ସୁଭଦ୍ରା ଫର୍ମ ଦାଖଲର କୌଣସି ଶେଷ ତାରିଖ ନାହିଁ, ଏହି ଦିନ ଦିଆଯିବ ପ୍ରଥମ କିସ୍ତି ଟଙ୍କା

ଭୁବନେଶ୍ୱର,୪ା୯: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ସୁଭଦ୍ରା କଲ୍‌ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ସୁଭଦ୍ରା ଫର୍ମ ଦାଖଲର କୌଣସି ଶେଷ ତାରିଖ ନାହିଁ। ଶେଷ ଯୋଗ୍ୟ ହିତାଧିକାରୀ ଦାଖଲ କରିବା ଯାଏ ଫର୍ମ ଗ୍ରହଣ ହେବ ବୋଲି ଆଜି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତା’ ପରେ ବି ଯିଏ ଆବେଦନ କରିବେ ତାଙ୍କୁ ବି ପ୍ରଥମ କିସ୍ତି ମିଳିବ।  ୧୭ ତାରିଖ ପରେ ବି ରେଜିଷ୍ଟ୍ରେସନ କଲେ ଟଙ୍କା ମିଳିବ।

ସୂଚନାଯୋଗ୍ୟ, ଗତ ରବିବାର ଠାରୁ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ସମସ୍ତଙ୍କୁ ଫର୍ମ ଯୋଗାଇ ଦିଆଯାଇଥିଲା । ଏହା ପରେ ସୋମବାର ସୁଭଦ୍ରା ପୋର୍ଟାଲ ଲଞ୍ଚ କରିଥିଲେ ଉପମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନଓ୍ବାଡି କେନ୍ଦ୍ର, ମୋ ସେବା କେନ୍ଦ୍ର ଇତ୍ୟାଦିରେ ଫର୍ମ ଯୋଗାଇ ଦିଆଯାଉଛି। ସେପଟେ ଆଜିଠୁ ଆରମ୍ଭ ହେଉଛି ‘ସୁଭଦ୍ରା’ ଯୋଜନାରେ ଆବେଦନ । ଯେଉଁମାନେ ଫର୍ମ ନେଇଥିଲେ ସେମାନେ ପୂରଣ କରିସାରିବା ପରେ ଆଜି ଠାରୁ ଦାଖଲ କରିପାରିବେ। ମୋ’ ସେବା କିମ୍ବା ଜନସେବା କେନ୍ଦ୍ରରେ ଆବେଦନ କରାଯିବ । ୨୧ରୁ ୬୦ ବର୍ଷର ମହିଳା ଏଥିପାଇଁ ଆବେଦନ କରିପାରିବେ । ଆଉ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ଟଙ୍କା ମିଳିବ। ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରକୁ ପର୍ଯ୍ୟାପ୍ତ ସୁଭଦ୍ରା ଫର୍ମ ଦିଆଯାଇଛି। ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ‘ମୋ ସେବା କେନ୍ଦ୍ର’ କିମ୍ବା ଜନସେବା କେନ୍ଦ୍ରରେ ଦାଖଲ କରିପାରିବେ  ଏବଂ ପୂରଣ କରି ଦାଖଲ କରିବା ସମ୍ପୂର୍ଣ୍ଣ ମାଗଣା ରହିଛି । ଅର୍ଥାତ କାହାରିକୁ ଟଙ୍କାଟିଏ ବି ଦେବାକୁ ପଡିବ ନାହିଁ ।

କେବଳ ଯୋଗ୍ୟ ହିତାଧିକାରୀ ହିଁ ଏହି ଯୋଜନାର ଲାଭ ପାଇପାରିବେ । ପୂର୍ବରୁ ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରି ସାରିଛନ୍ତି ରାଜ୍ୟ ସରକାର । ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଇ-କେୱାଇସି (E-KYC) ବାଧ୍ୟତାମୂଳକ ହୋଇଥିବାରୁ ଆଧାର କାର୍ଡ ସହ ମୋବାଇଲ ଫୋନ ଲିଙ୍କ ରହିଥିବା ଆବଶ୍ୟକ । ନଚେତ ସୁଭଦ୍ରା ଯୋଜନାରୁ ଯୋଗ୍ୟ ହିତାଧିକାରୀ ବି ବଞ୍ଚିତ ହେବେ । ତେଣୁ ଅନେକ ଜନକେନ୍ଦ୍ରରେ ଏବେ E-KYC କରିବା ପାଇଁ ବି ଲମ୍ବା ଲାଇନ ଲାଗୁଥିବା ଦେଖିବାକୁ ମିଳୁଛି ।

ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ସଂପୂର୍ଣ୍ଣ ଦେୟମୁକ୍ତ ରହିଛି ଫର୍ମପୂରଣ ଓ ପଞ୍ଜୀକରଣ । ମହିଳାମାନେ ଉଭୟ ଇଂରାଜୀ ଓ ଓଡିଆରେ ଫର୍ମ ପୂରଣ କରିବାର ସୁବିଧା ରହିଛି । ଫର୍ମ ପୂରଣ କରିବା ଅତ୍ୟନ୍ତ ସହଜ ହୋଇଥିବା ବେଳେ ଆପଣଙ୍କୁ ସବୁ ସହାୟତା ଯୋଗାଇବା ପାଇଁ ସରକାରୀ କର୍ମଚାରୀ ଉପସ୍ଥିତ ଅଛନ୍ତି ।

ରାଜ୍ୟର ସମସ୍ତ ଜିଲାରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଫର୍ମ ମିଳୁଛି। କର୍ମୀମାନେ ଘରକୁ ଘର ଯାଇ ସୁଭଦ୍ରା ଫର୍ମ ବାଣ୍ଟିବା ସହ କେମିତି ଫର୍ମ ପୂରଣ କରିବେ, କେଉଁଠି ଫର୍ମ ଦାଖଲ କରିବେ, କଣ କଣ ଡକ୍ୟୁମେଣ୍ଟ ଆବଶ୍ୟକ ସେନେଇ ମହିଳାଙ୍କୁ ବୁଝାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ସେନା ଅଧିକାରୀ, ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ମାମଲା: ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

ଭୁବନେଶ୍ୱର,୧୯।୯: ଶିଖ୍ ରେଜିମେଣ୍ଟର ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭାନ୍ସ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ସହିତ ମାଡ଼ ମାରିବା ଘଟଣାରେ...

ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କୋଣାର୍କ,୧୯।୯: କୋଣାର୍କ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଜବତ ଘଟଣାର ପୋଲିସ ଗୁରୁବାର ପର୍ଦ୍ଦାଫାଶ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି।...

ପୁରୀରୁ ନବୀନଙ୍କୁ ସିଧା ଟାର୍ଗେଟ କଲେ ମୋହନ ମାଝୀ, କହିଲେ ପୁରୀରେ କରୁଥିଲେ ଏଇ ରାଜନୀତି…

ଭୁବନେଶ୍ୱର,୧୯।୯: ଓଡ଼ିଶାରେ ଭାଜପାର ୧୦୦ଦିନ ପୂରଣ ହେବା ନେଇ ପୁରୀରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri