ଛତ୍ରପୁର,୨୭।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଜାହାଡ଼ା ପଞ୍ଚାୟତରେ ତିନିଜଣଙ୍କର ନୁହେଁ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଶନିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ପଷ୍ଟ କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଟୁଇଟ୍ରେ କୁହାଯାଇଛି, କରୋନାରେ ୩ଜଣଙ୍କ ନୁହେଁ ଜଣଙ୍କ ମୃତ୍ୟୁ ଘଟିଛି। ଏଣୁ ୩ଜଣଙ୍କ ମୃତ୍ୟୁ ଖବର ମିଛ ବୋଲି କୁହାଯାଇଛି। ତେବେ ପୂର୍ବରୁ ପ୍ରେସ୍ ରିଲିଜ୍ରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସରପଞ୍ଚ କହିଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ