ମୃତଦେହ ରଖିବା ପାଇଁ ନାହିଁ ଜାଗା, ଆସିବ କଣ୍ଟେନର

ଭୁବନେଶ୍ୱର,୫।୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ରେଳ ଦୁର୍ଘଟଣାରେ ବାଲେଶ୍ୱରରୁ ଭୁବନେଶ୍ୱର ଏମ୍ସକୁ ୧୨୩ ମୃତଦେହ ଆସିଥିଲା। ୪୩ ମୃତଦେହକୁ ସେମାନଙ୍କ ସମ୍ପର୍କିୟଙ୍କୁ ଚିହ୍ନଟ କରିବା ପରେ ହସ୍ତାନ୍ତର କରାଯାଇଛି। ଏବେ ପ୍ରାୟ ୮୦ ମୃତଦେହ ରହିଛି। ତେବେ ଏମ୍ସରେ ସ୍ଥାନ ଅଭାବ ଦେଖାଦେଇଥିବାରୁ ମୃତଦେହ ସଂରକ୍ଷଣ ପାଇଁ ଭୁବନେଶ୍ୱର ଏମ୍ସ ପାରାଦୀପରୁ ୫ଟି କଣ୍ଟେନର ମଗାଇଛି। ଏନେଇ ମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ଏନେଇ ଆଜି ସୂଚନା ଦେଇଛନ୍ତି। ପ୍ରତି କଣ୍ଟେନରରେ ୩୦ରୁ ୪୦ ମୃତଦେହ ସଂରକ୍ଷିତ ରହିପାରିବ। କଣ୍ଟେନରରେ ଦୁଇମାସ ପର୍ଯ୍ୟନ୍ତ ମୃତଦେହ ସଂରକ୍ଷିତ ରଖାଯାଇପାରିବ।

Share