ସାଧାରଣତଃ ଲୋକେ ବିଭିନ୍ନ ତେଲର ବ୍ୟବହାର କରିଥା’ନ୍ତି। ମାତ୍ର ନଡ଼ିଆ ତେଲରେ ଏପରି ଗୁଣ ରହିଛି, ଯାହାକୁ ଲଗାଇଲେ ବୟସ ବୃଦ୍ଧି ହେଲେ ମଧ୍ୟ ଜଣାପଡ଼ି ନ ଥାଏ। ଜାଣନ୍ତୁ ଏହାର ବ୍ୟବହାର ସମ୍ପର୍କରେ…
ନଡ଼ିଆ ତେଲକୁ ସୌନ୍ଦର୍ଯ୍ୟର ତେଲ କୁହାଯାଏ। ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍ -ଇ ରହିଛି। ଏହା ଚର୍ମ, ଓଠ ଏବଂ କେଶକୁ ନରମ ରଖିଥାଏ। ପ୍ରତିଦିନ ନଡ଼ିଆ ତେଲ ଲଗାଇଲେ ସ୍ବାସ୍ଥ୍ୟ ପକ୍ଷେ ବହୁତ ଭଲ। ଏହାକୁ ରାତିରେ ଶୋଇବା ପୂର୍ବରୁ ଲଗାଇଲେ ଚର୍ମ ନରମ ହେବା ସହ ଉଜ୍ଜ୍ୱଳ ଦିଶିଥାଏ। ଶୀତଦିନେ ଓଠ ଶୁଷ୍କ ହୋଇଯାଇଥାଏ। ନଡ଼ିଆତେଲକୁ ଟିକେ ଉଷୁମ କରି ଓଠରେ ଲଗାଇଲେ ନରମ ହୋଇଥାଏ। ଏହା ସହିତ ଓଠ କଳାପଣ ମଧ୍ୟ ଦୂର ହୁଏ। ସ୍କ୍ରବ୍ କରିବାକୁ ହେଲେ ନଡ଼ିଆତେଲ ସବୁଠୁ ଭଲ। ନଡ଼ିଆତେଲ ଏବଂ ବ୍ରାଉନ ସୁଗାରକୁ ଏକ ପାତ୍ରରେ ନେଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ। ଏହାକୁ ଲଗାଇଲେ ଚର୍ମ ଶୁଷ୍କତା ଦୂର ହୋଇ ଚେହେରାରେ ଚମକ ଆସିଥାଏ।