ଆଦର ଅଛି, ମିଳୁନି ପ୍ରୋତ୍ସାହନ

କେନ୍ଦୁଝର,୯ା୧୨:ସାନ୍ତାଳମାନଙ୍କର ଲୋକନୃତ୍ୟ ଲୋକଙ୍କ ମନକୁ ଛୁଉଁଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ନୃତ୍ୟ ଦେଖିବାକୁ ମିଳେ। ଆଧୁନିକତାର ଚାକଚକ୍ୟରେ ଏହି ଲୋକନୃତ୍ୟ ଏବେ ସଂଘର୍ଷ କରୁଛି। ସରକାରୀସ୍ତରରେ ପ୍ରୋତ୍ସାହନର ଅଭାବ ଯୋଗୁ ଆକର୍ଷଣ ହରାଇବାରେ ଲାଗିଛି। ପୂର୍ବରୁ ସାନ୍ତାଳୀ ବେଶଭୂଷାରେ ଏହି ନୃତ୍ୟ ପରିବେଷଣ କରାଯାଉଥିଲା। ବର୍ତ୍ତମାନ ସାନ୍ତାଳୀ ଲୋକନୃତ୍ୟ ପରିବେଷଣ କରୁଥିବା ଭଉଣୀଭାଇମାନେ ନୃତ୍ୟକୁ ସରସସୁନ୍ଦର କରିବା ପାଇଁ ପୋଷାକ ବଦଳାଇଛନ୍ତି। ଲୋକନୃତ୍ୟକୁ ବଞ୍ଚାଇ ରଖିବାକୁ କେନ୍ଦୁଝର ଲୋକନୃତ୍ୟ ମାନ୍ୟତା ପ୍ରଦାନ କରିବାକୁ କେନ୍ଦୁଝର ପୌରପାଳିକାର ପୂର୍ବତନ ନଗରପାଳ ମୀନାକ୍ଷୀ ମାଝୀ ଦାବି କରିଛନ୍ତି। କେନ୍ଦୁଝର ଜିଲାର ସୁନାରିପଶି, ମାଛଗଡ଼, ଘଟଗାଁ ନିକଟବର୍ତ୍ତୀ ମୁଦ୍ରାବେଡ଼ା ଆଦି କେତେକ ଗ୍ରାମରେ ନୃତ୍ୟ ପରିବେଷଣ ପାଇଁ ଭିନ୍ନ ଭିନ୍ନ ଦଳମାନେ ବେଶ୍‌ ସୁନାମ ଅର୍ଜନ କରିପାରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କଳାସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉଛି। କେନ୍ଦୁଝର ଜିଲାର ବିଭିନ୍ନ ସମ୍ପ୍ରଦାୟ ବିଶେଷକରି ଆଦିବାସୀ ଗେଁାଣ୍ଡ ସମ୍ପ୍ରଦାୟର ପାରମ୍ପରିକ ଯୁଦ୍ଧକଳା ନୃତ୍ୟ, ସାନ୍ତାଳୀ ନୃତ୍ୟ, କୁଡୁମୀଙ୍କ ଝୁମର, ମାଝୀ ନାଚ, ମୁଣ୍ଡା ନାଚ, ରାମତାମସା ଆଦି ଲୋକନୃତ୍ୟ ଦଳଗୁଡ଼ିକୁ କଳାସଂସ୍କୃତି ଯୋଜନାରେ ପ୍ରଚାର ପ୍ରସାର ପାଇଁ ଅନୁଦାନ ଯୋଗାଇ ଦିଆଗଲେ ଆଦିବାସୀ ଲୋକନୃତ୍ୟ ମଧ୍ୟ ପ୍ରଚାର ପ୍ରସାର ସହ ପୁନଃଜୀବନ ଲାଭକରନ୍ତା ବୋଲି ମତପ୍ରକାଶ ପାଇଛି।

ଦୀପକ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri