ରାଜ୍ୟରେ ଅଭାବ ନାହିଁ ରେମ୍‌ଡେସିଭିର

ଭୁବନେଶ୍ୱର,୩୦।୪: ରାଜ୍ୟରେ ଦୈନିକ ୧୨ଶହ ରେମ୍‌ଡେସିଭିର ଆବଶ୍ୟକ ହେଉଛି। ବର୍ତ୍ତମାନ ୪୩ ହଜାର ଷ୍ଟକ ରହିଛି। ଶନିବାର ଆଉ ୨୧ ହଜାର ପହଞ୍ଚିବ। ଯେଉଁ ଅଭାବ କଥା କୁହାଯାଉଛି, ସେସବୁ ବେସରକାରୀ ଡାକ୍ତରଖାନାଗୁଡିକରେ ବୋଲି ଶୁକ୍ରବାର ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। କରୋନା ଆକ୍ରାନ୍ତ ହେଲେ ତରବର ଭାବେ ହସ୍ପିଟାଲ ଆସନ୍ତୁ ନାହିଁ। ହୋମ ଆଇସୋଲେଶନରେ ରହନ୍ତୁ। ଜରୁରୀ ଥିଲେ ହସ୍ପିଟାଲ ଆସନ୍ତୁ। ଘରେ ରହନ୍ତୁ, ଯଦି ଅବସ୍ଥା ଗୁରୁତର ହେଲା ଆମ୍ବୁଲାନ୍ସ ଯାଇ ଆଣିବ। ଜଣେ ଗୁରୁତର ରୋଗୀକୁ ହସ୍ପିଟାଲରେ ଚିକିତ୍ସା ପାଇଁ ଜନସାଧାରଣଙ୍କୁ ସୁଯୋଗ ଦେବାକୁ ସେ ନିବେଦନ କରିଛନ୍ତି। କିଛି ଦିନ ହେଲା ରାଜ୍ୟରେ ରେମ୍‌ଡେସିଭିର ଅଭାବ ନେଇ ଖବର ପ୍ରକାଶ ପାଇଥିଲା। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ହେଲେ ଏହି ଅଭାବକୁ ସେ ଖଣ୍ଡନ କରିଛନ୍ତି।

Share