ନାଟୋ ବିନା ଅନ୍ୟ ଗତି ନାହିଁ

କ୍ୱିଭ୍‌, ୧୮ା୨:ନାଟୋ ହିଁ ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ଦେଇପାରିବ। ଏହା ଉପରେ କୌଣସି ବୁଝାମଣା ହେବ ନାହିଁ। ନାଟୋରେ ମିଶିବା ଆମର ଲକ୍ଷ୍ୟ ନୁହେଁ, ବରଂ ଜୀବନ କହି ଏକପ୍ରକାର ଅସହାୟତା ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି। ୟୁକ୍ରେନକୁ ନାଟୋରେ ସାମିଲ କରାଇ ନ ଦେବା ପାଇଁ ସୀମାରେ ପଡ଼ୋଶୀ ରୁଷିଆ ସୈନ୍ୟ ମୁତୟନ କରି ଉତ୍ତେଜନା ଓ ଯୁଦ୍ଧ ସ୍ଥିତି ସୃଷ୍ଟି କରିଥିବାବେଳେ କ୍ରେମ୍‌ଲିନକୁ ସେ ଭୟ କରୁ ନ ଥିବା ଜେଲେନ୍‌ସ୍କି ଏକ ସାକ୍ଷାତ୍‌କାରରେ କହିଛନ୍ତି। ଏହା ୟୁକ୍ରେନ ପାଇଁ ସହଜ ହୋଇ ନ ଥିଲେ ବି ନାଟୋ ବିନା ଅନ୍ୟ ଗତି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।
ଶୀତଳଯୁଦ୍ଧ ବେଳେ ରୁଷିଆ ବିରୋଧରେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ନେଇ ଆମେରିକା ନେତୃତ୍ୱରେ ଗଠିତ ହୋଇଥିବା ନାଟୋରେ ୟୁକ୍ରେନ ସାମିଲ ହେବାକୁ ମସ୍କୋ ବିରୋଧ କରିଆସୁଛି। ନାଟୋରେ ସାମିଲ ହେବାକୁ ୟୁକ୍ରେନର ଇଚ୍ଛାକୁ ରୁଷିଆ ଗମ୍ଭୀରତାର ସହ ନେଇ ସାରା ବିଶ୍ୱ ପାଇଁ ସଙ୍କଟ ସୃଷ୍ଟି କରିଛି।

Share