ପୃଥିବୀର ଏହି ଅଞ୍ଚଳରେ ଏବେ ବି ନାହିଁ ଜୀବନ…

ଓ୍ବାଶିଂଟନ,୭।୯: ପୃଥିବୀର ସମସ୍ତ ଅଞ୍ଚଳରେ ଜୀବନ ରହିଛି। ଏକ ମୁଠା ମାଟିକୁ ପରୀକ୍ଷା କଲେ ଏଥିରେ କୋଟି କୋଟି ସୂକ୍ଷ୍ମ ଜୀବ ରହିଥିବାର ଜଣାପଡ଼ିଥାଏ। ମାତ୍ର ପୃଥିବୀର ଏଭଳି କିଛି ଅଞ୍ଚଳରେ ଏବେ ମଧ୍ୟ ଜୀବନ ସର୍ତ୍ତା ପହଞ୍ଚି ପାରିନି। ଅଣ୍ଟାର୍କଟିକାର ଟ୍ରାନ୍ସ୍‌ ଆଣ୍ଟାର୍କଟିକ ପାହାଡ଼ ମଧ୍ୟରେ କୌଣସି ଜୀବନ ସର୍ତ୍ତା ନାହିଁ ବୋଲି ଗବେଷକ ପ୍ରକାଶ କରିଛନ୍ତି।

ପ୍ରୋଭୋ ଅଟାହର ବ୍ରିଘମ୍‌ ୟଙ୍ଗ୍‌ ୟୁନିଭରସିଟି ଏବଂ ଆମେରିକା କଲୋରାଡୋ ୟୁନିଭରସିଟି ପକ୍ଷରୁ ଏକ ମିଳିତ ଗବେଷକ ଦଳ ଟ୍ରାନ୍ସ୍‌ ଆଣ୍ଟାର୍କଟିକ ପାହାଡ଼ ଅଞ୍ଚଳର ମାଟିକୁ ପରୀକ୍ଷା କରିଥିଲେ। ଜଣା ପଡ଼ିଥିଲା ମାଟିରେ ଗୋଟିଏ ମଧ୍ୟ ସୂକ୍ଷ୍ମ ଜୀବ ନାହିଁ। ସ୍ଥାନୀୟ ଅଞ୍ଚଳର ୨୦୪ ମାଟି ନମୁନା ପରୀକ୍ଷା ହୋଇଥିଲା। ଏହି ଅଞ୍ଚଳ ସାଉଥ୍‌ ପୋଲ୍‌ ଠାରୁ ୩୦୦ କିଲୋମିଟର ଦୂରରେ ଥିବା ଶେକଲଟନ ଗ୍ଲାସିୟର ନିକଟବର୍ତ୍ତୀ ଅଞ୍ଚଳରୁ ମାଟି ସଂଗ୍ରହ କରାଯାଇଥିଲା।

ମାଟି ନମୁନା ମଧ୍ୟରୁ ୨୦ ପ୍ରତିଶତ ମାଟିରେ ସୂକ୍ଷ୍ମ ଜୀବର ଡିଏନ୍‌ଏ ନ ଥିବା ଜଣାପଡ଼ିଥିଲା। ଏସବୁ ମାଟି ଥିବା ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଜୀବନ ପହଞ୍ଚି ନ ଥିବା ସ୍ପଷ୍ଟ ହୋଇଥିବା ଗବେଷକ ଦଳର ମୁଖ୍ୟ ବାୟରନ୍‌ ଏଡମ୍ସ୍‌ ପ୍ରକାଶ କରିଛନ୍ତି। ଏହି ଗବେଷଣା ରିପୋର୍ଟ ଜିଫିଜିକାଲ ରିସର୍ଚ୍ଚ ପତ୍ରିକା ବାୟୋ ଜିଓସାଇନ୍ସରେ ପ୍ରକାଶିତ ହୋଇଛି।

Share