Categories: ଜାତୀୟ

ଅଜିତଙ୍କ ଯୋଗଦେବା ପରେ ଶିବସେନାରେ କୌଣସି ଅଶାନ୍ତି ନାହିଁ : ଉଦୟ

ମୁମ୍ବାଇ,୬।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଇସ୍ତଫା ଦେବାର କୌଣସି ଯୋଜନା ନାହିଁ। ଏନ୍‌ସିପି ନେତା ଅଜିତ ପାୱାର ଏବଂ ତାଙ୍କ ସମର୍ଥକ ବିଧାୟକ ସରକାରରେ ଯୋଗଦେବା ନେଇ ଶିବସେନାରେ କୌଣସି ଅଶାନ୍ତି ନାହିଁ ବୋଲି ଗୁରୁବାର ଦଳ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ଜରୁରୀ ବୈଠକର ଦିନକ ପରେ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଶିବସେନା ନେତା ଉଦୟ ସାମନ୍ତ ଏହା ପ୍ରକାଶ କରିଛନ୍ତି।

ଗୁରୁବାର ଅନୁଷ୍ଠିତ ବୈଠକରେ ଶିବସେନାର ସମସ୍ତ ବିଧାୟକ ଏବଂ ଏମ୍‌ପି ଉପସ୍ଥିତ ଥିଲେ। ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଦଳ କିପରି ଅଧିକ ଆସନ ଜିତିବ ତା’ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ଶିବସେନା ନେତା ଉଦୟ କହିଛନ୍ତି। ଆମେ ଇସ୍ତଫା ପ୍ରଦାନକାରୀ ନୁହେଁ ବରଂ ଗ୍ରହଣକାରୀ। ଶିନ୍ଦେଙ୍କ ନେତୃତ୍ୱରେ ସମସ୍ତଙ୍କୁ ସାଙ୍ଗରେ ନେଇ ମହାରାଷ୍ଟ୍ରର ବିକାଶ କାର୍ଯ୍ୟ ହେବ ବୋଲି ସେ କହିଥିଲେ।

Share