ଲାହୋଲରେ ୧୭୫ କିଲୋମିଟର ମଧ୍ୟରେ ନାହିଁ ସେଲୁନ!

ଉଦୟପୁର,୨୬ ।୧: ହିମାଚଳପ୍ରଦେଶର ଲାହୋଲରେ ଛୋଟ ପିଲା, ଯୁବକ, ବୃଦ୍ଧ ହେୟାର ଷ୍ଟାଇଲ କରିବାକୁ ଟ୍ରିମର ଉପରେ ନିର୍ଭର କରିଥାଆନ୍ତି । ସେଥିପାଇଁ ସେଠାରେ ମିଳିଥିବା ବିଭିନ୍ନ କମ୍ପାନୀର ଟ୍ରିମରକୁ ଏମାନେ ୫ଶହ ଟଙ୍କାରୁ ନେଇ ୫ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ଦେଇ କ୍ରୟ କରିଥାଆନ୍ତି । କେଲାଙ୍ଗ ଓ ଉଦୟପୁର ବଜାରକୁ ଛାଡିଦେଲେ ଘାଟିରେ ପାଖାପାଖି ୧୭୫ କିଲୋମିଟର ପରିସର ମଧ୍ୟରେ କୌଣସି ସେଲୁନ ନାହିଁ । ତେବେ କରୋନା ମହାମାରୀ ସମୟରେ ଦେଶରେ ସେଲୁନ ଗୁଡିକୁ ବନ୍ଦ କରି ଦିଆଯାଇଥିବା ବେଳେ ଏମାନେ କିନ୍ତୁ ସେଭଳି କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନ ଥିବା କୁହନ୍ତି । କାରଣ ଏମାନେ ସେଲୁନ ଯିବାର ଅଭ୍ୟାସ ରଖି ନ ଥିବା ବେଳେ ଟ୍ରିମର ହିଁ ତାଙ୍କ ପାଇଁ ବିକଳ୍ପ ବୋଲି ଧରିନେଇଥିବା ପ୍ରକାଶ କରିଛନ୍ତି । ଏହାସହ ଲାହୋଲ ଘାଟିରେ ମାତ୍ର ଗୋଟିଏ ପେଟ୍ରୋଲ ପମ୍ପ ରହିଛି । ଏହାପୁଣି ବରଫପାତ ସମୟରେ ବନ୍ଦ ରହିଥାଏ । ସେଥିପାଇଁ ଗାଡି ଚାଳକ ପେଟ୍ରୋଲ ଡିଜେଲର କ୍ୟାନ ସାଥିରେ ଧରିଥାଆନ୍ତି ।

Share