‘ଚିହ୍ନଟ ହେଉଥିବା ଆକ୍ରାନ୍ତ ପୂର୍ବପରି ଗୁରୁତର ହେଉ ନାହାନ୍ତି’

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ଦେଶରେ ଏବେ ସଂକ୍ରମଣ ବଢ଼ିଥିବା ବେଳେ ଆମ ରାଜ୍ୟରେ ବି ଏବେ ୫ଶହ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ହେଲେ ଏବେ ଆକ୍ରାନ୍ତ ପୂର୍ବପରି ଗୁରୁତର ହେଉ ନାହାନ୍ତି। ପ୍ରଥମ ଓ ଦ୍ୱିତୀୟ ଲହରରେ ୧୫% ଲୋକ ହସ୍ପିଟାଲ ଯାଉଥିଲେ । ଏବେ ୩୩୬୦ ଆକ୍ଟିଭ କେସରୁ ୨୮ ଜଣ ହସ୍ପିଟାଲରେ ରହିଛନ୍ତି। ଅଧିକାଂଶ ଲୋକ ବିନା ଲକ୍ଷଣଯୁକ୍ତ ରହୁଛନ୍ତି। ତେଣୁ ସେମାନେ ଗୁରୁତର ହେଉନାହାନ୍ତି । ଗତ ୪ ମାସ ହେବ ରାଜ୍ୟରେ ଆଉ ଡେଲ୍‌ଟା ପ୍ଲସ୍‌ ଭାଇରସ ଚିହ୍ନଟ ହୋଇନାହାନ୍ତି। କିନ୍ତୁ ଲକ୍ଷଣ ଥିଲେ ଟେଷ୍ଟ କରିବା ସହ ଆଇଶୋଲେଟ ହୋଇ ରୁହନ୍ତୁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

Share