ଶବରପଡା ଗାଁକୁ ନାହିଁ ସବୁଦିନିଆ ରାସ୍ତା: ଜମି ହିଡ ପାଲଟିଛି ରାସ୍ତା

କୋକସରା, ୫।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡକାଠେଙ୍ଗା ପଞ୍ଚାୟତର ଶବରପଡାର ଗାଁକୁ ସବୁ ଦିନିଆ ଭଲ ରାସ୍ତା ନ ଥିବାବେଳେ ଯାତାୟତ ପାଇ ଜମି ହିଡ ହିଁ ଭରସା। ଏଥିପାଇଁ ଲୋକେ ଯାତାୟତରେ ଅନେକ ଅସୁବିଧାର ସମ୍ମୁଖିନ ଭୋଗୁଛନ୍ତି। ହେଲେ ସରକାରୀ ଅଧିକାରୀମାନେ ଅନେକ ଥର ଗାଁ ରାସ୍ତା ଦେଖିକି ଗଲେ ଓ ତଦାରଖ ବି କଲେ । କିଛି ଦୂର ରାସ୍ତାରେ କାମ ମଧ୍ୟ ଆରମ୍ଭ ହେଲା, କିନ୍ତୁ ଅଧାବାଟରେ ଅଟକି ରହିଲା ରାସ୍ତା। ଗାଁରେ ସରକାରଙ୍କ ଅନେକ ଯୋଜନା ପହଞ୍ଚତ୍ ସାରିଛି ହେଲେ ସବୁଦିନିଆ ରାସ୍ତା ନ ଥିବା ଯୋଗୁ ସମସ୍ୟା ଭୋଗୁଛନ୍ତି ଶବରପଡାବାସୀ । ଏହି ଗାଁ ବସତି ହୋଇ ପ୍ରାୟ ୪୦ ବର୍ଷ ପାଖାପାଖି ହେବ, ଏଠାରେ ୧୪ ପରିବାରର ଜନସଂଖ୍ୟା ପ୍ରାୟ ୧୫୦ରୁ ଊର୍ଦ୍ଧ ବସବାସ କରୁଛନ୍ତି। ଗାଁରେ ସରକାରୀ ଯୋଜନାରେ ଆବାସ ଘର, ନଳକୂପ, ବିଜୁଲି, ଭତ୍ତା ଭଳି ଅନେକ ସୁବିଧା ମିଳିଛି। ହେଲେ ଗାଁକୁ ସବୁଦିନିଆ ଭଲ ରାସ୍ତା ନାହିଁ। ସବୁଠୁ କୌତୁହଳର କଥା ହେଲା ଗାଁ ରେ ଯୁବକମାନଙ୍କୁ ବାହା ହେବାକୁ ଝିଅ ଦେବାକୁ ଅମଙ୍ଗ ହେଉଛନ୍ତି ଝିଅ। କାରଣ ପ୍ରତିବନ୍ଧକ ସାଜିଛି ରାସ୍ତା । ଆଉ ଗାଁରେ ବନ୍ଧୁବାନ୍ଧବ ଥରେ ଆସିଲେ ଆଉମନା କରୁଥିବା ମଧ୍ୟ କହିଛନ୍ତି ଗ୍ରାମବାସୀ। ସବୁଦିନିଆ ଭଲ ରାସ୍ତା ନ ଥିବାରୁ ବିଗତ ବର୍ଷରେ ଦେବରାଜ ଶବର ଓ ଯୁଧିଷ୍ଠିର ମାଝୀଙ୍କ ପ୍ରସୂତି ସ୍ତ୍ରୀଙ୍କୁ ଦୋଳାରେ ଡାକ୍ତରଖାନାକୁ ନେବା ସମୟରେ ଅଧାବାଟରେ ଜୀବନ ମଧ୍ୟ ଯାଇଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି । ରାସ୍ତା ସମସ୍ୟା ଯୋଗୁ ଗାଁର ଅଧିକାଂଶ ପିଲା ମୂର୍ଖ ହେଲେଣି, କାରଣ କେହି ବି ସ୍କୁଲର ମୁହଁ ମାଡୁନାହାନ୍ତି କି ଅଭିଭାବକ ମଧ୍ୟ ପିଲାଙ୍କୁ ଜଙ୍ଗଲ ରାସ୍ତା ଦେଇ ପ୍ରାୟ ୨ କିମି ଦୂରରେ ଥିବା ବନ୍ଧପଡା ପ୍ରାଥମିକ ବିଦ୍ୟାଳୟ ଯିବାକୁ ସୁରକ୍ଷିତ ମନେ କରୁନାହାନ୍ତି। ବର୍ଷା ମାସର ଦୁଃଖ ନ କହିବା ଭଲ, ଆଉ ଗ୍ରାମବାସୀଙ୍କୁ ଗୃହବନ୍ଧି ଜୀବନ ଯାପନ କରିବାକୁ ପଡିଥାଏ । ଏହି ସବୁ ସମସ୍ୟା ଭିତରେ ଦିନ କାଟୁଥିବା ଗ୍ରାମବାସୀ ଜିଲା ପ୍ରଶାସନଠାରୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କୁ ରାସ୍ତା ପାଇଁ ଗୁହାରି କରି ଥକି ପଡିଥିବା ଶବରପଡା ଗାଁର ସୁରେନ୍ଦ୍ର ସାହୁ, ବିଜୟ ଶବର, ଜିତେନ୍ଦ୍ର ଶବର, ଗଙ୍ଗାଧର ଶବର, ଟଙ୍କଧର ଶବର, କିଶୋର ଶବର, କୋକିଳ ଶବର, ଈଶ୍ୱ ଶବର, ରାମ ପ୍ରସାଦ ଶବର, ଲୀଳାମ୍ବର ଶବର, ଦୁର୍ବଳ କଟା, ଶଙ୍କର ନାଏକ, ବଣୁଆ ନାଏକ ପ୍ରମୁଖ ଗ୍ରାମବାସୀମାନେ କହିଛନ୍ତି । ଏ ନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସଙ୍କୁ ପଚାରିବାରୁ ସେହି ଗାଁକୁ ଆମେ କନିଷ୍ଠ ଯନ୍ତ୍ରୀକୁ ପଠେଇ ଥିଲୁ। ଗାଁକୁ ଯିବା ରାସ୍ତାରେ କିଛି ଜମିର ବିବାଦ ରହିଛି, ତାକୁ ଆମେ ଆଗାମୀ ଦିନରେ ଏକ ବୈଠକ କରି ଗ୍ରାମବାସୀଙ୍କ ସହ ଆଲୋଚନା ପରେ ମନରେଗା ଯୋଜନାରେ ରାସ୍ତା ତିଆରି କରାଯିବା ନେଇ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଗାଧୋଉଥିଲେ ଦୁଇ ଯୁବତୀ : ମାଡ଼ି ଆସିଲା ପାଣି

ଭବାନୀପାଟଣା/ନର୍ଲା,୧୫।୧୦ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ବିଲାଟ ଗ୍ରାମରୁ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ନିକଟିସ୍ଥ...

ବ୍ୟବସାୟଙ୍କଠାରୁ ଟଙ୍କା ଲୁଟିନେଲେ ୪ ୱେବ ଖବରଦାତା: ଧରିଲା ପୋଲିସ

ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପୋଲିସ ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍‌ ଘଟଣାରେ ୫ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ...

ଏକ ମୋବାଇଲ ଚୋରି ଖୋଲିଦେଲା ସବୁ ଗୁମର: ଧରାପଡ଼ିଲେ ପୁଣା ଗ୍ୟାଙ୍ଗ, ୩ କୋର୍ଟ ଚାଲାଣ

ଭବାନୀପାଟଣା,୧୪।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଏକ ମୋବାଇଲ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗରେ ଥିବା...

ଜିଲାପାଳଙ୍କ ନିର୍ଦ୍ଦେଶକୁ ମାନିଲେନି ଶିକ୍ଷା କମିଟି: ଫେରିଗଲେ ପ୍ରଧାନ ଶିକ୍ଷକ

କେସିଙ୍ଗା,୧୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ସ୍ଥିତ ଜବାହାର ଉଚ୍ଚ ବିଦ୍ୟାପୀଠ ବାଲସି (କ) ର ପୂର୍ବତନ ପ୍ରଧାନ ଶିକ୍ଷକ ବଂଶୀଧର ରାଉତଙ୍କୁ...

ଡାକ୍ତର ତୁଷାର ପାଇଲେ ଗ୍ଲୋବାଲ ହେଲ୍‌ଥ କେୟାର ଆୱାର୍ଡ

ଭବାନୀପାଟଣା,୧୩।୧୦(ଉତ୍ତମ କୁମାର ଦାଶ): ହାଇଦ୍ରାବାଦ ସୋଜାଇଗୁଡାରେ ଅବସ୍ଥିତ ପାର୍କ ହୋଟେଲରେ ରବିବାର ଗ୍ଲୋବାଲ ହେଲ୍‌ଥ କେୟାରଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡାଇଗ୍ନୋଷ୍ଟିକ ସେବାରେ...

ମା’ ମାଣିକେଶ୍ୱରୀଙ୍କ ଲାଖମରା ପର୍ବ: ଲକ୍ଷ ଭେଦ କଲେ ପ୍ରଭୁପାଦ ପ୍ରଧାନ

ଭବାନୀପାଟଣା,୧୩।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀଙ୍କ ଲାଖମରା ପର୍ବ ବିଜୟା ଦଶମୀ ଅବସରରେ ସ୍ଥାନୀୟ ନକଟିଗୁଡାଠାରେ ଅନୁଷ୍ଠିତ ହୋଇଯାଇଛି। ଏହି...

ଛତର ଯାତ୍ରାରେ ରାସ୍ତା ଜାମ:ଅଟକିଲା ଆମ୍ବୁଲାନ୍ସ

ଭବାନୀପାଟଣା,୧୨। ୧୦ (ଉତ୍ତମ କୁମାର ଦାଶ): ମା’ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଉପଲକ୍ଷେ ଶୁକ୍ରବାର ଭବାନୀପାଟଣା ସହରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଏତେ ସଂଖ୍ୟକ ଲୋକ...

ମାନସିକଧାରୀଙ୍କ ଆଗରେ ହାର୍‌ ମାନିଲା ପ୍ରଶାସନ

ଭବାନୀପାଟଣା,୧୨ା୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ଶୁକ୍ରବାର ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଯାତ୍ରାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri