ଗାଁକୁ ରାସ୍ତା ନାହିଁ, ବ୍ଲକ ଘେରାଉ କଲେ ଗ୍ରାମବାସୀ

ଆନନ୍ଦପୁର,୧୧ା୯(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ବ୍ଲକ କୋଡ଼ପଡ଼ା ପଞ୍ଚାୟତ ଗୋଳାବନ୍ଧ ଗ୍ରାମକୁ ଆସିଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା ପାଣି କାଦୁଅରେ ଭର୍ତ୍ତି ହେଉଛି। ସାଧାରଣ ଚଳାଚଳରେ ସମସ୍ୟା ସୃଷ୍ଟି ହେବା ସହିତ ଗ୍ରାମକୁ ଜରୁରିକାଳୀନ ସେବାର ଯାନବାହନ ପ୍ରବେଶ କରିବା ସମ୍ଭବ ହେଉନାହିଁ। ରୋଗୀଟିଏ ସୁବିଧାରେ ଡାକ୍ତରଖାନାକୁ ଆସିପାରୁନି କି ପିଲାମାନେ ସ୍କୁଲକୁ ଠିକ୍‌ ଭାବେ ଯାତାୟାତ କରିପାରୁନାହାନ୍ତି। ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଗୋଳାବନ୍ଧ ଗ୍ରାମବାସୀ ଏକତ୍ରିତ ହୋଇ ଗ୍ରାମର ତନ୍ମୟ ସାହୁଙ୍କ ନେତୃତ୍ୱରେ ବୁଧବାର ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ। ଗ୍ରାମର ଶୋଚନୀୟ ରାସ୍ତା ସମସ୍ୟାକୁ ନେଇ ପୂର୍ବରୁ ଆନନ୍ଦପୁର ବ୍ଲକ ବିଡିଓଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ହେଲେ ଅଦ୍ୟାବଧି ସମସ୍ୟାର ସମାଧାନ ହୋଇ ନ ଥିବାରୁ ଆଜି ଦୁଇ ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଏକଜୁଟ୍‌ ହୋଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ। ଆନନ୍ଦପୁର ବିଡିଓ ଯୋଗରଞ୍ଜନ ନାୟକ ଗ୍ରାମବାସୀଙ୍କ ସହିତ ଆଲୋଚନା ପୂର୍ବକ ଖୁବ୍‌ଶୀଘ୍ର ରାସ୍ତା ସମସ୍ୟା ଦୂର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବିଡିଓଙ୍କ ପ୍ରତିଶ୍ରୁତି ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ ହେଁ ସପ୍ତାହେ ମଧ୍ୟରେ ରାସ୍ତାର ଆବଶ୍ୟକ ମରାମତି କିମ୍ବା ନୂତନ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରା ନ ଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ଟ୍ରକ ଘଟଣାରେ ଜଣେ ଗିରଫ ଜଣେ ଫେରାର

ଗୋପାଳପୁର, ୧୭।୯(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ଶନିବାର ବିଳମ୍ବିତ ରାତିରେ ହଳଦିଆପଦର ଗ୍ରାମ ନିକଟରେ ପାର୍କିଂ ଅବସ୍ଥାରେ ଥିବା ଏକ ଟ୍ରକ ଚୋରି...

ଜନ୍ମ ଦିନରେ ମା’ ହିରାବେନଙ୍କୁ ମନେ ପକାଇଛନ୍ତି ମୋଦି

ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୫ହଜାର...

ଦାରିଙ୍ଗବାଡିରେ ମହିଳାଙ୍କ ବଢ଼ିଲା ଉତ୍ସାହ: ସୁଭଦ୍ରା ଟଙ୍କାପାଇ..

ଦାରିଙ୍ଗବାଡି,୧୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ ପଡିଆଠାରେ ସୁଭଦ୍ରା ଯୋଜନାର ଲୋକାର୍ପିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡ଼ିିଶା ଜୀବିକା ମିଶନର ବିପିଏମ ପିଣ୍ଟୁ ନାୟକଙ୍କ...

କାରଖାନାରେ ଅଘଟଣ: ଷ୍ଟ୍ରକ୍ଚର ପଡ଼ି ଚାଲିଗଲା ୨ ଶ୍ରମିକଙ୍କ ଜୀବନ, ୫ ଗୁରୁତର

ଝାରସୁଗୁଡ଼ା,୧୭।୯: ଝାରସୁଗୁଡ଼ା ଜିଲା ବୁଢିପଦର ଓଡ଼ିଶା ମେଟାଲିକ୍ସ କମ୍ପାନୀରେ ମଙ୍ଗଳବାର ଏକ ଅଘଟଣ ଘଟିଛି। କାରଖାନାରେ ଷ୍ଟ୍ରକ୍ଚର ପଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ...

ମୋଦିଙ୍କ ଜନ୍ମଦିନକୁ ବିରୋଧ କରି ଚା’ ବିକିଲେ ଯୁବ କଂଗ୍ରେସ

କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ହୁ ହୁ ହୋଇ ଶିକ୍ଷିତ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଯାହାକି ଯୁବତୀ, ଯୁବକମାନଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି।...

ଅଘଟଣ: ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର

ବାରିପଦା,୧୭।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ସଦର ଥାନା ଅଧୀନ କାଠପାଳ ବନ୍ଧରେ ବୁଡି ୨ଜଣ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର...

PM Modi to launch Subhadra Yojana

ଖାତାକୁ ଆସିଲା କି’ ସୁଭଦ୍ରା ଟଙ୍କା…

ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏପରିକି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୫ହଜାର...

ଆଜି ଖଣ୍ଡପଡ଼ା ଏନ୍‌ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ

ଖଣ୍ଡପଡ଼ା,୧୭।୯(ଅଜୟ କୁମାର ମହାରଣା): ନିର୍ଦ୍ଧାରିତ ସୂଚନାକ୍ରମେ ଦୀର୍ଘ ୪୫ ଦିନ ପରେ ବିରୋଧୀ ବିଜେଡି କାଉନ୍‌ସିଲରଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ମଙ୍ଗଳବାର ଖଣ୍ଡପଡ଼ା ଏନ୍‌ଏସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri