ମାଟ୍ରିକ୍‌ ପରୀକ୍ଷା ପରିଦର୍ଶକ ନିଯୁକ୍ତିରେ ସ୍ବଚ୍ଛତା ନାହିଁ

ରସୁଲପୁର,୨୩ା୨(ରଞ୍ଜିତ ରାଉତ):ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ପ୍ରିୟାପ୍ରୀତି ତୋଷଣ ପ୍ରକ୍ରିୟାରେ ଯାଜପୁର ଜିଲା ଶିକ୍ଷାଧିକାରୀ ଚଳିତ ମାଟ୍ରିକ ପରୀକ୍ଷା ପାଇଁ ପରିଦର୍ଶକ ନିଯୁକ୍ତି କରିଥିବା ଅଭିଯୋଗ ହୋଇଛି। ଏଥିରେ ରସୁଲପୁର ବ୍ଲକ ଅଞ୍ଚଳରେ ସ୍ଥିରୀକୃତ ୧୭ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ୨୪୮୮ ପରୀକ୍ଷାର୍ଥୀଙ୍କ ପରୀକ୍ଷା ସୁପରିଚାଳନା ପାଇଁ ୧୭ ପରିଦର୍ଶକ ନିଯୁକ୍ତ କରାଯାଇଛି। କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବାଠାରୁ କେନ୍ଦ୍ରରୁ ଉତ୍ତର ଖାତା ପଠାଇବା ପର୍ଯ୍ୟନ୍ତ କାର୍ଯ୍ୟ ତଦାରଖ ଦାୟିତ୍ୱ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ପରିଦର୍ଶକମାନଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏଥି ସକାଶେ ପ୍ରସ୍ତୁତ ତାଲିକାରେ ସ୍ବଚ୍ଛତା ବଜାୟ ରଖିବା ବଦଳରେ କେତେଜଣ ଶିକ୍ଷକଙ୍କୁ ଖୁସି କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଏହି ଅଭିଯୋଗକୁ ନେଇ ଜିଲା ଶିକ୍ଷାଧିକାରୀ ନିବେଦିତା ପାଣିଙ୍କୁ ପଚାରିବାରୁ ସେ କହିଛନ୍ତି, କେନ୍ଦ୍ରରେ ନିଯୁକ୍ତ ପରିଦର୍ଶକମାନଙ୍କ କୌଣସି କାଗଜକଲମ ଦାୟିତ୍ୱନାହିଁ। ସେମାନେ କେବଳ କେନ୍ଦ୍ରରେ କେଉଁଭଳି ଭାବେ ପରୀକ୍ଷା ପରିଚାଳନା ହେଉଛି ତା’କୁ ନିରୀକ୍ଷଣ କରିବେ। ସେମାନେ ଚାହିଁଲେ ସିଆର୍‌ସିସିମାନଙ୍କୁ ମଧ୍ୟ ପରିଦର୍ଶକ ନିଯୁକ୍ତି ଦେଇପାରିବେ। ପରିଦର୍ଶକମାନଙ୍କୁ ସ୍ବତନ୍ତ୍ର ଭାବରେ ପ୍ରଶିକ୍ଷଣ ଦିଆଯାଇଛି। ସେମାନଙ୍କୁ ଦିଆଯାଇଥିବା ନିୟମାବଳୀ ଆଧାରରେ କାର୍ଯ୍ୟ କରିବେ ବୋଲି ଜିଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଜିଲା ଶିକ୍ଷାଧିକାରୀଙ୍କ ମତ ଏକ ଭିନ୍ନ ବାର୍ତ୍ତା ଦେଉଛି। ପରିଦର୍ଶକ ନିଯୁକ୍ତି ନେଇ ଉଦ୍ଦିଷ୍ଟ ନିୟମ ଏକ ଭିନ୍ନ କଥା କହୁଥିବାବେଳେ ଜିଲା ଶିକ୍ଷାଧିକାରୀଙ୍କ ମତାମତ ଓ ପରିଦର୍ଶକ ତାଲିକାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।
ରସୁଲପୁର ବ୍ଲକ ଅଧୀନରେ ୪୪ ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି। ସେଥିରୁ ୧୭ ବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର କରାଯାଇଛି। ଉକ୍ତ ୧୭ କେନ୍ଦ୍ରରେ ଜଣେ ଲେଖାଏ ପରିଦର୍ଶକଙ୍କୁ ନିଯୁକ୍ତି ଦିଆଯାଇଛି। ଉକ୍ତ ତାଲିକାରେ ୨ ପ୍ରଧାନ ଶିକ୍ଷକଙ୍କୁ ବାଦ୍‌ ଦେଲେ ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ, ୨ ବରିଷ୍ଠ ଶିକ୍ଷକ ଓ ୧୨ ସହକାରୀ ଶିକ୍ଷକଙ୍କୁ ସାମିଲ କରାଯାଇଛି। କେନ୍ଦ୍ରର ପ୍ରଧାନଶିକ୍ଷକମାନେ ପରୀକ୍ଷା ସୁପରିଣ୍ଟେଣ୍ଡେଣ୍ଟ୍‌ ଦାୟିତ୍ୱ ନିର୍ବାହ କରୁଛନ୍ତି। ସୁପରିଣ୍ଟେଣ୍ଡେଣ୍ଟ୍‌ ଓ ନିରୀକ୍ଷକମାନଙ୍କ କାର୍ଯ୍ୟକୁ ତଦାରଖ କରିବାକୁ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରିଦର୍ଶକମାନଙ୍କୁ ନିଯୁକ୍ତ କରାଯାଇଛି। ଏଥିରେ ଦ୍ୱୀପାଞ୍ଚଳ ହାଇସ୍କୁଲ ଗନ୍ଧଣରୁ ୩ଜଣ, ଶ୍ରୀବନ୍ତପୁର ସରକାରୀ ଉଚ୍ଚ ବିଦ୍ୟାଳୟରୁ ୨, ପଞ୍ଚାୟତ ହାଇସ୍କୁଲ-ପହଁଗାରୁ ଜଣେ ସହକାରୀ ଶିକ୍ଷକ ନିରୀକ୍ଷକ ଭାବେ ନିୟୋଜିତ ହୋଇଛନ୍ତି। ଏହି ବିଦ୍ୟାଳୟଗୁଡ଼ିକୁ କେବେ ହେଲେ ପରୀକ୍ଷା କେନ୍ଦ୍ର ଭାବରେ ଗ୍ରହଣ କରାଯାଇନାହିଁ। ଏହି ବିଦ୍ୟାଳୟରୁ ପରିଦର୍ଶକ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକମାନଙ୍କ ପରୀକ୍ଷା ପରିଚାଳନା ଅନୁଭୂତି ନାହିଁ କି ସେମାନେ ବରିଷ୍ଠ ତାଲିକାଭୁକ୍ତ ନୁହନ୍ତି ବୋଲି ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ସେମାନେ କେନ୍ଦ୍ରରେ କି ପ୍ରକାର ପରିଦର୍ଶକ କାର୍ଯ୍ୟକୁ ଅନୁପାଳନ କରିବେ ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଯାହାକୁ ରସୁଲପୁର ବ୍ଲକ ଅଞ୍ଚଳର ଶିକ୍ଷାବିତ୍‌, କେନ୍ଦ୍ରର ସୁପରିଟେଣ୍ଡେଣ୍ଟମାନେ ନାପସନ୍ଦ କରିଛନ୍ତି। ଶିକ୍ଷାବିତ୍‌ମାନଙ୍କ ମତରେ ସୁପରିଣ୍ଟେଣ୍ଡେଣ୍ଟଙ୍କ ପରୀକ୍ଷା ପରିଚାଳନା କାର୍ଯ୍ୟକୁ ନିରୀକ୍ଷଣ କରିବା ଦାୟିତ୍ୱ ଜଣେ ସହକାରୀ ଶିକ୍ଷକଙ୍କ ଉପରେ ଦିଆଗଲେ ନିରୀକ୍ଷଣ ମାନରକ୍ଷା ହୋଇପାରିବନାହିଁ। ଜଣେ ସହକାରୀ ଶିକ୍ଷକ ସେମାନଙ୍କ କାର୍ଯ୍ୟକୁ ତାଦରଖ କରିବା ଘଟଣାକୁ ସୁପରିଣ୍ଟେଣ୍ଡେଣ୍ଟମାନେ କେବେ ସହଜରେ ଗ୍ରହଣ କରି ପାରୁ ନ ଥିବେ। ନିୟମାନୁଯାୟୀ ପରିଦର୍ଶକ ଭାବରେ ଓଡ଼ିଶା ଶିକ୍ଷା ପ୍ରଶାସନିକ ଅଧିକାରୀ, ପ୍ରଧାନ ଶିକ୍ଷକ, ବରିଷ୍ଠ ଶିକ୍ଷକ ଓ ସହକାରୀ ଶିକ୍ଷାଧିକାରୀମାନଙ୍କୁ ନିଯୁକ୍ତ କରାଯାଇପାରିବ। ଏହିଭଳି ଅଧିକାରୀମାନଙ୍କ ଅଭାବ ସ୍ଥଳରେ ଓଡ଼ିଶା ରାଜସ୍ବ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ଏହି ଦାୟିତ୍ୱ ଦିଆଯାଇପାରିବ। ତେବେ ଏହି ବ୍ଲକରେ ପରିଦର୍ଶକ ଭାବରେ ନିଯୁକ୍ତ ଅଧିକାଂଶ ସହକାରୀ ଶିକ୍ଷକ ବରିଷ୍ଠ ନୁହନ୍ତି କି ସେମାନଙ୍କ ପରୀକ୍ଷା ପରିଚାଳନା ଅନୁଭୂତି ରହିନାହିଁ। ଏହାବାଦ୍‌ ଏହି ବ୍ଲକରେ ପରୀକ୍ଷା କେନ୍ଦ୍ର ସ୍ଥିରୀକୃତରେ ଅନିୟମିତତା ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ପରୀକ୍ଷା କେନ୍ଦ୍ର ମୂଳ ବିଦ୍ୟାଳୟଠାରୁ ୫ କି.ମି. ଦୂରରେ ଅବସ୍ଥିତ ରହିବା ଉଚିତ ନୁହେଁ। ଏହି ନିୟମକୁ ଏଠାରେ ଖୋଲାଖୋଲି ଉଲଂଘନ କରାଯାଇଛି ବୋଲି କୁହାଯାଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ।...

ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼୨୬।୧୦(ପ୍ରେମାନନ୍ଦ ଖମାରୀ): ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ...

ବୁଲେଟରେ ଆସି ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଆଉ ତା’ପରେ…

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଏବଂ ଜିମ୍‌ ନିକଟରେ ଶନିବାର ସନ୍ଧ୍ୟା...

ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଜମି କିଣାବିକାରେ ଜାଲିଆତି କାରବାର ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ (ଡିଷ୍ଟ୍ରିକ୍ଟ ସବ୍‌ରେଜିଷ୍ଟ୍ରାର ଅଫିସ୍‌)ରେ...

ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ...

ବଲାଙ୍ଗୀର ଡବଲ ମର୍ଡର ଘଟଣା: ମିଳିଲା ଯୁବତୀ-ଯୁବକଙ୍କ ପରିଚୟ

ବଲାଙ୍ଗୀର,୨୬ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତଣ୍ଡାମୁଣ୍ଡା ଜଙ୍ଗଲର ଡବଲ ମର୍ଡର ଘଟଣାରେ ଶନିବାର ମୃତ ଯୁବତୀ ଯୁବକଙ୍କ ପରିଚୟ ମିଳିଛି। ଉଭୟ ଝାଡ଼ଖଣ୍ଡ ରାଜ୍ୟ...

ବ୍ରିଜ ଉପରେ ସ୍କୁଟିରଖି ନଦୀକୁ ଯୁବକ ଡେଇଁବା ଘଟଣା: ହାଇଦ୍ରାବାଦରେ ଥାଇ ବାପାଙ୍କ ସହ ହେଲେ କଥା

ଗଞ୍ଜାମ,୨୬।୧୦(ବିଦ୍ୟାଧର ସାହୁ ): ଗତ ୨୩ ତାରିଖରେ ଜଣେ ଯୁବକ ନିଜ ସ୍କୁଟି ଓ ଚପଲ ବ୍ରିଜ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିବା ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri