ଓଡ଼ିଆ ଭାଷାର ଶିକ୍ଷାଦାନ ପାଇଁ ବର୍ଣ୍ଣବୋଧର ବିକଳ୍ପ ନାହିଁ, ଚଳିତ ବର୍ଷ ୧୦ ହଜାର କପି ଛପାଯିବ

ଭୁବନେଶ୍ୱର, ୨ା୨: ଓଡ଼ିଶା ଏବଂ ଓଡ଼ିଆ ଭାଷା ଯେଉଁ କାଳଖଣ୍ଡରେ ନିଜର ଅସ୍ଥିତ୍ୱ ଓ ଜାତୀୟତା ପାଇଁ ସଂଗ୍ରାମ କରୁଥିଲେ, ସେହି ସମୟରେ ଭକ୍ତକବି ମଧୁସୂଦନ ରାଓ, ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ଆମ ରାଜ୍ୟର ହୃତ ଗୌରବ ଫେରାଇ ଆଣିଥିଲେ ବୋଲି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡିଜିଟାଲ କପି ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଚଳିତ ବର୍ଷ ଏହି ପୁସ୍ତକର ୧୦ ହଜାର କପି ଛପାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ପବିତ୍ର ଶ୍ରୀ ପଞ୍ଚମୀ ଓ ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧକୁ ନୂତନ ଭାବେ ପ୍ରକାଶ କରିବା, ଭକ୍ତକବିଙ୍କ ପ୍ରତି ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଆ ଭାଷାର ନିଜତ୍ଵ, ମୂଳ ସ୍ୱରୂପକୁ ଜନମାନସରେ ଆଦୃତ କରିବା ପାଇଁ ଲେଖା ହୋଇଥିଲା ‘ବର୍ଣ୍ଣବୋଧ’। ଏହାର ରଚୟିତା ଭକ୍ତକବି ମଧୁସୂଦନ ରାଓ, ଅତି ଚମତ୍କାର ଭାବେ ଅକ୍ଷର, ବର୍ଣ୍ଣ, ଯୁକ୍ତାକ୍ଷର, ଶବ୍ଦ, ଶବ୍ଦ ଗଠନ, ବାକ୍ୟ ଗଠନକୁ କିପରି ସରଳ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କୁ ଶିଖାଇ ହେବ ଏହି ପୁସ୍ତକରେ ପ୍ରତିପାଦିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ରାଶନ କାର୍ଡ ତାଲିକାରୁ ୨୨,୨୯୩ ବାଦ୍‌’

ଭୁବନେଶ୍ୱର,୧୨ା୩(ରବିନାରାୟଣ ଜେନା): ରାଜ୍ୟରେ ୨୨,୨୯୩ ଅଯୋଗ୍ୟ ରାଶନ କାର୍ଡ ଚିହ୍ନଟ ହୋଇଛି, ଯେଉଁଥିରେ ୮୪ ହଜାର ୭୫୭ ସଦସ୍ୟ ରହିଥିଲେ। ସେମାନଙ୍କୁ ରାଶନ କାର୍ଡ ତାଲିକାରୁ...

ଚଳିତ ବର୍ଷ ପ୍ରଥମ ଥର ଓଡ଼ିଶାରେ ୪୦ ଡିଗ୍ରୀ ଅତିକ୍ରମ କଲା ତାପମାତ୍ରା

ଭୁବନେଶ୍ୱର,୧୨।୩: ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ବୌଦ୍ଧ ୪୦.୫ ଡିଗ୍ରୀ ସେଲସିୟସରେ ଫୁଟିଛି। ଭାରତୀୟ...

ଭୁବନେଶ୍ବରରରେ ଦୂର ହେବ ଟ୍ରାଫିକ୍ ସମସ୍ୟା: ପଳାଶୁଣୀର ଗଙ୍ଗୁଆ ନାଳ ଉପରେ ହେବ ୬ ଲେନ୍ ରାସ୍ତା

ଭୁବନେଶ୍ୱର,୧୨।୩: ଭୁବନେଶ୍ୱରରେ ସଡ଼କ ଭିତ୍ତିଭୂମି ପ୍ରକଳ୍ପକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, କେନ୍ଦ୍ର ସରକାର ସ୍ମାର୍ଟ ସିଟିରେ ଟ୍ରାଫିକ୍ ଜାମ୍ ସମସ୍ୟାକୁ ହ୍ରାସ କରିବା ପାଇଁ...

ବଡ଼ ଖବର: ଗିରଫ ହୋଇପାରନ୍ତି ରାଜା ଚକ୍ର!

ଭୁବନେଶ୍ୱର,୧୨।୩: ଗିରଫ ହୋଇପାରନ୍ତି ରାଜା ଚକ୍ର। ଗନ୍ଧମାର୍ଦ୍ଧନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇପାରନ୍ତି ରାଜା ଚକ୍ର। ବିଜେଡି ନେତା ସୌମ୍ୟଶଙ୍କର ଚକ୍ର...

ବ୍ୟବସାୟ ବିକାଶ ବୃଦ୍ଧି କରିବା ପାଇଁ ସହର ଯୋଜନା ନିୟମ ସଂଶୋଧନ କଲେ ଓଡ଼ିଶା ସରକାର

ଭୁବନେଶ୍ୱର,୧୨।୩: ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ(ବ୍ୟବସାୟ କରିବାର ସହଜତା)କୁ ବୃଦ୍ଧି କରିବା ପାଇଁ, ଓଡ଼ିଶା ସରକାର ଓଡ଼ିଶା ସହର ଯୋଜନା ଏବଂ ଉନ୍ନତି ଟ୍ରଷ୍ଟ (ଯୋଜନା...

ଗର୍ଜିଲା ଆଉଟ୍‌ସୋର୍ସିଂ କର୍ମଚାରୀ ମହାସଂଘ, ସମାନ କାମକୁ ସମାନ ଦରମା ଦାବିରେ…

ବଲାଙ୍ଗୀର,୧୨ା୩(ସୁନୀଲ କୁମାର ମହାନ୍ତି): ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ବଲାଙ୍ଗୀର ଜିଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତଥା ଜିଲାପାଳଙ୍କ ଜରିଆରେ ୩ ଦଫା ଦାବିପତ୍ର...

ଓଡ଼ିଶାରେ ଅଛନ୍ତି କେତେ ଡଲଫିନ୍ ? ଆସିଲା ନୂଆ ଗଣନା ରିପୋର୍ଟ

ଭୁବନେଶ୍ୱର,୧୨ା୩: ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ଦ୍ୱାରା ଓଡ଼ିଶାର ସର୍ବଶେଷ ଡଲଫିନ୍ ଗଣନା ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ବର୍ତ୍ତମାନ ୭୧୦ ଡଲଫିନ୍ ଅଛନ୍ତି, ଯାହା ସାମୁଦ୍ରିକ...

ବିଧାନସଭା ଘେରିବ କଂଗ୍ରେସ, ମୋହନ ସରକାରଙ୍କ ବଢିଲା ଟେନଶନ

ଭୁବନେଶ୍ୱର,୧୨।୩: କଂଗ୍ରେସ ନେତା ତାରା ବାହିନୀପତିଙ୍କ ସସପେଣ୍ଡ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏ ପ୍ରସଙ୍ଗରେ ବଡ଼ ବୈଠକ କରିଛି ବଂଗ୍ରେସ। ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image