ବଜାରରେ ନାହିଁ ଆଳୁ: ପୁଣି ବଢ଼ିଲା ଦର

ଭୁବନେଶ୍ୱର,୬।୮: ପୁଣି ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଛି। ଆଳୁ ଦର ଆକାଶ ଛୁଆଁ ହୋଇଛି। ଆଳୁକୁ ନେଇ ଏବେ ମଧ୍ୟ ଟେନ୍‌ସନ ଲାଗି ରହିଥିବା ବେଳେ କଟକ ଓ ଭୁବନେଶ୍ୱରରେ ଆଳୁ ଗୋଦାମ ଆଳୁ ନାହିଁ। ଫଳରେ ଟୁଇନ୍‌ ସିଟିରେ ଆଳୁ କେଜି ଦିନକରେ ୨୦ରୁ ୨୫ ଟଙ୍କା ବଢ଼ି ଯାଇଛି। ବଜାରରେ ଆଳୁ ମିଳୁ ନ ଥିବା ବେଳେ କାଁ ଭାଁ ଯେଉଁଠି ଅଛି କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି।
ପଶ୍ଚିମବଙ୍ଗ ଏବେ ମଧ୍ୟ ଆଳୁଗାଡ଼ି ଓଡ଼ିଶାକୁ ଛାଡ଼ୁ ନ ଥିବା ବେଳେ ଉତ୍ତରପ୍ରଦେଶ ଆଳୁର ଦାମ ଅଧିକ ଥିବା ବେଳେ ଚାହିଦା ନାହିଁ। ଏଥିସହ ଉତ୍ତରପ୍ରଦେଶରୁ ଆବଶ୍ୟକ ମୁତାବକ ଆଳୁ ଗାଡ଼ି ରାଜ୍ୟରେ ଠିକ ସମୟରେ ପହଞ୍ଚି ପାରୁନି।ଏହାର ସିଧା ପ୍ରଭାବ ଓ ବଜାର ଉପରେ ପଡ଼ୁଛି।

Share