ଗଞ୍ଜାମ,୧୪।୩ (ଡି.ଏନ୍.ଏ.): ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ପୁଣି ବଢ଼ିଲାଣି। ଏଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା କଡାକଡି ହୋଇଛି। ମାକ୍ସ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଇତ୍ୟାଦି କଟକଣା ଜାରି କରାଯାଇଛି। କିନ୍ତୁ ଗଞ୍ଜାମ ମେଡିକାଲ ଗଳିରେ ଥିବା କ୍ଲିନିକରେ ତାହାର ବ୍ୟତିକ୍ରମ ହେଉଥିବା ପରିଲକ୍ଷିତ ହୋଇଛି। ବାହାରୁ ଆସୁଥିବା କୌଣସି ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ମାକ୍ସ ପରିଧାନ କରୁ ନ ଥିବା ଦେଖିବାକୁ ମିଳିଛି l ଉକ୍ତ ରାସ୍ତାରେ ପ୍ରବଳ ଗହଳି ରହୁଛି l ଏଥିସହିତ ଉକ୍ତ ଛୋଟିଆ ରାସ୍ତାରେ ରୋଗୀଙ୍କୁ ଆଣୁଥିବା ଅଟୋ, କାର ଆଦି ଦିନ ତମାମ ରଖିବା ଦ୍ୱାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।