ବ୍ରାଜିଲକୁ ସାପର ଦେଶ ବୋଲି କୁହାଯାଏ। କାରଣ ଏଠାରେ ବହୁତ ସାପ ଅଛନ୍ତି। ଯାହା ଦୁନିଆର ଅନ୍ୟ କୌଣସି ସ୍ଥାନରେ ପାଇବେ ନାହିଁ। ମାତ୍ର ଆପଣ କ’ଣ ଜାଣନ୍ତି କି ଏପରି ଏକ ଦେଶ ଅଛି ଯେଉଁଠାରେ ଗୋଟିଏ ବି ସାପ ଦେଖାଯାନ୍ତି ନାହିଁ। ସେହି ଦେଶ ହେଉଛି, ଆୟର୍ଲାଣ୍ଡ। ଏହା ପଛର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ଏବେ ମନକୁ ପ୍ରଶ୍ନ ଆସୁଥିବ ଆୟର୍ଲାଣ୍ଡରେ ସାପ କାହିଁକି ଦେଖିବାକୁ ମିଳେ ନାହିଁ ବାସ୍ତବରେ ଏହା ପଛରେ ଏକ କିମ୍ବଦନ୍ତୀ ଅଛି। କୁହାଯାଏ ଯେ, ଆୟର୍ଲାଣ୍ଡରେ ଖ୍ରୀଷ୍ଟିଆନ ଧର୍ମର ସୁରକ୍ଷା ପାଇଁ ସେଣ୍ଟ ପାଟ୍ରିକ ନାମକ ଜଣେ ସାଧୁ ସମଗ୍ର ଦେଶର ସାପକୁ ଏକାଠି କରି ରହି ଦ୍ୱୀପରୁ ସମୁଦ୍ରରେ ଫିଙ୍ଗି ଦେଇଥିଲେ। ସେ ୪୦ ଦିନ ଭୋକରେ ରହି ଏହି କାର୍ଯ୍ୟ ସମାପ୍ତ କରିଥିଲେ। ସେବେଠାରୁ ଏହି ଦେଶରେ ସାପ ଦେଖିବାକୁ ମିଳନ୍ତି ନାହିଁ।