ରାଜ୍ୟରେ କରୋନା ଦ୍ୱିତୀୟ ଲହରି ଆଶଙ୍କା ନାହିଁ

ଭୁବନେଶ୍ୱର, ୫।୧୨(ବ୍ୟୁରୋ)-କରୋନାର ଦ୍ୱିତୀୟ ଲହରି ଆଶଙ୍କା ଓଡ଼ିଶାରେ ନାହିଁ। ଡିସେମ୍ବର ମାସରେ କରୋନାର ଦ୍ୱିତୀୟ ଲହରି ଆସିବ ବୋଲି ଆଶଙ୍କା କରାଯାଉଥିଲା। ତାହା ଆଉ ଆସି ନ ପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ବୈଷୟିକ କମିଟି ମୁଖପାତ୍ର ତଥା ଏସ୍‌ସିବି ମେଡିସିନ୍‌ ବିଭାଗ ମୁଖ୍ୟ ଡା. ଜୟନ୍ତ ପଣ୍ଡା କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ କରୋନା ଗ୍ରାଫ୍‌ ଢେର ହ୍ରାସ ପାଇଛି। କରୋନାକୁ ହରାଇବା ପାଇଁ ସାଧାରଣ ଲୋକେ ଓ କରୋନା ଯୋଦ୍ଧା ବହୁ ତ୍ୟାଗ କରିଛନ୍ତି। ଯଦିଓ ଦ୍ୱିତୀୟ ଲହରି ଆଶଙ୍କା ନାହିଁ ତଥାପି ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଅତି କମ୍‌ରେ ଫେବୃୟାରୀ ମାସ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡ଼ିବ। ଆଉ କିଛି ସପ୍ତାହ ମଧ୍ୟରେ ଟିକା ଆସିବ। ଚଳିତ ମାସ ବୋଧେ ଆମେ ଆମ ଲୋକଙ୍କୁ ଟିକା ଦେଇପାରିବା ବୋଲି ଡା. ପଣ୍ଡା ଆଶାପ୍ରକଟ କରିଛନ୍ତି।

Share