ନୂଆଗାଁ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନାହାନ୍ତି

ନୂଆଗାଁ,୨୩।୬(ଧନେଶ୍ୱର ସାହୁ ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନୂଆଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ହେଲା ଡାକ୍ତର ନାହାନ୍ତି। ଫଳରେ ସାଧାରଣ ଚିକିତ୍ସା ପାଇଁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡୁଛି। ତେଣୁ ତୁରନ୍ତ ନୂଆଗାଁ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି କରିବା ସହ ସମସ୍ତ ପଦବୀ ପୂରଣ କରାଯାଉ ବୋଲି ଦାବି କରିଛନ୍ତି ନୂଆଗାଁ କୃଷକ ବିକାଶ ମଞ୍ଚ ଓ ଅଞ୍ଚଳବାସୀ।
ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଛି ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ର, ବାହାଡାଝୋଲା ସ୍ବାସ୍ଥ୍ୟକେନ୍ଦ୍ର, ଡିମିରିପଲି ସ୍ବାସ୍ଥ୍ୟକେନ୍ଦ୍ର ଓ ଜଗନ୍ନାଥପ୍ରସାଦ ସ୍ବାସ୍ଥ୍ୟକେନ୍ଦ୍ର। ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଲେଖାଏ ଏମ୍‌ବିବିଏସ୍‌ ଡାକ୍ତର, ଆୟୁଷ ଡାକ୍ତର, ଫାର୍ମାସିଷ୍ଟ , ଏଏନ୍‌ଏମ୍‌ , ଦୁଇ ଜଣ ଆଟେଣ୍ଟାଣ୍ଟ, ଜଣେ ଲାବୋରେଟୋରି ଆସିଷ୍ଟାଣ୍ଟ, ଦୁଇ ଜଣ ଝାଡୁଦାର ରହିବାର ବ୍ୟବସ୍ଥା ରହିଛି। କିନ୍ତୁ କୌଣସି ଡାକ୍ତରଖାନାରେ ସମସ୍ତ କର୍ମଚାରୀ ନାହାନ୍ତି। କେବଳ ଡିମିରିପଲି ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଏମ୍‌ବିବିଏସ୍‌ ଡାକ୍ତର ଥିବା ବେଳେ ଅନ୍ୟ ଡାକ୍ତରଖାନାରେ ସେହି ପଦବୀ ଖାଲି ପଡିଛି। କୋରଡା , ସୋରଡା, ସିକ୍ରିଡା, ଉଦୟପୁର, ନୂଆଗାଁ, ମାଇଛେଳି ଆଦି ପଞ୍ଚାୟତର ୧ହଜାରରୁ ଊର୍ଦ୍ଧ୍ୱ ଲୋକ ନୂଆଗାଁ ଡାକ୍ତରଖାନା ଉପରେ ନିର୍ଭର କରୁଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ଏମ୍‌ବିବିଏସ୍‌ ଡାକ୍ତର ରହୁନାହାନ୍ତି। ଜଣେ ଆୟୁଷ ଡାକ୍ତରଙ୍କୁ ସପ୍ତାହରେ ଦୁଇ ଦିନ ପାଇଁ ଡେପୁଟେଶନରେ ଦିଆଯାଇଛି। ନୂଆଗାଁରେ ନିଯୁକ୍ତି ପାଇଥିବା ଲାବୋରେଟୋରି ଆସିଷ୍ଟାଣ୍ଟଙ୍କୁ ବାହାଡାଝୋଲା ଡେପୁଟେଶନରେ ଦିଆଯାଇଛି। ଜଣେ ଫାର୍ମାସିଷ୍ଟ ରୋଗୀଙ୍କ ସେବା କରିବାକୁ ବାଧ୍ୟ ହେଉଛନ୍ତି। ୬୭ ଲକ୍ଷ ଟଙ୍କା ବ୍ୟୟରେ ଡାକ୍ତରଖାନାର ନୂତନ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ ସ୍ଥାୟୀ ଡାକ୍ତର ନ ଥିବାରୁ ରୋଗୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ପ୍ରଥମେ ନୂଆଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ଖାଲି ଥିବା ସମସ୍ତ ପଦବୀ ପୂରଣ କରି ତା’ପରେ ନୂତନ ଗୃହକୁ ଉଦ୍‌ଘାଟନ କରାଯାଉ ବୋଲି ନୂଆଗାଁ ବ୍ଲକ କୃଷକ ବିକାଶ ମଞ୍ଚର ଆବାହକ ତଥା ନୂଆଗାଁ ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ସ୍ବାଇଁଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି। ନୂଆଗାଁ ଡାକ୍ତରଖାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥ କଡରେ ଥିବାରୁ ନୂଆଗାଁରେ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ନିହାତି ଆବଶ୍ୟକ ବୋଲି ନୂଆଗାଁ ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ସରପଞ୍ଚ ଗଜେନ୍ଦ୍ର ନାଥ ପ୍ରଧାନ, ପୂର୍ବତନ ସମିତି ସଭ୍ୟ ଗୋପବନ୍ଧୁ ଖଣ୍ଡୁଆଳ ପ୍ରମୁଖ କହିଛନ୍ତି। ତେବେ ସ୍ଥାୟୀ ଡାକ୍ତର ନିଯୁକ୍ତି ବାବଦରେ ମହିପୁର ଗୋଷ୍ଠୀ କେନ୍ଦ୍ର ଅଧିକାରୀ ଡା. ସତିଶ ନିବେଦନଙ୍କୁ ପଚାରିବାରେ ସ୍ଥାୟୀ ଡାକ୍ତର ନିଯୁକ୍ତି କରିବାର ବ୍ୟବସ୍ଥା କରିଛୁ। କିଛି ଦିନ ମଧ୍ୟରେ ଡାକ୍ତର ଯୋଗ ଦେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଆକ୍ସନ: ମାଟିରେ ମିଶିଲା ଆଉ ଜଣେ ଆତଙ୍କବାଦୀଙ୍କ ଘର

ଶ୍ରୀନଗର,୨୬।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସୁରକ୍ଷା ବାହିନୀର ଅପରେଶନ ଜାରି ରହିଛି। ପୁଲୱାମାରେ ସକ୍ରିୟ ଆତଙ୍କବାଦୀଙ୍କ ଘର ସୁରକ୍ଷା ବାହିନୀ ଦ୍ୱାରା...

ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା: ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଜମ୍ମୁ କଶ୍ମୀରର ପହଲଗାମଠାରେ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏବେବି ଅନେକ ଆହତ ସେନା ହସ୍ପିଟାଲରେ...

ଭୁବନେଶ୍ୱରରେ ପାକିସ୍ତାନୀ ମହିଳା, ୨୦୦୮ରୁ ରହିଆସୁଥିବା କମିଶନରେଟ୍‌ ପୋଲିସର ସୂଚନା

ଭୁବନେଶ୍ୱର,୨୬ା୪: ରାଜଧାନୀ ଭୁବନେଶ୍ୱରରେ ଜଣେ ପାକିସ୍ତାନୀ ମହିଳା ରହିଥିବା ସୂଚନା ମିଳିଛି। ଦୀର୍ଘମିଆଦୀ ଭିଜାରେ ୨୦୦୮ରୁ ସେ ଭୁବନେଶ୍ବରରେ ରହିଆସୁଛନ୍ତି। ତୁରନ୍ତ ପାକିସ୍ତାନ ଫେରିଯିବାକୁ କମିଶନରେଟ...

ଏଇ ଭାରତରେ

ମହାରାଷ୍ଟ୍ରର ଏକ ଛୋଟ ଗାଁ ମାନ୍ୟାଚିଓ୍ବାଡ଼ି। ଏହାର ଲୋକସଂଖ୍ୟା ୪୨୦। ଏହି ଗାଁ ଏବେ ସମ୍ପୂର୍ଣ୍ଣ ସୌରଶକ୍ତିର ଗାଁ ହୋଇଯାଇଛି। ମାନ୍ୟାଚିଓ୍ବାଡ଼ିରେ ସ୍ବୟଂ ସହାୟିକା ଗୋଷ୍ଠୀ...

ମେଦବହୁଳତା ଚିକିତ୍ସାରେ ବୈଜ୍ଞାନିକ ପଦ୍ଧତି

ନ୍ୟାଶନାଲ ଫାମିଲି ହେଲ୍‌ଥ ସର୍ଭେ-୫ (୨୦୨୨) ଅନୁଯାୟୀ, ବର୍ତ୍ତମାନ ଭାରତରେ ୨୩% ନାରୀ ଓ ୨୨.୧% ପୁରୁଷ ବିଏମ୍‌ଆଇ ଅନୁଯାୟୀ ଅଧିକ ଓଜନ ବିଶିଷ୍ଟ। ପେଟର...

କଳା-ଗୋରା କାହାଣୀ

ଗତ ନବେ ଦଶକରେ ମୋର ବିବାହ ପାଇଁ କନ୍ୟା ଖୋଜା ହେଉଥିବା ବେଳେ ମୋ ବୋଉର ଗୋଟିଏ ମାତ୍ର ସର୍ତ୍ତ ଥିଲା ଯେ, ବୋହୂଟି ଗୋରୀ...

Dillip Cherian

ସ୍ବଚ୍ଛତା ନାହିଁ

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ କାର୍ଯ୍ୟରତ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୋନିଆ ନାରଙ୍ଗ ଓ ଅଭିଷେକ ଗୋଏଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏମାନେ ସେଣ୍ଟ୍ରାଲ ଡେପୁଟେଶନରେ...

Pahalgam Terror Attack: LoCରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ମୁହଁତୋଡ ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୬।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ଯୋଗୁ ସମଗ୍ର ଦେଶରେ କ୍ରୋଧର ପରିବେଶ ରହିଛି। ଏହି ଘଟଣା ପରଠାରୁ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା ଉପରେ ଗୁଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image