ଭାରତ ସହିତ ସମୁଦ୍ର ସୁରକ୍ଷା ବୁଝାମଣାରେ ଶ୍ରୀଲଙ୍କା ପାଇଁ କୌଣସି ସମସ୍ୟା ନାହିଁ…

କଲମ୍ବୋ, ୩୧।୩ : ଶ୍ରୀଲଙ୍କା ସରକାର କହିଛନ୍ତି ଯେ ନିକଟରେ ଭାରତ ସହ ସ୍ବାକ୍ଷରିତ ସାମୁଦ୍ରିକ ସୁରକ୍ଷା ଚୁକ୍ତିନାମା ଦ୍ୱାରା ଦେଶର ସୁରକ୍ଷା ପ୍ରତି କୌଣସି ବିପଦ ଅବା ସମସ୍ୟା ସୃଷ୍ଟି ହେଉନାହିଁ। ସେ କହିଛନ୍ତି ଯେ ଦେଶର କିଛି ଗଣମାଧ୍ୟମ ଦ୍ୱାରା ଭାରତ-ଶ୍ରୀଲଙ୍କା ସମ୍ପର୍କକୁ ଭୁଲ ଭାବରେ ବ୍ୟାଖ୍ୟା କରାଯାଉଛି।

ଭାରତର ବହିର୍ବ୍ୟାପାର ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ଗସ୍ତ ସମୟରେ ଏକ ’ସାମୁଦ୍ରିକ ଉଦ୍ଧାର କାର୍ଯ୍ୟ ସମନ୍ବୟ କେନ୍ଦ୍ର’ ପ୍ରତିଷ୍ଠା ପାଇଁ ଏକ ଚୁକ୍ତିନାମା ହୋଇଥିଲା। ବିପଦରେ ପଡ଼ିଥିବା ଜାହାଜଗୁଡ଼ିକର ସନ୍ଧାନ ଏବଂ ଉଦ୍ଧାର ପାଇଁ ଏହି କେନ୍ଦ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।

ଏହା ଦ୍ୱାରା ବିଭିନ୍ନ ଅନ୍ତର୍ଜାତୀୟ ଆଇନ ଅନୁସାରେ ଜାହାଜଗୁଡ଼ିକର ନିରାପତ୍ତାକୁ ସୁନିଶ୍ଚିତ କରାଯାଇ ପାରିବ। ଶ୍ରୀଲଙ୍କାର ସର୍ଚ୍ଚ ଆଣ୍ଡ ରେସକ୍ୟୁ ଅଞ୍ଚଳରେ ବାଣିଜି୍ୟକ ଜାହାଜଗୁଡ଼ିକର ସାମୁଦ୍ରିକ କାର୍ଯ୍ୟ ପାଇଁ ଶ୍ରୀଲଙ୍କା ନୌସେନା ଉତ୍ତରଦାୟୀ ରହିବ ବୋଲି ବିବୃତ୍ତିରେ କୁହାଯାଇଛି।

ଏହି ବିବୃତ୍ତିରେ ଭାରତର ମାଗଣା ଫ୍ଲୋଟିଂ ଡକ ସୁବିଧା ବିଷୟରେ ମଧ୍ୟ କୁହାଯାଇଛି। ଶ୍ରୀଲଙ୍କା କହିଛି ଯେ ଭାରତ ସହ ହୋଇଥିବା ଚୁକ୍ତିନାମା ଶ୍ରୀଲଙ୍କା ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ।

Share