ବ୍ୟବସ୍ଥା ନ ଥିବାରୁ ବାରଣ୍ଡାରେ

ବଇଣ୍ଡା,୧୭ା୧୧ (ପରିକ୍ଷିତ ସାହୁ): ଛାତ୍ରୀଛାତ୍ରଙ୍କୁ ନେଇ ଭରପୂର ଅଛି ବିଦ୍ୟାଳୟ। ହେଲେ ଶିକ୍ଷାଦାନ ପାଇଁ ଏଠାରେ ନାହିଁ ଉପଯୁକ୍ତ ଭିତ୍ତିଭୂମି। ବିଶେଷକରି ଆବଶ୍ୟକ ଶ୍ରେଣୀଗୃହ ବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ବାରଣ୍ଡାରେ ହେଉଛି ପାଠପଢ଼ା। ସେହିପରି ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳର ଅଭାବ ଥିବାବେଳେ ପୂରଣ ହେଉନି ଖାଲି ପଡ଼ିଥିବା ଶିକ୍ଷକ ପଦବୀ। ଦୀର୍ଘବର୍ଷ ହେଲା ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ନେଇ ଅବଗତ କରାଯାଉଥିଲେ ମଧ୍ୟ ନିଆଯାଉନି କୌଣସି ପଦକ୍ଷେପ। ଆଉ ବର୍ଷ କେଇଟା ପରେ ଶହେ ବର୍ଷରେ ପହଞ୍ଚିବାକୁ ଯାଉଥିବା ଅନୁଗୋଳ ଜିଲା କିଶୋରନଗର ବ୍ଲକ ପରଶୁମାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏପରି ସମସ୍ୟାକୁ ନେଇ ସୃଷ୍ଟି ହୋଇଛି ଜନ ଅସନ୍ତୋଷ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୧୯୩୫ ମସିହାରେ ଗ୍ରାମବାସୀଙ୍କ ଉଦ୍ୟମରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା। ବର୍ତ୍ତମାନ ଏହା ୮୮ ବର୍ଷରେ ପହଞ୍ଚିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ଶିକ୍ଷାନୁଷ୍ଠାନରେ ୨୦୦ ଛାତ୍ରୀଛାତ୍ର ପଢୁଛନ୍ତି। ୮ଟି ଶ୍ରେଣୀ ପାଇଁ ୮ଟି ଶ୍ରେଣୀଗୃହ ଆବଶ୍ୟକ ଥିବାବେଳେ ଏଠାରେ ରହିଛି ମାତ୍ର ୫ଟି ଶ୍ରେଣୀ ଗୃହତ। ସେଥିରୁ ଗୋଟିଏ ଅଫିସ କାର୍ଯ୍ୟାଳୟ କରାଯାଇଥିବା ବେଳେ ଗୋଟିଏ ବିପଦ ସଂକୁଳ ଅବସ୍ଥାରେ ରହିଛି। ତେଣୁ ଏତେ ସଂଖ୍ୟକ ପିଲାଙ୍କୁ ବସାଇବା ଶିକ୍ଷାଦାନରେ ଅସୁବିଧା ସୃଷ୍ଟି ହେଉଥିବାରୁ ଅଫିସ ରୁମରେ ୨ଟି କ୍ଲାସ ହେଉଥିବା ବେଳେ ଅନ୍ୟ କୋଠରିରେ ମଧ୍ୟ ୨ଟି ଲେଖାଏ କ୍ଲାସ କରାଯାଉଛି। ଏପରିକି ବିଦ୍ୟାଳୟ ବାରଣ୍ଡାରେ ମଧ୍ୟ ପାଠପଢ଼ା ଯାଉଛି। ତେବେ ବର୍ଷା ଦିନେ ଏହି ଛାତ୍ରୀଛାତ୍ରମାନେ ଅଧିକ ଅସୁବିଧାରେ ପଢୁଛନ୍ତି। ସେହିପରି ବିଦ୍ୟାଳୟରେ ୮ ଜଣ ଶିକ୍ଷକ ଆବଶ୍ୟକ ଥିବାବେଳେ ୫ ଜଣ ନିଯୁକ୍ତ ହୋଇଛନ୍ତି। ୩ ଶିକ୍ଷକ ପଦବୀ ଖାଲି ପଡିଛି। ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦୃଷ୍ଟିରୁ ୬ଟି ଶୌଚାଳୟ ନିର୍ମାଣ ହେବା କଥା। କିନ୍ତୁ ଏଠାରେ ମାତ୍ର ୨ଟି ଶୌଚାଳୟ ରହିଛି, ତାହା ପୁଣି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବାରୁ ଛାତ୍ରୀଛାତ୍ରମାନେ ତାହାକୁ ବ୍ୟବହାର କରି ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୪ଟି ନୂତନ ଶୌଚାଳୟ ନିର୍ମାଣ କରିବା ପାଇଁ ଶିକ୍ଷା କମିଟି ପକ୍ଷରୁ ବହୁବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରାଗଲେ ମଧ୍ୟ କେହି ଶୁଣୁ ନ ଥିବା ଶିକ୍ଷା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। ବିଶୁଦ୍ଧ ପାଇପ୍‌ ପାଣିର ବ୍ୟବସ୍ଥା ନ ଥିବା ବେଳେ ନଳକୂଅ ପାଣି ଉପରେ ପିଲାଙ୍କୁ ନିର୍ଭର କରିବାକୁ ପଡ଼ୁଛି। ଖେଳପଡିଆ ନ ଥିବାରୁ ଛାତ୍ରୀଛାତ୍ରମାନେ ଖେଳକୁଦ କରିପାରୁ ନାହାନ୍ତି। ବିଦ୍ୟାଳୟର ସମସ୍ୟାକୁ ନେଇ ଗ୍ରାମବାସୀ ୧୫ ଜୁନ ୨୦୧୮ ଓ ୩ ଫେବୃୟାରୀ ୨୦୨୨, ୧୫ ଫେବୃୟାରୀ ୨୦୨୩ରେ ଅଭିଯୋଗ ପତ୍ର ମାଧ୍ୟମରେ ଶିକ୍ଷାବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏ ନେଇ କିଶୋରନଗର ବ୍ଲକ ଶିକ୍ଷା ଅଧିକାରୀ ଅରୁଣ କୁମାର ସେଠୀ କହିଛନ୍ତି, ଯେଉଁ ବିଦ୍ୟାଳୟରେ ସମସ୍ୟା ରହିଛି ସେଗୁଡିକ ଉପରେ ବିଭାଗ ପକ୍ଷରୁ ତର୍ଜମା କରାଯାଉଛି। ଶ୍ରେଣୀଗୃହ ମରାମତି ଓ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ସରକାରଙ୍କୁ ଜଣାଇ ଦିଆଯିବ। ଖାଲି ପଡିଥିବା ଶିକ୍ଷକ ପଦପୀ ପୂରଣ କରିବା ପାଇଁ ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri