କଟକ-ଚାନ୍ଦବାଲି ରାସ୍ତା ପାର୍ଶ୍ୱରେ ନାହିଁ ଗୋଟିଏ ବି ଗଛ

କେନ୍ଦ୍ରାପଡ଼ା, ୨୦ା୧ (ଜଗନ୍ନାଥ ଧଳ): କଟକ-ଚାନ୍ଦବାଲି ରାସ୍ତା ପ୍ରଶସ୍ତୀକରଣ ପାଇଁ ୧୭ବର୍ଷ ତଳେ ଗଛ କଟାଯାଇଥିଲା। ଏବେ ସୁଦ୍ଧା ନୂଆ ରାସ୍ତାରେ ଗଛଟିଏ ନାହିଁ। ଏ ନେଇ ପୂର୍ବରୁ ଅନଶନ ଓ ଗଣଧାରଣା ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାସତ୍ତ୍ୱେ ପ୍ରଶାସନ ନୀରବ ରହିଛି। ବନୀକରଣ ପାଇଁ ଆସୁଥିବା ଅର୍ଥର ବିନିଯୋଗ କେଉଁଠାରେ ହେଉଛି ବୋଲି ସ୍ଥାନୀୟ ଜିଲାବାସୀ ପ୍ରଶ୍ନ ଉଠାଇଲେଣି।

ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ୨୦୦୬ରେ ଏହି ରାସ୍ତାକୁ ରାଜ୍ୟ ରାଜପଥର ମାନ୍ୟତା ଦେଇ ନବୀକରଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ବର୍ଷ ଟେଣ୍ଡର ହୋଇ ମାତ୍ର ୩ବର୍ଷ ମଧ୍ୟରେ ପ୍ରଶସ୍ଥ ରାସ୍ତା ସହ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଠିକା ସଂସ୍ଥା ସହ ଚୁକ୍ତି ହୋଇଥିଲା। ଏଥିପାଇଁ ତତ୍କାଳୀନ ସମୟରେ କଟକ ଓ କେନ୍ଦ୍ରାପଡ଼ା ଜିଲାର ୯୫ଟି ଗ୍ରାମର ଜନବସତିକୁ ସ୍ଥାନାନ୍ତର ସହ ଦୋକାନ ବଜାର ଭଙ୍ଗାଯାଇ ଜମି ଅଧିଗ୍ରହଣ କରାଯାଇଥିଲା। ଏପରିକି ରାସ୍ତା ପ୍ରଶସ୍ତୀକରଣ ପାଇଁ ୬୪ଟି ଧର୍ମପୀଠ ଓ ଅନୁଷ୍ଠାନକୁ ସ୍ଥାନାନ୍ତର କରାଯାଇଥିଲା। ଏହାସହ କଟକ ଜିଲାର ଜଗତପୁରଠାରୁ ଭାୟା କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ଦେଇ ଚାନ୍ଦବାଲି ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଥିବା ବହୁ ପ୍ରାଚୀନ ଚାକୁଣ୍ଡା, ଆମ୍ବ, ଲିମ୍ବ, କରଞ୍ଜ ଆଦି ଗଛକୁ ହଣା ଯାଇଥିଲା। ଏପରିକି ରାଜକନିକା ବ୍ଲକ ଅଞ୍ଚଳରେ ଥିବା ହଜାର ହଜାର ଫଳନ୍ତି ନଡ଼ିଆ ଗଛକୁ କଟାଯାଇଥିଲା।
ଏହାକୁ ଇତିମଧ୍ୟରେ ୧୭ ବର୍ଷ ବିତିଛି। ବିଭିନ୍ନ କାରଣରୁ କାର୍ଯ୍ୟ ବନ୍ଦ ରହିଥିବା ଏହି ରାସ୍ତାର ନିର୍ମାଣ ଗତ ୬ ବର୍ଷ ପୂର୍ବେ ସରିଛି। ରାସ୍ତା ନିର୍ମାଣ ପରେ ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଗୋଟିଏ ବି ଗଛ ନାହିଁ। ଫଳରେ ଚଳିତ ଖରାଦିନ ଯାତ୍ରୀଙ୍କ ପାଇଁ ଖରାପ ସମୟ ଆସୁଛି। ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, ରାସ୍ତା ନବୀକରଣ ସମୟରେ ପରିବେଶକୁ ବିଶେଷ ଭାବେ ଧ୍ୟାନ ଦିଆଯାଇଥାଏ। ରାସ୍ତା ପାର୍ଶ୍ୱରୁ ଗୋଟିଏ ଗଛ କଟାଗଲେ ୧୦ ଗୁଣା ଗଛ ଲଗାଇବାକୁ ପ୍ରାବଧାନ ଅଛି, ଯାହା ଜଗତପୁର-ଚାନ୍ଦବାଲି ରାଜ୍ୟ ରାଜପଥରେ ଲାଗୁ ହୋଇନାହିଁ। ଶହଶହ ବର୍ଷର ଫଳନ୍ତି ଗଛ କଟାଯାଇଛି। ଏହାର ଭରଣା ହୋଇନାହିଁ। ଅପରପକ୍ଷରେ ସୀମିତ ସ୍ଥାନର ରାସ୍ତା ନିକଟରେ ସରକାରୀ ଯୋଜନାରେ କେତେକ ଆକାଶୀ ଗଛ ଲଗାଯାଉଛି, ଯାହା ପରିବେଶର ସୁରକ୍ଷା ପାଇଁ ଯଥେଷ୍ଟ ନୁହେଁ। ଗମନାଗମନର ବିକାଶକୁ ସମସ୍ତେ ସ୍ବାଗତ କରୁଛନ୍ତି। ଆବଶ୍ୟକ ମୁତାବକ ଗଛ କଟାଯାଉଛି। ତେବେ ଏହାର ଭରଣା ହେଉ ନ ଥିବାରୁ ପ୍ରାକୃତିକ ବିପର୍ଯ୍ୟୟର ଶିକାର ଜୀବଜଗତ ହେଉଛନ୍ତି। ସେହିପରି ରାଜକନିକାସ୍ଥ ସମ୍ଭାବନା ଅନୁଷ୍ଠାନର ସ୍ବେଚ୍ଛାସେବୀ ଶ୍ରୀକାନ୍ତ ନାୟକ କହିଛନ୍ତି, ବ୍ଲକ ଅଞ୍ଚଳର ଏହି ରାସ୍ତାର ବନୀକରଣ ନାମରେ ଆସିଥିବା ୮୭ ଲକ୍ଷ ଟଙ୍କା ହରିଲୁଟ ହୋଇଛି। ବ୍ଲକ ଅଞ୍ଚଳ ରାସ୍ତାର ଦୁଇପାର୍ଶ୍ୱରେ ୩୧୦୦ ନଡ଼ିଆ ଗଛ ଲଗାଇବାକୁ ଦୁଇଟି ପର୍ଯ୍ୟାୟରେ ନିଷ୍ପତ୍ତି ହୋଇଥିଲା। ତେବେ ନିମ୍ନମାନର ଗଛ ଓ ରକ୍ଷଣାବେକ୍ଷଣ ପାଇଁ ସମୁଦାୟ ୩୧ଟି ଗଛ ମଧ୍ୟ ରାସ୍ତାରେ ନାହିଁ। ଏଥିପାଇଁ ସମ୍ଭାବନା ପକ୍ଷରୁ ଆନ୍ଦୋଳନ ସହିତ ଅନଶନ ହୋଇଥିଲା। ତତ୍କାଳୀନ ଜିଲାପାଳ ରେଘୁଜି ଏହାର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଅପରପକ୍ଷରେ ନିମ୍ନମାନର କାର୍ଯ୍ୟ ହୋଇଥିବା ବନ ବିଭାଗ ପକ୍ଷରୁ ତଦନ୍ତ ପରେ ଆରଡିସିଙ୍କୁ ରିପୋର୍ଟ ଯାଇଛି। ଏହାକୁ ନେଇ ସମ୍ଭାବନା ଅନୁଷ୍ଠାନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ପ୍ରକାଶ କରିଛନ୍ତି। ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ରାଜ୍ୟ ରାଜପଥରେ ବନୀକରଣକୁ ନେଇ ହୋଇଥିବା ଅଭିଯୋଗର କିଛି ମାତ୍ରାରେ ତଦନ୍ତ ହୋଇଛି। ଏହି ତଦନ୍ତ ଶେଷ ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ମାଲ ବୋଝେଇ ଟ୍ରକ ଉଦ୍ଧାର; ଡ୍ରାଇଭର-ହେଲପରଙ୍କ ପତ୍ତା ମିଳୁନି, ବଢ଼ୁଛି ସନ୍ଦେହ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ରାତିରେ ଚୋରି ହୋଇଯାଇଥିବା ଏକ ଟ୍ରକକୁ ଉଦ୍ଧାର କରିଛି। କିନ୍ତୁ ଗାଡ଼ିର ଡ୍ରାଇଭର ଏବଂ ହେଲପରଙ୍କ ପତ୍ତା...

ପୁଣି ଗାଡ଼ି ଧକ୍କାରେ ଭାଙ୍ଗିଲା ରେଳଫାଟକ

ନିରାକାରପୁର, ୨୦।୪(ମାନସ ଚନ୍ଦ୍ର ପଟ୍ଟନାୟକ): ପିକଅପ୍‌ ଭ୍ୟାନ ଧକ୍କାରେ ପୁଣି ରେଳ ଫାଟକ ଭାଙ୍ଗଛି। ରବିବାର ସାଂ ପ୍ରାୟ ସାଢେ ୭ଟା ରେ ଖୋର୍ଦ୍ଧା ଜିଲା...

ଭାଜପାର ସକ୍ରିୟ ସଦସ୍ଯ ସମ୍ମିଳନୀ, ଆୟୁଷ୍ମାନ କାର୍ଡ ବଣ୍ଟନ: ଯୋଗ ଦେଲେ ସାଂସଦ

ଜି. ଉଦୟଗିରି,୨୦।୪(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରି ଏନଏସି କଲ୍ଯାଣ ମଣ୍ଡପରେ ଭାଜପା ତରଫରୁ ବିଧାନ ସଭା ମଣ୍ତଳୀ ସ୍ତରୀୟ ସକ୍ରିୟ ସଦସ୍ଯ ସମ୍ମିଳନୀ...

ଦାଦନ ଖଟିବାକୁ ଯାଇ ଡଙ୍ଗରିଆ ଯୁବତୀଙ୍କ ମୃତ୍ୟୁ

ରାୟଗଡ଼ା,୨୦।୪(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାର ଆଦିମ ଜନଜାତି ଭାବେ ପରିଚିତ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ନାବାଳିକା ଦାଦନ ଖଟିବାକୁ ଯାଇ ଶନିବାର କେରଳ...

ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିଥିଲେ, ତୁମୁଡ଼ିବନ୍ଧ ପୋଲିସ ପଞ୍ଝାରେ ୫ ଜଣିଆ ସଶସ୍ତ୍ର ଡକାୟତ ଗ୍ୟାଙ୍ଗ

ତୁମୁଡିବନ୍ଧ,୨୦।୪(ଦୀପକ କୁମାର ପରାସେଠ)-କନ୍ଧମାଳ ଜଲା ତୁମୁଡିବନ୍ଧ ପୋଲିସ ୫ ଜଣିଆ ଶସସ୍ତ୍ର ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ରାୟଫୁଲସ ବନ୍ଧୁକ, ଗୋଟିଏ...

ମିସ୍ତ୍ରୀ କାମ ଥିଲା ବାହାନା, ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ୨ ଯୁବକ ଗିରଫ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ପଶ୍ଚିମବଙ୍ଗରୁ ଅନେକ ଯୁବକ ଆସି ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ମିସ୍ତ୍ରୀ କାମ କରନ୍ତି। କିନ୍ତୁ ସେମାନଙ୍କମଧ୍ୟରୁ କିଏ ଜୀବନଜୀବିକା ପାଇଁ...

ରାସ୍ତାରେ ଚାଲି ଚାଲି ଯାଉଥିଲେ, ଧକ୍କା ଦେଲା ପର୍ଯ୍ୟଟକ ବସ୍‌

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରରୁପର୍ଯ୍ୟଟକଙ୍କୁ ନେଇ ରବିବାର ଉତ୍ତର ଭାରତ ଅଭିମୁଖେ ଯାଉଥିବା ଏକ ବସ୍‌ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ...

ଖବରଦାତାଙ୍କ ମାତୃ ବିୟୋଗ

ସୁନାବେଡା,୨୦ା୪(କୃତ୍ତିବାସ ପ୍ରଧାନ)-କୋରାପୁଟ ଧରିତ୍ରୀ ଖବରକାଗଜ ଜିଲା ପ୍ରତିନିଧି ଅମିତାଭ ବେହେରାଙ୍କ ମା’ ସୌଦାମିନୀ ବେହେରା(୮୦)ଙ୍କ ରବିବାର ସକାଳ ୭ଟାରେ ଦେହାନ୍ତ ହୋଇଛି। ସେ କିଛିଦିନ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image