‘କହିବାକୁ କିଛି ବାକି ନାହିଁ, ସବୁ ସରିଗଲା’ ଭିନେଶ ଫୋଗଟ ଡିସକ୍ୱାଲିଫାଏଡ ହେବା ପରେ ଭାଙ୍ଗିପଡ଼ିଲେ ବାପା, କହିଲେ ଏମିତି…

ନୂଆଦିଲ୍ଲୀ,୭।୮: ଫାଇନାଲ ମ୍ୟାଚ ପୂର୍ବରୁ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ସମସ୍ତେ ଭିନେଶଙ୍କଠାରୁ ସ୍ବର୍ଣ୍ଣ ପଦକ ଆଶା କରିଥିଲେ। ଏହି ଖବର ତାଙ୍କ ପିତା ମହାବୀର ସିଂ ଫୋଗଟଙ୍କୁ ମଧ୍ୟ ଭାଙ୍ଗି ଦେଇଛି।

ଭିନେଶ ଫୋଗାଟଙ୍କ ଡିସକ୍ୱାଲିଫାଏଡ ପରେ ପିତା ମହାବୀର କହିଛନ୍ତି, ବର୍ତ୍ତମାନ କହିବାକୁ କିଛି ବାକି ନାହିଁ। ସବୁ ଆଶା ବର୍ତ୍ତମାନ ଦୂର ହୋଇଯାଇଛି। ମୋର ସ୍ବପ୍ନ ଥିଲା ସ୍ବର୍ଣ୍ଣ ପଦକ। ମହାବୀର ଫୋାଟଙ୍କ ଏହି ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ତାଙ୍କ ଝିଅ ଭନେଶଙ୍କ ଅଯୋଗ୍ୟତା ପରେ ସେ ଭାଙ୍ଗପଡିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୫୦ କିଲୋଗ୍ରାମରୁ ତାଙ୍କ ଓଜନ ଅଧିକ ଥିଲା। ବର୍ତ୍ତମାନ ସେ ଫାଇନାଲରେ ସ୍ଥାନ ପାଇବାକୁ ସମର୍ଥ ହେବେ ନାହିଁ । ଏହିପରି ଭାବେ କେବଳ ଭାରତର ବ୍ୟାଗରୁ ସ୍ବର୍ଣ୍ଣ ପଦକ ଖସିଗଲା ନାହିଁ, ବରଂ ବର୍ତ୍ତମାନ ଭାରତକୁ ରୌପ୍ୟ ପଦକ ହରାଇବାକୁ ପଡିଲା ।

Share