ବିଶ୍ବାଳ, ରାମଚନ୍ଦ୍ର ବେହେରା, ବଳରାମ ନାୟକଙ୍କ ସମେତ ବହୁ ଚାଷୀ ସଙ୍ଗଠନ ପକ୍ଷରୁ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ, ଏହି ବ୍ଲକର ୮୦% ଲୋକେ ଚାଷ ଉପରେ ନିର୍ଭର କରନ୍ତି। ଧାନ ଓ ରବି ଫସଲକୁ ଗୁରୁତ୍ୱ ଦିଆଯାଇଥାଏ। ଜଳସେଚନର ସେଭଳି ସୁବିଧା ନ ଥିବାରୁ ଚାଷୀମାନେ ବର୍ଷା ଉପରେ ନିର୍ଭର କରିଥା’ନ୍ତି। ଏହି ବ୍ଲକ ଅଞ୍ଚଳର ସରକାରଙ୍କ ପକ୍ଷରୁ ଚାଷୀଙ୍କ ହିତରେ ୬୨ଟି କେନାଲ,୨୪୨ ଲିଫ୍ଟ ପଏଣ୍ଟ, ଡଗ୍‌ ଓ୍ବେଲ ୧୧୮ଟି ଏବଂ ଅନ୍ୟାନ୍ୟ ୨୬ଟି ସେଚକେନ୍ଦ୍ରର ବ୍ୟବସ୍ଥା ହୋଇଛି। ସେହିପରି ବେସରକାରୀ ସେଚ ପ୍ରକଳ୍ପ ୩୧ଟି, ଲିଫ୍ଟ ପଏଣ୍ଟ ୧୬୯ଟି ବ୍ୟବସ୍ଥା କରାଯାଇଛି। ଏହାକୁ ନେଇ ସରକାରଙ୍କ ଧାର୍ଯ୍ୟ ୩୩ ଶତକଡା ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ୧୬.୩% ବାସ୍ତବରେ ହେଉଛି। ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ବିଭାଗୀୟ ପରିଚାଳନା ତ୍ରୁଟି ଯୋଗୁ ସେଚ ପଏଣ୍ଟ ଅଚଳ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri