ନିଜାର ହତ୍ୟାକାଣ୍ଡର ପ୍ରମାଣ ଅଛି! କାନାଡା ଅଧିକାରୀଙ୍କ ବଡ ଦାବି

ଅଟାଓ୍ବା,୨୨।୯: ଭାରତ-କାନାଡ କୂଟନୈତିକ ବିବାଦ ମଧ୍ୟରେ କାନାଡା ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ନେଇ କାନାଡା ଏକ ବଡ଼ ଦାବି କରିଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜଣେ କାନାଡିଆନ ଅଧିକାରୀ କହିଛନ୍ତ, କାନାଡାରେ ଥିବା ଭାରତୀୟ କୂଟନୀତିଜ୍ଞ ଓ ଭାରତୀୟ ଅଧିକାରୀଙ୍କ କଥାବାର୍ତ୍ତାର ପ୍ରମାଣ ମିଳିଛି। ଏନେଇ ‘ଫାଇଭ ଆଇଜ’ର ସଦସ୍ୟ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଏଥିରେ ସହଯୋଗ କରିଛନ୍ତି। ସୂଚନାଯୋଗ୍ୟ, କାନାଡା ସମେତ ଏହି ଚାରୋଟି ଦେଶ ଏହି ଫାଇଭ ଆଇଜ୍‌ ଗ୍ରୁପ୍‌ରେ ଅଛନ୍ତି।

ଅନ୍ତର୍ଜାତୀୟ ଖବର ଏଜେନ୍ସି ଆସୋସିଏଟେଡ ପ୍ରେସକୁ ସୂଚନା ଦେଇ କାନାଡାର ଜଣେ ଅଧିକାରୀ କହିଛନ୍ତ, ନିଜାର ହତ୍ୟା ସହ ଜଡିତ କିଛି ତଥ୍ୟ ଭାରତୀୟ କୂଟନୀତିଜ୍ଞଙ୍କଠାରୁ ମିଳିଛିି। ଏହା ବ୍ୟତୀତ ଇଣ୍ଟେଲିଜେନ୍ସ ସେୟାର୍‌ ଆଲାଇନ୍ସ ଫାଇଭ ଆଇଜ ଇଣ୍ଟେଲିଜେନ୍ସ ଇନପୁଟ ପ୍ରଦାନ କରିଛି।

Share