Categories: ଗଜପତି

ରାସ୍ତା ନାହିଁ, ଦୋଳାରେ ବୁହା ହେଲେ ରୋଗୀ

ପାରଳାଖେମୁଣ୍ଡି,୧୭।୪(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକର ଅନେକ ସ୍ଥାନରେ ଏବେ ମଧ୍ୟ ରାସ୍ତା ଅପହଞ୍ଚ। ଫଳରେ ରୋଗୀଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ର ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କର୍ଚ୍ଚବା ପଞ୍ଚାୟତର ଟାକୁରୁମା ଗ୍ରାମକୁ ରାସ୍ତା ନ ଥିବାରୁ ଏଶୋର ମାଝୀ (୪୫) ନାମକ ବ୍ୟକ୍ତି ପଡିଯାଇ ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ମୋହନା ମେଡିକାଲକୁ ଆଣିବା ପାଇଁ ଗ୍ରାମବାସୀ ୧ କି.ମି. ଦୋଳାରେ ବୋହି ଆଣିଥିଲେ। କୁଟିଗୁଡା ଗ୍ରାମ ପର୍ଯ୍ୟନ୍ତ ସେଠାରୁ ଏକ ଅଟୋ ଯୋଗେ ମୋହନା ମେଡିକାଲକୁ ଆଣି ପହଞ୍ଚାଇଲେ। ସେହିପରି ଅନେକ ବାର ରାସ୍ତା ନ ଥିବାରୁ ଗର୍ଭବତୀ ମହିଳାଙ୍କୁ ଆଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ।