୨ ପୋଲିସ କଲୋନୀରେ ରାସ୍ତା ନାହିଁ କି ଡ୍ରେନ୍‌ ନାହିଁ

ଗଞ୍ଜାମ,୨୧ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରରେ ଥିବା ଉଭୟ ପୁରୁଣା ଓ ନୂଆ ପୋଲିସ କଲୋନୀ ଡ୍ରେନ୍‌ ଓ ରାସ୍ତାର ସୁବିଧା ନାହିଁ। ଫଳରେ ଉକ୍ତ ୨ଟି କଲୋନୀରେ ରହୁଥିବା ପୋଲିସ କର୍ମଚାରୀଙ୍କ ପରିବାର ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛତ୍ରପୁର ଏନ୍‌ଏସିର ୧୧ ନମ୍ବର ଓ୍ବାର୍ଡରେ ପୁରୁଣା ପୋଲିସ କଲୋନୀ ଓ ୧୪ ନମ୍ବର ଓ୍ବାର୍ଡରେ ନୂଆ ପୋଲିସ କଲୋନୀ ରହିଛି। ତେବେ ଏନ୍‌ଏସି କର୍ତ୍ତୃପକ୍ଷ ଉକ୍ତ ୨ ପୋଲିସ କଲୋନୀରେ ରାସ୍ତା ଓ ଡ୍ରେନ ନିର୍ମାଣ ଭୁଲିଯାଇଛନ୍ତି। ଶୁକ୍ରବାର ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘ ପକ୍ଷରୁ ଜିଲାପାଳ ଓ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।

Share