Categories: ଜାତୀୟ

‘ବିଚାରପତି ନିର୍ବାଚନର ସମ୍ମୁଖୀନ ହୁଅନ୍ତି ନାହିଁ’

ନୂଆଦିଲ୍ଲୀ,୨୩।୧: ବିଚାରପତିମାନଙ୍କୁ ନିର୍ବାଚନ କିମ୍ବା ଜନସାଧାରଣଙ୍କ ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ି ନ ଥାଏ ବୋଲି କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି। ତଥାପି ସେମାନେ ସେମାନଙ୍କ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ନଜରରେ ରହିଥାନ୍ତି। ଜନସାଧାରଣ ଆପଣଙ୍କୁ ଦେଖୁଛନ୍ତି ଓ ଆପଣମାନେ କିପରି ରାୟ ଦେଉଛନ୍ତି, ଆପଣମାନଙ୍କ କାର୍ଯ୍ୟ ଶୈଳୀ ଆଦିକୁ ସେମାନେ ବିଚାର କରୁଛନ୍ତି। ସେମାନେ ମତାମତ ଦିଅନ୍ତି ବୋଲି ରିଜିଜୁ ଦିଲ୍ଲୀ ବାର୍‌ ଆସୋସିଏଶନ୍‌ର ଏକ କାର୍ଯ୍ୟକ୍ରମରେ କହିଛନ୍ତି। ସୋସିଆଲ ମିଡିଆ ଆସିବା ଫଳରେ ଜନସାଧାରଣ କହିବାର କ୍ଷମତା ପାଇଛନ୍ତି। କେବଳ ନେତାମାନେ କହିବାର ସେ ପୁରୁଣା ଯୁଗ ଆଉ ନାହିଁ ବୋଲି ରିଜିଜୁ କହିଛନ୍ତି।

Share