ଡାକିଆଣି ନାଟକ ଦେଖାଇ କରତାଳି ନେବାରେ ଲାଭ ନାହିଁ

ନାଟକ, ସାହିତ୍ୟ ଓ ସିନେମା କ୍ଷେତ୍ରରେ ଶଙ୍କର ତ୍ରିପାଠୀ ହେଉଛନ୍ତି ଜଣେ ଜଣାଶୁଣା ନାମ। ଏହି ୩କ୍ଷେତ୍ରରେ ତାଙ୍କର ଅନନ୍ୟ ସୃଷ୍ଟି ଲୋକଙ୍କ ପାଖେ ତାଙ୍କୁ ପରିଚିତ କରିଛି। ୧୯୭୮ରେ ତାଙ୍କର ପ୍ରଥମ ନାଟକ ‘ପୃଥିବୀ ଶରଶଯ୍ୟା’ ମଞ୍ଚସ୍ଥ ହୋଇଥିଲା। ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ସାଗର ଗଙ୍ଗା’ରେ ସେ ପ୍ରଥମେ ସିନେମା ଲେଖିବା ଆରମ୍ଭ କରିଥିଲେ। ଏହାପରେ ଶତ୍ରୁ ସଂହାର, ତୁମକୁ ପାରୁନି ତ ଭୁଲି, ଛବିରାଣୀ ଆଦି ସିନେମା ରଚନା କରିଛନ୍ତି। ଆଉ ଏବେ ତାଙ୍କ ଲିଖିତ ଉପନ୍ୟାସ ନାଦବ୍ରହ୍ମରୁ ନିର୍ମିତ ଚଳଚ୍ଚିତ୍ର ‘ପୁଷ୍କରା’ ଦର୍ଶକଙ୍କୁ ଓଡ଼ିଆ ସିନେମାର ନିକଟତର କରିଛି। ‘ଶୁଣିବା ହେଉ ଏ କାହାଣୀ’ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ୨୦୧୫ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ବିଷୁବ ପୁରସ୍କାର ଆଦି ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। ନାଟକ ନୀଳଶୈଳ, ନବକଳେବର ଓ ଫିଲ୍ମ ପୁଷ୍କରା ମାଧ୍ୟମରେ ସେ ଦର୍ଶକଙ୍କୁ ପୁଣି ପ୍ରେକ୍ଷାଳୟକୁ ଟାଣି ଆଣି ପାରିଛନ୍ତି। ସାହିତ୍ୟରୁ ଯେ ଏକ ଭଲ ସିନେମା ହୋଇପାରିବ ତାହା ସେ ପୁନଃ ପ୍ରମାଣିତ କରିଛନ୍ତି। ଶଙ୍କର ତ୍ରିପାଠୀଙ୍କ ସହ ଏଥରର ଧରିତ୍ରୀ ଆଳାପ।

ଆପଣଙ୍କ ଉପନ୍ୟାସ ନାଦବ୍ରହ୍ମ ଉପରେ ପର୍ଯ୍ୟବସିତ ପୁଷ୍କରା ଚଳଚ୍ଚିତ୍ର ସମ୍ପର୍କରେ କ’ଣ କହିବେ?
୧୫ବର୍ଷ ଧରି ମୁଁ ସିନେମା ଲେଖି ନ ଥିଲି। କାରଣ ଏକ ମୌଳିକ କାହାଣୀ କରିବାର ସୁଯୋଗ ନ ଥିଲା। ଏହି କାହାଣୀକୁ ନେଇ ମଧ୍ୟ ମୁଁ ବିଭିନ୍ନ ପ୍ରଯୋଜକଙ୍କ ପାଖକୁ ଯାଇଥିଲି। କିନ୍ତୁ ସମସ୍ତେ କହୁଥିଲେ ଏହି ସିନେମା କଲେ କ’ଣ ଚାଲିବ। ମାତ୍ର ଯାହା ହେଉ ଏତେ ଦିନ ପରେ କାହାଣୀଟି ଆସିଲା ଆଉ ଦର୍ଶକ ତା’କୁ ଗ୍ରହଣ କଲେ, ଯାହା ମୋତେ ବହୁତ ଖୁସି ଦେଉଛି।
ଆଧ୍ୟାତ୍ମିକ ନାଟକ ଲେଖିବା ସମ୍ପର୍କରେ କ’ଣ କହିବେ?
୩୦ଖଣ୍ଡ ନାଟକ ମଧ୍ୟରୁ ପ୍ରାୟ ୨୦ରୁ ୨୫ଟି ସାମାଜିକ ସମସ୍ୟା ଉପରେ ଆଧାରିତ। ତେବେ ଦର୍ଶକ ଟିକେଟ୍‌ କାଟି ନାଟକ ଦେଖିବା ଆବଶ୍ୟକ। ଦର୍ଶକଙ୍କୁ ଡାକିଆଣି ନାଟକ ଦେଖାଇ କରତାଳି ନେବାରେ କୌଣସି ଲାଭ ନାହିଁ। ତେଣୁ ଏକ ପରିବର୍ତ୍ତନ ପାଇଁ ‘ଆହେ ନୀଳଶୈଳ’ ନାଟକ ଲେଖିଲି। ଏହାପରେ ନବକଳେବର ନାଟକ, ପୁଣି ପୁଷ୍କରା ଚଳଚ୍ଚିତ୍ର। ଜଗନ୍ନାଥ ଏବଂ ତାଙ୍କ ସଂସ୍କୃତି, ପରମ୍ପରାକୁ ଦର୍ଶକ ଗ୍ରହଣ କରିଛନ୍ତି। ସବୁକୁ ଭଲ ରେସପନ୍ସ ମିଳିଲା। ତେଣୁ ଦର୍ଶକଙ୍କ ଭାବାବେଗ ସହ ଜଡ଼ିତ ଆମ ସଂସ୍କୃତି, ଓଡ଼ିଆ ମାଟିର କାହାଣୀକୁ ଦର୍ଶକୀୟ ଆଦୃତି ମିଳିପାରିବ।
କାହାଣୀ ରଚନା ପାଇଁ ପ୍ରେରଣା କେଉଁଠୁ ମିଳେ?
ବିଭିନ୍ନ ଚରିତ୍ର ମାଧ୍ୟମରେ ଆସିଥାଏ। ଯେହେତୁ ମୁଁ ପୁରୀରେ ବଢ଼ିଛି, ଅନେକ ଚରିତ୍ରଙ୍କ ସହ ଭେଟ ହୁଏ। କିଛି ସାମାଜିକ ସମସ୍ୟା ଆଉ କିଛି ବହି ପଢୁ ପଢ଼ୁ କୌଣସି ଏକ ନିର୍ଦ୍ଦିଷ୍ଟ ଚିନ୍ତା ବା ଚେତନା ମୋତେ ଲେଖିବାକୁ ବାଧ୍ୟ କରେ। ନିଜ ବ୍ୟକ୍ତିଗତ ଜୀବନର ଅନୁଭୂତିରୁ ବି ବେଳେବେଳେ ଲେଖି ହେଇଯାଏ।
ନୂଆ ନାଟ୍ୟକାର ସୃଷ୍ଟି ହେବା ସମ୍ପର୍କରେ କ’ଣ କହିବେ?
ନାଟ୍ୟକାର ଏବେ ଭଲ ଲେଖୁଛନ୍ତି। ସେମାନଙ୍କ ଭିତରେ ସମ୍ଭାବନା ଅଛି। କ’ଣ ଲେଖିବା ଉଚିତ୍‌, କାହିଁକି ଲେଖିବି ଓ କାହାପାଇଁ ଲେଖିବି ଏହି ୩ ପ୍ରଶ୍ନର ଉତ୍ତର ଯାହା ପାଖେ ଅଛି ସେ ଜଣେ ସଫଳ ନାଟ୍ୟକାର ହୋଇପାରିବ। ଧୀରେଧୀରେ ସେମାନେ ତାଙ୍କ ଅନୁଭବ ଓ ଅନୁଭୂତି ଭିତରୁ ପରିପକ୍ୱ ହେବେ। କାହାପାଇଁ କେବେ ସମୟ ଅଟକି ଯାଇନାହିଁ। ଯେଭଳି ଆମର ପୂର୍ବପିଢ଼ି ଥିଲେ, ତା’ପରେ ଆମେ ଓ ଆମ ପରେ ମଧ୍ୟ ଉତ୍ତରପିଢ଼ି ସୃଷ୍ଟି ହେବେ।
ଓଡ଼ିଆରେ ନିଜସ୍ବ କାହାଣୀ ଥିବା ସତ୍ତ୍ୱେ ଚଳଚ୍ଚିତ୍ର, ଧାରାବାହିକ କପି ହେଉଛି କାହିଁକି?
କପି କରି ଫିଲ୍ମ କି ଧାରାବାହିକ ଲେଖୁଛନ୍ତି, ସେମାନେ ପର୍ଯ୍ୟାପ୍ତ ପରିମାଣରେ ଓଡ଼ିଆ କାହାଣୀ ପଢ଼ିନାହାନ୍ତି। ଯଦି ପଢ଼ିଥା’ନ୍ତେ ତାହାଲେ ତାହା ସେମାନଙ୍କୁ ଲେଖିବାକୁ ଆନ୍ଦୋଳିତ କରିଥାନ୍ତା। ଦ୍ୱିତୀୟ କଥା, ଯଦି ବ୍ୟବସାୟିକ ସୂତ୍ରରେ ତିଆରି ହେଉଛି ତେବେ ନିର୍ମାତାମାନଙ୍କର ପୂର୍ବରୁ ଏକ ବଦ୍ଧଧାରଣା ରହିଛି ଯେ, ମୌଳିକ କାହାଣୀ ପରିବର୍ତ୍ତେ ପୂର୍ବରୁ ଯେଉଁ ଚଳଚ୍ଚିତ୍ର ସଫଳ ହୋଇଥିବ ସେହି ଉପାଦାନଗୁଡ଼ିକ ଆଣି ପୂରେଇଦିଅନ୍ତି।
ଗୋଟିଏ କାହାଣୀ ଲେଖିବାକୁ ଆପଣ କେତେ ସମୟ ନିଅନ୍ତି?
ନିର୍ଦ୍ଦିଷ୍ଟ ସମୟ ନାହିଁ। ବେଳେବେଳେ କାହାଣୀ ଲେଖିବାକୁ ୫ବର୍ଷ ବି ବିତିଯାଇଛି। ୧୫ଦିନ କି ମାସେ ଭିତରେ ବି କାହାଣୀ ଲେଖି ହୋଇଯାଇଛି। ଯେଉଁ ପର୍ଯ୍ୟନ୍ତ କାହାଣୀର ସମଗ୍ର ରୂପଟାକୁ ମୁଁ ଦେଖି ନ ପାରେ, ସେ ପର୍ଯ୍ୟନ୍ତ ଲେଖେନାହିଁ।
ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ଏମିତି କହିଲେ ବିଜୟଲକ୍ଷ୍ମୀ

ଭୁବନେଶ୍ୱର,୧୮।୧୦: ବିଜେଡିକୁ ପୁଣି ଝଟ୍‌କା ଲାଗିଛି । ଜଣଙ୍କ ପରେ ଜଣେ ଦଳ ଛାଡ଼ୁଥିବା ବେଳେ ଶୁକ୍ରବାର  ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର।ଭୁବନେଶ୍ବର ମହିଳା...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ?

  ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

୨୪ରେ ଉପକୂଳ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ଼: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି। ବର୍ଷା ହେଲେ ଧାନଚାଷ ସୁଧୁରିଯିବ। ଝଡ଼ ହେଲେ ଉଜୁଡ଼ିଯିବ। ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଶଙ୍କାରେ ପଡ଼ିଛନ୍ତି।...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ମଣ୍ଡିରୁ ଧାନ କିଣିପାରିବେନି…

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ଚଳିତ ଥର ମିଲରମାନେ ମଣ୍ଡିରୁ ଧାନ କିଣିପାରିବେନି। କେନ୍ଦ୍ରୀୟ ସଂସ୍ଥା କିମ୍ବା ସମବାୟ ସଂସ୍ଥା ମଣ୍ଡିରୁ ଧାନ କିଣିବେ। ଧାନ କ୍ରୟ ବ୍ୟବସ୍ଥାକୁ...

ବୁଦ୍ଧାଦିତ୍ୟଙ୍କ ନାଁରେ ଏଫଆଇଆର, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ନେଇ ଲେଖିଲେ…

ଭୁବନେଶ୍ୱର,୧୮।୧୦: ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ଥାନାରେ ମାମଲା। କ୍ୟାପିଟାଲ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଥାନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri