କେନ୍ଦ୍ର ସରକାଙ୍କ ପକ୍ଷରୁ ନୂଆ ଭେଇକିଲ୍ ଆକ୍ଟ ଲାଗୁ ହେବା ପରେ ଏବେ କଟକଣା କଡାକଡି ହୋଇଛି । ପୂର୍ବରୁ କରୋନା ପାଇଁ କଟକଣା କୋହଳ କରାଯାଇଥିବା ବେଳେ ଏବେ ପୁଣି କଟକଣାକୁ କଡାକଡି ପାଳନ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁଥି ପାଇଁ ଏବେ ଆରଟିଓ ଅଫିସରେ ବିଭିନ୍ନ କାଗଜପତ୍ର ସମ୍ବଦ୍ଧୀୟ କାମ ପାଇଁ ଘଣ୍ଟାଘଣ୍ଟା ଲାଇନ୍ ଲଗାଇବାକୁ ପଡୁଛି । ତେବେ ଆରଟିଓ ଅଫିସରୁ ଭିଡ କମାଇବା ଓ ସାଧାରଣ ଲୋକଙ୍କୁ ସହଜ ସୁବିଧା ଯୋଗାଇ ଦେବାକୁ ଏବେ ଆରମ୍ଭ ହୋଇଛି ଆଧାର ଭିତ୍ତିକ ଡ୍ରାଇଭିଂ ଲାଇସେନ୍ସ ସେବା ।