ଗଞ୍ଜାମ ରାଜନୀତିରେ ଟାଇଗର ଆଉ ନାହାନ୍ତି

ବ୍ରହ୍ମପୁର/ଦିଗପହଣ୍ଡି, ୩ା୯(ନରସିଂହ ସାହୁ)/(ଅଶେଷନାଥ ମିଶ୍ର)ଗଞ୍ଜାମ ଜିଲାର ବିଶିଷ୍ଟ ରାଜନୀତିଜ୍ଞ ସୂର୍ଯ୍ୟନାରାୟଣ ପାତ୍ର ରାଜନୀତିରେ ଜଣେ ଦକ୍ଷ ଖେଳୁଆଡ଼ ହୋଇଥିବାରୁ ତାଙ୍କୁ ଗଞ୍ଜାମ ଟାଇଗର ନଂ-୨ କୁହାଯାଉଥିଲା। ରାଜନୈତିକ ଜୀବନରେ ସେ ଏକାଧିକଥର କ୍ୟାବିନେଟ ମନ୍ତ୍ରୀ ହୋଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ। ୨୦୧୯ ନିର୍ବାଚନରେ ଜିତିବା ପରେ ସାମ୍ବିଧାନିକ ପଦ ବିଧାନସଭାର ବାଚସ୍ପତି ପଦ ପାଇଥିଲେ। ଶନିବାର ତାଙ୍କ ପରଲୋକରେ ବ୍ରହ୍ମପୁର ସମେତ ଜିଲାରେ ଗଭୀର ଶୋକବ୍ୟକ୍ତ କରାଯାଇଛି।
ଛାତ୍ର ଜୀବନରୁ ଅଣକଂଗ୍ରେସ ରାଜନୀତି ଆରମ୍ଭ କରିଥିବା ସୂର୍ଯ୍ୟ ଅନେକ ସମୟରେ ବିଭିନ୍ନ ଦାବି ନେଇ ବ୍ରହ୍ମପୁରରେ ହୋଇଥିବା ଛାତ୍ର ଆନ୍ଦୋଳନରେ ସକ୍ରିୟ ଭୂମିକା ତୁଲାଇଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୬୦ଦଶକରେ ହୋଇଥିବା ଭୟଙ୍କର ଛାତ୍ର ଆନ୍ଦୋଳରେ ସାମିଲ ହୋଇଥିଲେ। ଖଲ୍ଲିକୋଟ କଲେଜ ଛାତ୍ର ସଂସଦର ମଧ୍ୟ କର୍ମକର୍ତ୍ତା ଥିଲେ। ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପରେ ସେ ସିନେଟ ଓ ସିଣ୍ଡକେଟ ସଦସ୍ୟ ହୋଇଥିଲେ। ବ୍ରହ୍ମପୁର ବାସିନ୍ଦା ସୂର୍ଯ୍ୟ ସହରରେ ଲୋକପ୍ରିୟ ଥିଲେ। ରାଜନୀତିରେ ପାଦ ଥାପି ପ୍ରଥମେ ପୌରପାଳିକା ସଂସ୍ଥାକୁ କାଉନସିଲର ଭାବେ ନିର୍ବାଚିତ ହୋଇ ସହରର ବିକାଶ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ୧୯୮୪ ଲୋକସଭା ନିର୍ବାଚନରେ ବ୍ରହ୍ମପୁର କ୍ଷେତ୍ରରୁ ତତ୍‌କାଳୀନ ଜନତା ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ। ପରବର୍ତ୍ତି ୧୯୮୯ ନିର୍ବାଚନରେ ମଧ୍ୟ ସେହି ଜନତା ପାର୍ଟିରୁ ଲଢ଼ି ପରାଜିତ ହୋଇଥିଲେ। ୧୯୯୦ ବିଧାନସଭା ନିର୍ବାଚନରେ ଜନତା ଦଳରୁ ମୋହନା ବିଧାନସଭା ଆସନରୁ ଜିତିଥିଲେ। ବିଧାୟକ ଥାଇ ବିଜୁ ବାବୁଙ୍କ ନିର୍ଦ୍ଦେଶରେ ୧୯୯୧ ଲୋକସଭା ନିର୍ବାଚନରେ ପୁଣି ତୃତୀୟ ଥର ବ୍ରହ୍ମପୁର କ୍ଷେତ୍ରରୁ ଲଢ଼ିଥିଲେ। ୧୯୯୨ରେ ବିଜୁୁ ବାବୁ ତାଙ୍କ ମନ୍ତ୍ରୀମଣ୍ଡଳରେ ସୂର୍ଯ୍ୟଙ୍କୁ ସାମିଲ କରିଥିଲେ। ସୂର୍ଯ୍ୟ ମୋହନାରୁ ଲଗାତର ୪ ଥର ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ୩ ଥର ଏପରି ମୋଟ ୭ ଥର ଅପରାଜିତ ଭାବେ ବିଧାୟକ ହୋଇଥିଲେ। ଗତବର୍ଷ ଜୁନ ମାସରେ ବାଚସ୍ପତି ପଦରୁ ଅଚାନକ ଇସ୍ତଫା ଦେଇ ଚର୍ଚ୍ଚାକୁ ଆସିଥିଲେ। ଅସୁସ୍ଥତା ଯୋଗୁ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ। ନିଜ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡିକୁ ମଧ୍ୟ ଆସୁ ନ ଥିଲେ। ଏହି ବରିଷ୍ଠ ରାଜନେତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ପୂର୍ବତନ ବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ନେତା ଚିନ୍ତାମଣି ଦ୍ୟାନ ସାମନ୍ତରା ସୂର୍ଯ୍ୟଙ୍କ ଅବର୍ତ୍ତମାନରେ ଶୋକବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ପରିବାରକୁ ସମବେଦନା ଜଣାଇଛନ୍ତି। ସହରର ଅନେକ ବିଜେଡି ନେତା ଓ କର୍ମୀ ଶୋକ ପ୍ରକାଶ କରିଛନ୍ତି। ସେହିପରି ଦିଗପହଣ୍ଡିରେ ମଧ୍ୟ ଶୋକ ପ୍ରକାଶ ପାଇଛି। ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ହୃଦୟ ରଞ୍ଜନ ମେକାପ, ଉଦୟ ନାଥ ସ୍ବାଇଁ, ଭି. ରବି ନାରାୟଣ ରାଜୁ, ବିଜେଡ଼ି ଗଞ୍ଜାମ ଜିଲା କମିଟି ଉପସଭାପତି ବି. କ୍ରିଷ୍ଣା ରାଓ ସୁବୁଦ୍ଧି, ଖେମୁଣ୍ଡି ଓକିଲ ସଂଘ ସଭାପତି ଲକ୍ଷ୍ମୀ ନାରାୟଣ ପାଢ଼ୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଇଡି ବିସ୍ଫୋରଣରେ ୨ ଯବାନ ନିହତ

ମାଲକାନଗିରି,୧୯।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ନିହତ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।...

ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ…

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରୁ ନିଜର ୧୭ ଦିନର ଏକ ଶିଶୁପୁତ୍ରକୁ...

ଧନୁଯାତ୍ରା ମହୋତ୍ସବକୁ ମିଳିନି ସରକାରୀ ଅନୁଦାନ, ବୈଠକରେ ଗତବର୍ଷ ଆୟ ବ୍ୟୟର ସୂଚନା

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଏହି ମହୋତ୍ସବକୁ ଆଉ ପ୍ରାୟ ଅଢ଼େଇ...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ସରକାରଙ୍କ ଜଣେ ପ୍ରତିନିଧି ଭାବେ…

ଭୁବନେଶ୍ୱର,୧୯ା୧୦: ଶନିବାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ କୃତିତ୍ୱ ହାସଲ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା...

ଓଏଏସ୍‌ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ। ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା।...

ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ,...

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri