ରାଇକିଆ,୬।୫(ଡି.ଏନ୍.ଏ.): ପ୍ରଥମ ଡୋଜ୍ ଟିକା ନେବା ପରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ହନ୍ତସନ୍ତ ହେଉଛନ୍ତି ଲୋକେ। ପ୍ରଥମ ଡୋଜ୍ ଟିକା ନେବାର ପ୍ରାୟ ଦୁଇ ମାସ ବିତିଲାଣି l ଦିତୀୟ ଡୋଜ୍ ପାଇଁ ମେଡିକାଲ ଦୌଡ଼ି ନୟାନ୍ତ ହେଲେଣି ବରିଷ୍ଠ ନାଗରିକ। ୬୦ ବର୍ଷରୁ ଊଦ୍ଧର୍ବଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମ ଟିକାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଟିକା ନେବା ପାଇଁ କୁହାଯାଇଥିଲା। ପୁଣି ୪୫ ଦିନ ପରେ ଏହି ଟିକା ନେବା ପାଇଁ କୁହାଗଲା। ଇତିମଧ୍ୟରେ ଦୁଇମାସ ବିତିଗଲାଣି। ବରିଷ୍ଠ ନାଗରିକ ଆଉ ଦିତୀୟ ଟିକା ନେଇ ପାରୁନାହାନ୍ତି । ଆବଶ୍ୟକତା ଠାରୁ କମ୍ ପରିମାଣର ଟିକା ଆସୁଥିବାରୁ ପ୍ରଥମ ଡୋଜ୍ ଟିକା ନେଇଥିବା ଶହ ଶହ ବ୍ୟକ୍ତି ଦ୍ୱିତୀୟ ଡୋଜ୍ ନେଇ ପାରିନାହାନ୍ତି। ଟିକା କେବେ ଆସିବ କେବେ ଦିଆଯିବ କୌଣସି ସୂଚନା ମିଳିପାରୁ ନାହିଁ। ଫଳରେ ସାଧାରଣ ଲୋକ ଦ୍ୱିତୀୟ ଡୋଜ ଟିକା ପାଇଁ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦକୁ ଦୌଡ଼ି ନୟାନ୍ତ ହେଉଛନ୍ତି। ଗୋଟିଏ ପଟେ କୋଭିଡ୍ ସଂକ୍ରମଣର ଭୟ, ଲକ୍ଡାଉନ୍ ଚାଲିଥିବା ବେଳେ ଟିକା ନ ମିଳିବା ବରିଷ୍ଠ ନାଗରିକଙ୍କୁ ନିରାଶ କରିଛି। ଏସ୍ଡିଏମ୍ଓ ରାଜଶ୍ରୀ ପଟ୍ଟନାୟକ କହିଛନ୍ତ, ରାଜ୍ୟ ସ୍ତରରୁ ହିଁ ଟିକା ଆସିବାରେ ବିଳମ୍ବ ଘଟିଛି। କେବେ ସୁଦ୍ଧା ଆସିବ ନିର୍ଦ୍ଦିଷ୍ଟ ଭାବେ ସୂଚନା ନ ଥିବା କହିଛନ୍ତି।