Advertisement

ଗାଁକୁ ନାହିଁ ରାସ୍ତା: ଖଟିଆରେ ବୁହା ହେଲେ ରୋଗୀ

ରିଆମାଳ,୧୪।୧୦(ନିରଞ୍ଜନ ବେହେରା): ଦେବଗଡ଼ ଜିଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ବରଡାତଇଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସରକାର ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ଆଦି ଉନ୍ନତି କ୍ଷେତ୍ରରେ ଡିଣ୍ଡିମ ପିଟୁଥିବା ବେଳେ ଗ୍ରାମକୁ ରାସ୍ତା ନ ଥିବାରୁ ଖଟିଆରେ ରୋଗୀକୁ ବୁହାହୋଇ ନେବା ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ବରଡାତଇଲା ଗ୍ରାମର ୨୯ବର୍ଷ ବୟସ୍କା ସମ୍ବାରୀ ହାସା ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇପଡିଥିଲେ । ପରିବାର ଲୋକେ ଡାକ୍ତରଖାନାକୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଗାଁକୁ ରାସ୍ତା ନ ଥିବାରୁ ରୋଗୀଙ୍କୁ ଖଟିଆରେ ବୁହାହୋଇ ଆମ୍ବଲାନ୍ସ ପାଖକୁ ଅଣାଯାଇଥିଲା। ୧୦୮ ଆମ୍ବୁଲାନ୍ସର କର୍ମଚାରୀ ଦୁଷ୍ମନ୍ତ ସାହୁ, ଉତ୍ତମ ସାହୁ ଏବଂ ପ୍ରଶାନ୍ତ ପ୍ରଧାନଙ୍କ ସହ ଗ୍ରାମବାସୀଙ୍କ ସହଯୋଗରେ ରୋଗୀଙ୍କୁ ଖଟିଆରେ ବୋହି ଆଣିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାଙ୍କୁ ଚିକିତ୍ସା ପାଇଁ ନେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel