ଜିଲା ମୁଖ୍ୟ ଚିକିତ୍ସାଳୟ ପାଖରେ ନାହିଁ ଶୌଚାଳୟ

ଦେବଗଡ,୨୧।୪: (ଡି ଏନ ଏ) ଦେବଗଡ ପୌରପାଳିକାର ଜନସଂଖ୍ୟା ବଢିବାରେ ଲାଗିଛି। ସହରର ପରିମଳ ଓ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଇ ବିଭନ୍ନ ସ୍ଥାନରେ ଶୌଚାଳୟ ଏବଂ ଗୋଷ୍ଠୀ ଶୌଚାଳୟ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ବ୍ୟସ୍ତବହୁଳ ସଦର ମହକୁମାସ୍ଥିତ ମୁଖ୍ୟ ଚିକିତ୍ସାଳୟ ପାଖରେ ଶୌଚାଳୟ ନାହିଁ। ଫଳରେ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଓ ପରିଜନ ସ୍ନାନଶୌଚାଦି ପାଇଁ ନାହିଁ ନ ଥବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରର ଡେଲିମାର୍କେଟ ଏବଂ ପଧାନପାଟ ପାଖରେ ଗୋଟିଏ ଶୌଚାଳୟ ରହିଛି। ଏଥିସହିତ ବିଭିନ୍ନ ଓ୍ବାର୍ଡରେ ଗୋଷ୍ଠୀ ଶୌଚାଳୟ ରହିଛି। ହେଲେ ମେଡିକାଲ ପରିସରରେ ଥିବା ଶୌଚାଳୟ ଅଚଳ ହୋଇ ପଡିଛି। ଏପରିସ୍ଥଳରେ ସେଠାରେ ଏକ ଶୌଚଳୟ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।

Share