Advertisement

ପୂର୍ବତନ ବିଜେଡି ବିଧାୟକ ଭାଜପା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କର୍ଲାମୁଣ୍ଡା,୨୭।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନରେ ଏବେ ନୂଆମୋଡ଼ ନେଇଛି। ନର୍ଲା ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଜେଡି ବିଧାୟକ ଧନେଶ୍ୱର ମାଝୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେବା ପରେ ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବା ସ୍ପଷ୍ଟ ହେଇଯାଉଛି। ଧନେଶ୍ୱର ମାଝୀ ଜଣେ ସଫଳ ରାଜନେତା ଭାବେ ସୁପରିଚିତ। ସେ ୧୯୭୮ରୁ ୧୯୮୪ ରେ ଥରେ ରାଜ୍ୟ ସଭା ଏମ୍‌ପି ଓ ଭାଜପାରୁ ୪ରି ଥର ବିଧାୟକ ରହିଥିବା ବେଳେ ବିଜେଡିରୁ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ରହିଥିଲେ। ତେବେ ବିଜେଡି ଛାଡି ଭାଜପାରେ ଯୋଗଦେଇ ନର୍ଲାରୁ ବିଧାୟକ ପ୍ରାଥୀ ହେବାକୁ ଥିବା ନେଇ ଚର୍ଚ୍ଚା ଜୋର ଧରିଛି l ଅନ୍ୟପଟେ ଧନେଶ୍ୱର ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ନିର୍ବାଚନ ବୈତରଣୀ ପାର ହେବା ଅନ୍ୟମାନଙ୍କ ଅପେକ୍ଷା ତାଙ୍କୁ ସହଜ ହୋଇପାରେ ବୋଲି ଆକଳନ କରାଯାଉଛି। ଧନେଶ୍ୱର ତାଙ୍କ ଇସ୍ତଫା ପତ୍ରରେ ଦଳ ତାଙ୍କୁ ଅଣଦେଖା କରିଥିବାରୁ ଦଳ ଛାଡି ଥିବା ଉଲ୍ଲେଖ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel