Categories: ଖେଳ

ଏବେ ବି ରହିଛି କ୍ରିକେଟ ନିଶା

ମୁମ୍ବାଇ, ୧।୨: ଭାରତୀୟ କ୍ରିକେଟର ଅଜୟ ଜାଡେଜାଙ୍କୁ ସୋମବାର ସେ ୫୦ ବର୍ଷ ପୂରଣ ହୋଇଛି। ସେ ୫୧ ବର୍ଷରେ ପାଦ ଦେଇଛନ୍ତି। ୧୯୭୧ ଫେବୃୟାରୀ ୧ରେ ସେ ଗୁଜରାଟର ଜାମ୍‌ନଗରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଅଜୟସିଂଜୀ ଦୌଲତସିଂଜୀ ଜାଡେଜା। ଖେଳ ପଡ଼ିଆରୁ ବିଦାୟ ନେଇଥିଲେ ମଧ୍ୟ ଏବେ ବି ସେ କ୍ରିକେଟ ନିଶାକୁ ଛାଡି ପାରି ନାହାନ୍ତି। ତେଣୁ ବିଭିନ୍ନ ମ୍ୟାଚ୍‌ରେ ତାଙ୍କୁ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳୁଛି। ଖେଳପଡ଼ିଆରେ ନିଜର ବ୍ୟାଟିଂ ନେଇ ସେ ବେଶ ଚର୍ଚ୍ଚିତ ଥିଲେ। ଦଳର ସଙ୍କଟ ସମୟରେ ତାଙ୍କର ଉଲ୍ଲେଖନୀୟ ବ୍ୟାଟିଂ ଯୋଗୁ ବହୁଥର ଭାରତ ବିଜୟୀ ହୋଇଛି। ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷୀତଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କ ନେଇ ଅତୀତରେ ବହୁ ଚର୍ଚ୍ଚା ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଦୁହେଁ ଦୁହିଁଙ୍କଠାରୁ ଦୂରେଇ ଯାଇଥିଲେ। ୨୦୦୦ରେ ମ୍ୟାଚ ଫିକ୍ସିଂ ଅଭିଯୋଗରେ ଅଜୟ ସେ ଖେଳ ପଡ଼ିଆରୁ ଦୂରେଇ ଯାଇଥିଲେ। ସେ ଆଦିତି ଜେଟଲୀଙ୍କ ସହିତ ୨୦୦୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହାପରେ ସେ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲେ। ୨୦୦୩ରେ ହିନ୍ଦୀ ଫିଲ୍ମ ଖେଲ୍‌ ଏବଂ ୨୦୦୯ରେ ଫିଲ୍ମ ପଲ ପଲ ଦିଲ କେ ପାସ୍‌ରେ ସେ ଅଭିନୟ କରିଥିଲେ।

Share