ଗାଁକୁ ନାହିଁ ରାସ୍ତା: ଖଟିଆରେ ବୁହା ହେଲେ ରୋଗୀ

ରିଆମାଳ,୧୪।୧୦(ନିରଞ୍ଜନ ବେହେରା): ଦେବଗଡ଼ ଜିଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ବରଡାତଇଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସରକାର ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ଆଦି ଉନ୍ନତି କ୍ଷେତ୍ରରେ ଡିଣ୍ଡିମ ପିଟୁଥିବା ବେଳେ ଗ୍ରାମକୁ ରାସ୍ତା ନ ଥିବାରୁ ଖଟିଆରେ ରୋଗୀକୁ ବୁହାହୋଇ ନେବା ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ବରଡାତଇଲା ଗ୍ରାମର ୨୯ବର୍ଷ ବୟସ୍କା ସମ୍ବାରୀ ହାସା ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇପଡିଥିଲେ । ପରିବାର ଲୋକେ ଡାକ୍ତରଖାନାକୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଗାଁକୁ ରାସ୍ତା ନ ଥିବାରୁ ରୋଗୀଙ୍କୁ ଖଟିଆରେ ବୁହାହୋଇ ଆମ୍ବଲାନ୍ସ ପାଖକୁ ଅଣାଯାଇଥିଲା। ୧୦୮ ଆମ୍ବୁଲାନ୍ସର କର୍ମଚାରୀ ଦୁଷ୍ମନ୍ତ ସାହୁ, ଉତ୍ତମ ସାହୁ ଏବଂ ପ୍ରଶାନ୍ତ ପ୍ରଧାନଙ୍କ ସହ ଗ୍ରାମବାସୀଙ୍କ ସହଯୋଗରେ ରୋଗୀଙ୍କୁ ଖଟିଆରେ ବୋହି ଆଣିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାଙ୍କୁ ଚିକିତ୍ସା ପାଇଁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଉଛି ହିଲ୍‌ଭିୟୁ ଘାଟି, କୁଢ଼କୁଢ଼ ଆର୍ବଜନା ଦେଖି ପର୍ଯ୍ୟଟକ କ୍ଷୁବ୍ଧ

ଦାରିଙ୍ଗବାଡ଼ି,୨୯ା୩(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ତଥା ପର୍ଯ୍ୟଟନ କ୍ଷେତ୍ର ପାଇଁ ଦାରିଙ୍ଗବାଡ଼ି ଦେଶ ଓ ବିଦେଶରେ ପରିଚିତ। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବାକୁ...

ବିଭିନ୍ନ ଦାବି ନେଇ ଡିଏଭି ମହାବିଦ୍ୟାଳୟର ତାଲା ପକାଇଲେ କର୍ମଚାରୀ

ଟିଟିଲାଗଡ଼,୨୯ା୩(ଶରତ ମିଶ୍ର): ଟିଟିଲାଗଡ଼ ଡିଏଭି ସ୍ବୟଂ ଶାସିତ ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ବିଭିନ୍ନ ଦାବି ନେଇ ଶନିବାର ମହାବିଦ୍ୟାଳୟର ଗେଟ୍‌ ସମ୍ମୁଖରେ ଧାରଣା ଦେଇଛନ୍ତି।...

କୋଟିଆରେ ଆନ୍ଧ୍ର କରୁଛି E-KYC, ଓଡ଼ିଶା ବ୍ଲକ ପ୍ରଶାସନ ନିକଟରେ ନାହିଁ ଖବର

ପଟ୍ଟାଙ୍ଗି,୨୯ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମବାସୀଙ୍କ ନିକଟରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ସରକାରୀ କର୍ମଚାରୀ...

ଶିକୁଳାରେ ଦଣ୍ଡ ବାହାରିଲେ ମୁଣ୍ଡ ଗଡୁଛି, ପୁଣି ଜଣେ ଯୁବକଙ୍କୁ ବୀଭତ୍ସ ହତ୍ୟା

ପୁରୁଷୋତ୍ତମପୁର,୨୯ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଦଣ୍ଡଯାତ୍ରା ବାହାରିଲେ ମୁଣ୍ଡ ଗଡିବାରେ ଲାଗିଛି। ଏଠାରେ ଥିବା ଅପରାଧୀ ଗୋଷ୍ଠୀମାନେ ଯାତ୍ରା...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୧୬ ମାଓବାଦୀ ନିହତ

ମାଲକାନଗିରି,୨୯ା୩: ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଛନ୍ତି।-ସୁକ୍‌ମା ଜିଲା ଅପମ୍ପଲି ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

ବରଗଡ଼ ଓକିଲ ସଂଘର ନିର୍ବାଚନ: ଚାଲିଛି ମତଦାନ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ଶନିବାର ଚାଲିଛି ବରଗଡ଼ ଜିଲା ଓକିଲ ସଂଘର ନିର୍ବାଚନ। ଏଥିପାଇଁ ସକାଳୁ ମତଦାନ ଆରମ୍ଭ ହୋଇଯାଇଛି। ଏଥର ସଂଘର ସଭାପତି ପଦବୀ ପାଇଁ...

ରାସ୍ତା ତିଆରିକୁ ପୂରିନି ବର୍ଷେ, ଉଠିଗଲାଣି ପିଚୁ,ମେଟାଲ

ନବରଙ୍ଗପୁର,୨୯।୩(ସଦାଶିବ ପ୍ରହରାଜ): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଅତି ନିମ୍ନମାନର ହୋଇଥିବା ନେଇ ଜିଲା ପରିଷଦ ବୈଠକରେ ସଭ୍ୟମାନେ...

ଚିକିତ୍ସା ପାଇଁ ସହାୟତାକୁ ଅପେକ୍ଷା

ବଡ଼ଗାଁ,୨୯।୩(ଅଶୋକ ଷଡ଼ଙ୍ଗୀ): ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ। ହଠାତ୍‌ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଚଳାଇବା କଷ୍ଟକର ହେଉଛି। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image