‘ଆହୁରି ଅନେକ କିଛି ହାସଲ କରିବାକୁ ବାକି ଅଛି’

ଲଣ୍ଡନ,୨୫ା୧୦: ଭାରତୀୟ ବଂଶୋଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ଏକ ବର୍ଷ ପୂରଣ କରିଛନ୍ତି। ଗତବର୍ଷ ଆଜିର ଦିନରେ ସୁନକ ପ୍ରଧାନମନ୍ତ୍ରୀ ପଦ ପାଇଁ ଉତ୍ଥାନ ପତ୍ତନ ଏବଂ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ମଧ୍ୟରେ ୧୦ ଡାଉନିଂ ଷ୍ଟ୍ରିଟ୍‌ରେ ଦାୟିତ୍ୱ ଗ୍ରହଣ କରିଥିଲେ।

ସୋସିଆଲ ମିଡିଆ ପ୍ଲାଟଫର୍ମ(ଏକ୍ସ)ରେ ଏକ ଭିଡିଓ ପୋଷ୍ଟ କରି ସୁନକ କହିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଗତ ଏକ ବର୍ଷ ମଧ୍ୟରେ ଅନେକ କିଛି ହାସଲ କରିଛି, କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅନେକ କିଛି ହାସଲ କରିବାକୁ ବାକି ଅଛି।’ ସୁନକ ଆହୁରି କହିଛନ୍ତି, ମୁଁ ଜାଣେ ଏହି ବର୍ଷ କଷ୍ଟସାଧ୍ୟ ହୋଇଛି। କଠିନ ପରିଶ୍ରମୀ ପରିବାରକୁ ସାହାଯ୍ୟ କରିବା ପାଇଁ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ସେ ନେଇଥିବା ପଦକ୍ଷେପ ପାଇଁ ମୁଁ ଗର୍ବିତ।

ସୁନକ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ଇସ୍ରାଏଲ-ହମାସ୍‌ ଏବଂ ରୁଷିଆ-ୟୁକ୍ରେନ ବିବାଦରୁ ବାହ୍ୟ ଚ୍ୟାଲେଞ୍ଜ ବି ସୃଷ୍ଟି ହୋଇଛି। ଏଥିସହ ସୁନକ ମୁଦ୍ରାସ୍ଫୀତି ଏବଂ ଜୀବନଧାରଣ ମୂଲ୍ୟରୁ ବିପୁଳ ଘରୋଇ ଚାପର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ଆସନ୍ତା ବର୍ଷ ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।

Share