କ୍ୟାଟ୍ରିନାଙ୍କ ଡ୍ରେସ୍‌କୁ ନେଇ ହେଉଛି ଚର୍ଚ୍ଚା: ଦାମ୍‌ ରହିଛି…

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସ୍ବାମୀ ତଥା ଅଭିନେତା ବିକି କୌଶଲଙ୍କ ସହ ପ୍ରଥମ ଖ୍ରୀଷ୍ଟମାସ ପାଳନ କରିଛନ୍ତି। ଖ୍ରୀଷ୍ଟମାସ ଅବସରରେ ଦୁହେଁ ପରସ୍ପରକୁ ରୋମାଣ୍ଟିକ ଅଭିନନ୍ଦନ ଜଣାଇଛନ୍ତି। ଏହାର ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋଟି ଖ୍ରୀଷ୍ଟମାସ ବୃକ୍ଷ ସମ୍ମୁଖରେ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖାଯାଉଛି। ଏହାକୁ ଶେୟାର କରି ଅଭିନେତ୍ରୀ କ୍ୟାପସନରେ ତାଙ୍କ ପ୍ରଶଂସକଙ୍କୁ ‘ମେରୀ ଖ୍ରୀଷ୍ଟମାସ’ ବୋଲି କହିଛନ୍ତି।
ବିକି କୌଶଲ ଏକ ଧଳା ଶର୍ଟ ଏବଂ ପେଷ୍ଟେଲ ଗୋଲାପୀ ପ୍ୟାଣ୍ଟ ପିନ୍ଧିଥିଲେ। କ୍ୟାଟ୍ରିନା ଫୁଲର ପ୍ରିଣ୍ଟ ସହିତ ଏକ କ୍ରିମ ରଙ୍ଗର ଫ୍ଲେରେଡ ମିନି ଡ୍ରେସରେ ନଜର ଆସିଥିଲେ। କ୍ୟାଟ୍ରିନାଙ୍କ ଏହି ପୋଷାକ ‘ଜିମର୍ମାନ’ ପୋଷାକ ବ୍ରାଣ୍ଡର ଅଟେ। ବ୍ଲୋସନ ଏବଂ କଫ ସ୍ଲିଭର ଜର୍ଜେଟ କପଡା ପୋଷାକ ଦେଖିବାକୁ ଯେତିକି ଚମତ୍କାର ତାହାର ଦାମ୍‌ ମଧ୍ୟ ସେତିକି। େଏହାର ମୂଲ୍ୟ ବ୍ରାଣ୍ଡର ଅଫିସିଆଲ ୱେବସାଇଟରେ ୬୪,୦୮୬ ଟଙ୍କା ଦିଆଯାଇଛି। ବିବାହ ପରେ ବିକିଙ୍କ ସହ କ୍ୟାଟ୍ରିନାଙ୍କର ଏହା ପ୍ରଥମ ଫଟୋ। କ୍ୟାଟ୍‌-ବିକି ରାଜସ୍ଥାନର ବାରୱାରା ଦୁର୍ଗରେ ବିଳାସପୂର୍ଣ୍ଣ ଢଙ୍ଗରେ ଡିସେମ୍ବର ୯ରେ ବିବାହ କରିଥିଲେ।

Share