ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡ ନିର୍ବାଚନରେ ଲଢ଼ିବା ଚର୍ଚ୍ଚା

ଭୁବନେଶ୍ୱର, ୨୮।୯(ସୁନିତ୍‌ ମିଶ୍ର):ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଓଡ଼ିଶା ଗସ୍ତକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱଶର୍ମା ଶୁକ୍ରବାର ୨ ଘଣ୍ଟିଆ ଓଡ଼ିଶା ଗସ୍ତରେ ଆସି ଝାଡ଼ଖଣ୍ଡ ଗସ୍ତରେ ଯାଇଛନ୍ତି। ସେ ସ୍ବଳ୍ପ ସମୟର ଗସ୍ତ ଅବସରରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଆଲୋଚନା କରିଛନ୍ତି। ତେବେ ନିକଟରେ ଝାଡ଼ଖଣ୍ଡ ନିର୍ବାଚନ ହେବାକୁ ଥିବାବେଳେ ହିମନ୍ତ ସେଠାକାର ନିର୍ବାଚନ ପ୍ରଭାରୀ ଦାୟିତ୍ୱରେ ଅଛନ୍ତି। ରଘୁବର ଦାସ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବାବେଳେ ଏଥର ସେ ପୁଣି ସକ୍ରିୟ ରାଜନୀତିକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ରଘୁବର ଝାଡ଼ଖଣ୍ଡରେ ନିର୍ବାଚନ ଲଢ଼ନ୍ତି ତେବେ ସେ ରାଜ୍ୟପାଳ ପଦବୀ ଛାଡ଼ି ତାଙ୍କ ରାଜ୍ୟକୁ ଫେରିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ହିମନ୍ତଙ୍କ ୨ଘଣ୍ଟିଆ ରାଜଭବନ ଗସ୍ତ ଏଭଳି ଆଲୋଚନାକୁ ଆହୁରି ଖୋରାକ ଯୋଗାଇଛି। ତେବେ ବିମାନବନ୍ଦରରେ ହିମନ୍ତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ୨ ଘଣ୍ଟା ପାଇଁ ରାଜ୍ୟ ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ଓଡ଼ିଶାର ରାଜ୍ୟପାଳଙ୍କୁ ଭେଟିବେ। ତାଙ୍କର ରାଜ୍ୟପାଳଙ୍କ ସହ କିଛି ବ୍ୟକ୍ତିଗତ ଆଲୋଚନା କରିବାର ଅଛି। ସେ ଝାଡ଼ଖଣ୍ଡର ନିର୍ବାଚନ ଦାୟିତ୍ୱରେ ଅଛନ୍ତି। ରଘୁବରଙ୍କୁ ସାକ୍ଷାତ ଏବଂ ନିର୍ବାଚନ ସହ କୌଣସି ସମ୍ପର୍କ ନ ଥିବା ହିମନ୍ତ କହିଛନ୍ତି। ହେଲେ ଏହି ଚର୍ଚ୍ଚାକୁ ହିମନ୍ତ ଖଣ୍ଡନ କରିଥିଲେ ମଧ୍ୟ ରାଜନୈତିକ ମହଲରେ ଏହାକୁ କେହି ଗ୍ରହଣ କରୁନାହାନ୍ତି। କାରଣ କିଛିଦିନ ତଳେ ରଘୁବର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଏଥର ଝାଡ଼ଖଣ୍ଡରୁ ନିର୍ବାଚନ ଲଢ଼ିବାକୁ ଚାହଁୁଛନ୍ତି ବୋଲି କହିଥିବା ଚର୍ଚ୍ଚା ହେଉଥିଲା। ଏହାର କିଛିଦିନ ପରେ ହିମନ୍ତ ବିଶ୍ୱଶର୍ମା ଆସି ଓଡ଼ିଶାରେ ରଘୁବରଙ୍କୁ ଭେଟିବା ଉକ୍ତ ଆଲୋଚନାକୁ ଅଧିକ ସତେଜ କରିଦେଇଛି। ଅନ୍ୟପଟେ ଏହି ଅବସରରେ ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ରାଜଭବନରେ ସାକ୍ଷାତକରି କିଛି ସମୟ ଆଲୋଚନା କରିଛନ୍ତି। ଏହି ଅବସରରେ ମୋହନ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିବା ଦେଖିବାକୁ ମିଳିଛି।
ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଟ୍ରେନ୍‌ ଯୋଗେ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରେଳ ଷ୍ଟେଶନଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସେଠାରୁ ସେ ରାଜଭବନ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଭେଟି କିଛି ସମୟ ଆଲୋଚନା କରିଛନ୍ତି। ଏକ ଘରୋଇ କଲେଜର କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଭେଙ୍କୟା ଓଡ଼ିଶା ଆସିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନାହାରରେ ଆଖିବୁଜିଲେ ମା’, ବସୁନ୍ଧରା ଗଲେ ନାବାଳିକା ଝିଅ

ନିଶ୍ଚିନ୍ତକୋଇଲି,୨୮।୯(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ନାଟକାଇ ଗ୍ରାମରେ ଅନାହାରରେ ମହିଳା ମୁତ୍ୟୁବରଣ କରିଛନ୍ତି। ପରେ ତାଙ୍କ ନାବାଳିକା ଝିଅକୁ ସିଡିପିଓ ସତ୍ୟଭାମା ବିଶୋଇ...

ଭାଜପା ସରକାରରେ ମହିଳା ଅସୁରକ୍ଷିତ:ନବୀନ

ଭୁବନେଶ୍ୱର,୨୮ା୯(ଅନୀଲ ଦାସ):ଦରଦାମ୍‌ ବୃଦ୍ଧିଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାରେ ଭାଜପା ସରକାର ବିଫଳ ହୋଇଛି। ସରକାରର ବିଫଳତା...

‘ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି ହେବ କଡ଼ା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର,୨୮ା୯: ଲୋକସେବା ଭବନରେ ଜିଲାପାଳ ଏବଂ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସମ୍ବୋଧନ କରିଛନ୍ତି। ଉପସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ଗୁଳିମାଡ଼ କଲେ ସରପଞ୍ଚ

କଣ୍ଟାମାଳ,୨୮ା୯(ଆଦିରେଶ୍ୱର ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ଗୁଳିମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ବୌଦ୍ଧ ଜିଲା ମନମୁଣ୍ଡା ଥାନା କସୁରବନ୍ଧ ଗାଁରେ। ଗୁରତର...

ମହିଳାଙ୍କ ପାଇଁ ଖୁସି ଖବର: ମାର୍ଚ୍ଚ ୮ ପୂର୍ବରୁ ସମସ୍ତଙ୍କୁ ସୁଭଦ୍ରା ପ୍ରଥମ କିସ୍ତି, ଜାଣନ୍ତୁ ପୂରା ଖବର…

ଭୁବନେଶ୍ୱର,୨୮ା୯ (ବନ୍ଦନା ସେଠୀ): ଅଦ୍ୟାବଧି ଛପାଯାଇଥିବା ୧ କୋଟି ୮୯ ଲକ୍ଷ ୩୪ ହଜାର ୧୭୬ ‘ସୁଭଦ୍ରା’ ଆବେଦନ ଫର୍ମ ମଧ୍ୟରୁ ୧ କୋଟି ୫୭...

ବୃଦ୍ଧଙ୍କ ଉପରେ ବୋଝ: ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅ

ଆଳି,୨୮ା୯(ବନମାଳୀ ସେନାପତି): ହସଖୁସିରେ ପୂରି ଉଠୁଥିବା ସଂସାର ଉପରେ ଏବେ ଦୁଃଖର କଳା ବାଦଲ ଘୋଟିଯାଇଛି। ବୃଦ୍ଧ ଅବସ୍ଥାରେ ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅଙ୍କ...

ମୁଖ୍ୟମନ୍ତ୍ରୀଙ୍କ କଡ଼ା ବାର୍ତ୍ତା: ଅନିୟମିତତା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ

ଭୁବନେଶ୍ୱର,୨୮ା୯(ଅନିଲ ଦାସ):କୌଣସି ପରିସ୍ଥିତିରେ, କୌଣସି ସ୍ତରରେ ସରକାର ଦୁର୍ନୀତିକୁ ବରଦାସ୍ତ କରିବେ ନାହିଁ। ଦୁର୍ନୀତିକୁ ନେଇ କୌଣସି ପ୍ରକାର ସାଲିସ କରିବାର ପ୍ରଶ୍ନ ଉଠୁନାହିଁ। ତେଣୁ...

୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌: ୪ ମୃତ

ବାଲେଶ୍ୱର, ୨୮।୯(ବାଞ୍ଛାନିଧି ଦେ): ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌। ଫଳରେ ୨୩ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri