କେବଳ ମଙ୍ଗଳସୂତ୍ର ନାହିଁ, ବାପି ଦାଙ୍କୁ ଏପରି କହିଥିଲେ ଅଭିନେତା

ମୁମ୍ବାଇ, ୫।୫: ପ୍ରସିଦ୍ଧ ଗାୟକ ବାପି ଲହରିଙ୍କ ସୁନା ପ୍ରତି ଭଲପାଇବା ବିଷୟରେ ଆପଣ ଜାଣିଥିବେ। ତାଙ୍କ ଗୀତକୁ ନେଇ ସେ ଯେତିକି ଲୋକପ୍ରିୟ ସେହିପରି ତାଙ୍କ ସୁନା ପ୍ରତି ଦୂର୍ବଳତା ବିଷୟରେ ମଧ୍ୟ ସମସ୍ତେ ଜାଣିଛନ୍ତି। କିଛି ଲୋକଙ୍କ ଦୃଷ୍ଟିରେ ତାଙ୍କ ସୁନା ପ୍ରତି ଦୂର୍ବଳତାକୁ କେହି ପ୍ରଶଂସା କରୁଥିଲେ ତ କେହି ଥଟ୍ଟା ମଧ୍ୟ କରୁଥିଲେ। କିନ୍ତୁ ବାପି ଦା ଏସବୁ ଟ୍ରୋଲ୍‌କୁ ନଜରଆନ୍ଦାଜ କରି ମହଣମହଣ ସୁନା ଅଳଙ୍କାର ପିନ୍ଧୁଥିଲେ।
ଥରେ ବଲିଉଡ ଦିବଙ୍ଗତ ଅଭିନେତା ରାଜ କୁମାର ବାପି ଦାଙ୍କୁ ଏ ନେଇ ସମାଲୋଚନା କରିଥିଲେ। କିନ୍ତୁ ଏ ସବୁ ତାଙ୍କ ଉପରେ ପ୍ରଭାବ ପକାଇ ପାରି ନ ଥିଲା। କାରଣ ସେ ନିଜକୁ ଏଥିଲାଗି ସ୍ବତନ୍ତ୍ର ମନେ କରୁଥିଲେ।
ବାପି ଦା ଏକ କାର୍ଯ୍ୟକ୍ରମରେ ରାଜ କୁମାରଙ୍କୁ ଭେଟିଥିଲେ। ବାପିଙ୍କୁ ବେକରେ ଏତେ ସୁନା ଅଳଙ୍କାର ଦେଖି ରାଜ କୁମାର ହସି କହିଥିଲେ, କେବଳ ମଙ୍ଗଳସୂତ୍ର ବେକରେ ନାହିଁ। ହିନ୍ଦୁ ମହିଳାମାନେ ବିବାହର ସଙ୍କେତ ଭାବରେ ବେକରେ ମଳଲିସୂତ୍ର ପିନ୍ଧନ୍ତି। କିନ୍ତୁ ଆପଣ ପିନ୍ଧି ନାହାନ୍ତି।

Share