ପୁରୂଣା ଯୋଜନାରେ ନୂଆ ଷ୍ଟିକର ଲାଗିବା ଚର୍ଚ୍ଚା

ଭୁବନେଶ୍ୱର,୬।୬(ଅନୁରାଧା ମହାରଣା)- ନୂତନ ସରକାର ଗଠନ ପରେ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଇଁ କାର୍ଯ୍ୟାରମ୍ଭ ହେବ ବୋଲି ରାଜ୍ୟବାସୀ ଅପେକ୍ଷା କରିରହିଛନ୍ତି। ମାତ୍ର ନିର୍ବାଚନୀ ପଳାଫଳର ଘୋଷଣା ପରେ ପରେ କେବଳ ବିଜେଡି ସରକାର ସମୟରେ କରାଯାଇଥିବା ବିଭିନ୍ନ ଯୋଜନା ପ୍ରଚଳନକୁ ନେଇ କେବଳ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ଲକ୍ଷ୍ମୀ ବସ୍‌ ଚଳାଚଳ ବନ୍ଦ ହୋଇଥିବାନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଥିବାବେଳେ ଅନେକ ଅଞ୍ଚଳରେ ଲକ୍ଷ୍ମୀବସରୁ ଲୋଗୋ ହଟାଯାଉଥିବା ଦେଖିବାକୁ ମିଳୁଛି। ନୂଆ ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିବେ କି କେବଳ ପୁରୂଣା ଯୋଜନାର ନୂଆ ନାମ ଦେବେ ସେନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଲକ୍ଷ୍ମୀବସଗୁଡ଼ିକରୁ ଷ୍ଟିକର ହଟାଯିବା ନେଇ ସ୍ଥାନୀୟ ଅଧିକାରୀଙ୍କ ଭିନ୍ନ ଭିନ୍ନ ମତ ରହୁଥିବାରୁ ସାଧାରଣରେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି ଲକ୍ଷ୍ମୀବସ୍‌ରେ ସ୍ବଳ୍ପ ଦେୟରେ ନିୟମିତ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରେ ନିରାଶ ଭାବ ଦେଖିବାକୁ ମିଳିଛି। ଗୁରୁବାର ସୁବର୍ଣ୍ଣପୁର, ମାଲକାନଗିରି, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼, ବାଲେଶ୍ୱର ସହ ଅନ୍ୟାନ୍ୟ ଜିଲାରେ ବସରୁ ଲୋଗୋ ହଟାଯାଉଥିବା ନଜରକୁ ଆସିଛି।
ସୁବର୍ଣ୍ଣପୁର ଜିଲାରେ ଗୁରୁବାର ଲକ୍ଷ୍ମୀ ବସ୍‌ ଗୁଡିକରୁ ଷ୍ଟିକର ଖୋଲା ନେଇ ସୁବର୍ଣ୍ଣପୁର ଡିଏମ୍‌ ଓଏସ୍‌ଆରଟିସି ଜୟଶ୍ରୀ ମାନସି ଲକ୍ଷ୍ମୀ କହିଛନ୍ତି, ନିର୍ବାଚନ ଆଚରଣ ବିଧି କାରଣରୁ ଷ୍ଟିକରକୁ ଘୋଡାଇ ଦିଆଯାଇଥିଲା। କିଛି ଷ୍ଟିକର ଛିଣ୍ଡି ଯାଇଥିଲା। ବସ୍‌ ଯିବା ଆସିବା ସମୟରେ କିଛି ଯାତ୍ରୀ ଷ୍ଟିକର ଖୋଲି ଦେଇଥିଲେ। ଲକ୍ଷ୍ମୀ ବସ୍‌ ଯୋଜନା ବନ୍ଦ ହେବନି। ନୂଆ ବ୍ରାଣ୍ଡିଂ ଅର୍ଥାତ ରୂପରେଖ ବଦଳା ଯାଇ ଚାଲିବ ବୋଲି କହିଥିଲେ। ଜିଲାର ବୀରମହାରାଜପୁର ବ୍ଲକରେ ଲକ୍ଷ୍ମୀ ବସ୍‌ରୁ ଷ୍ଟିକର ହଟିବା ନେଇ ଓଏସ୍‌ଆରଟିସି ବସ୍‌ଷ୍ଟାଣ୍ଡ ଇନଚାର୍ଜ ଲିଲି ମହାନନ୍ଦଙ୍କୁ ପଚାରିବାରୁ ଆମ ଅଜାଣତରେ କିଏ ଖୋଲି ଦେଇଛି ବୋଲି ପ୍ରକାଶ କରିଛନ୍ତି। ଲକ୍ଷ୍ମୀ ବସ୍‌ ମେଣ୍ଟେନାନ୍ସ ଇନଚାର୍ଜ ମନରଞ୍ଜନ ବେହେରାଙ୍କୁ ପଚାରିବାରୁ ରାତିରେ କିଏ ଷ୍ଟିକର ଖୋଲି ଦେଇଛି। ଏନେଇ ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଛୁ ବୋଲି କହିଛନ୍ତି।
ସେହିପରି ମାଲକାନଗିରି ଜିଲାରେ ଲକ୍ଷ୍ମୀ ବସ୍‌ଗୁଡିକ ଜିଲା ଓ ବ୍ଲକ୍‌ ସଦର ମହକୁମାରୁ ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳକୁ ଗମନାଗମନ କରୁଥିବାବେଳେ ଛାତ୍ରୀଛାତ୍ର ଆଭ୍ୟନ୍ତରୀଣ ଅଞ୍ଚଳର ଲୋକମାନେ ଜିଲା ଓ ବ୍ଲକ ସଦର ମହକୁମାକୁ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଏହି ବସ୍‌ରେ ଯାତାୟାତ କରୁଥିଲେ। ଏ ସମ୍ପର୍କରେ ବସ୍‌ କର୍ମଚାରୀଙ୍କୁ ପଚାରିବାରୁ ବସ୍‌ ପରିଚାଳନା ଦାୟିତ୍ୱରେ ଥିବା ମ୍ୟାନେଜରମାନଙ୍କ ନିର୍ଦ୍ଦେଶକ୍ରମେ ଏସବୁ ଷ୍ଟିକରକୁ ଉଠାଇ ଦିଆଯାଇଛି। ତେବେ ବସରୁ ଲକ୍ଷ୍ମୀ ଲୋଗୋ ହଟିବା ପରେ କେଉଁ ଲୋଗୋ ଲଗାଯିବ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଯଦି ପୁରୁଣା ଯୋଜନାର ନୂଆ ନାମକରଣ କରାଯାଏ ତେବେ ଜନତାଙ୍କ ଅର୍ଥର ବ୍ୟର୍ଥ ବିନିଯୋଗ ହେବ ବୋଲି ବୁଦ୍ଧିଜୀବି ମତପ୍ରକାଶ କରିଛନ୍ତି।
ଅନ୍ୟପଟେ ପୁରୀ ଜିଲା ଅସ୍ତରଙ୍ଗ ଅସ୍ତରଙ୍ଗ ଅଞ୍ଚଳରେ ମଧ୍ୟ ଳକ୍ଷ୍ମୀ ଲୋଗୋ ହଟାଯିବା ନେଇ କାହା ପାଖରେ ଉତ୍ତର ନାହିଁ। ତେବେ ଏହି ଷ୍ଟିକର କିଏ କାଢିଲା ଏବଂ କାହା ନିର୍ଦ୍ଦେଶରେ କଢ଼ାଗଲା, ତାହା କାହା ପାଖରେ ଖବର ନାହିଁ। ଏ ବିଷୟରେ ବସ୍‌ କର୍ମଚାରୀ କିଛି ଜାଣି ନାହାନ୍ତି କହୁଥିବାବେଳେ ଆଉ କେତେଜଣ କର୍ମଚାରୀ ଭୁବନେଶ୍ୱରରୁ ଅଫିସର ଆସିଥିବା କହିଛନ୍ତି। ଆଗକୁ ଏହି ବସ୍‌ ଚାଲିବ କି ନାହିଁ ଚିନ୍ତାରେ ପଡ଼ିଛନ୍ତି।
ବସରୁ ଲକ୍ଷ୍ମୀ ଲୋଗୋ ହଟାଯିବା ପରେ ଲୋକେ ଲକ୍ଷ୍ମୀ ବସ କୁ କିପରି ଚିହ୍ନି ପାରିବେ ବୋଲି ମଧ୍ୟ ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ପରିବହନ ବିଭାଗର ଲକ୍ଷ୍ମୀ ବସର ଯୋଡା ବ୍ଲକ ସୁପର ଭାଇଜର ରଞ୍ଜନ ମହାନ୍ତ କହିଛନ୍ତି, ଅନ୍ୟ ବ୍ଲକ ରେ ଚାଲୁଥିବା ଲକ୍ଷ୍ମୀ ବସ ଗୁଡିକରୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବସରୁ ଷ୍ଟିକର ଗୁଡ଼ିକ ହଟାଇ ଦିଆ ଯାଇଥିଲା। ଯୋଡା ବ୍ଲକରେ ରହି ଯାଇଥିଲା । ଏଣୁ ଏହାକୁ ହଟାଇ ଦିଆଯାଇଛି।
ସୁନ୍ଦରଗଡ ଜିଲା କୁତ୍ରା ବ୍ଲକରେ ନିଯୁକ୍ତ ହୋଇଥିବା ସଂଯୋଜକଙ୍କୁ ପଚାରିବାରୁ ସେମାନେ ଏହି ବିଷୟରେ ଜାଣି ନ ଥିବା କହିଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ ବିଡିଓ ଯୁଗଳ କିଶୋର ବିଶ୍ୱାଳଙ୍କୁ ଏନେଇ ପଚାରିବାରୁ, ଶଙ୍ଖ ଚିହ୍ନ ଉଠାଯିବା ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ଏହି ବସ ଦାୟିତ୍ୱରେ ଥିବା ଉଚ୍ଚ ଅଧିକାରୀଙ୍କ ପକ୍ଷରୁ ତାଙ୍କ ପାଖକୁ ନିର୍ଦ୍ଦେଶ ଆସି ନ ଥିବା ସେ କହିଛନ୍ତି। କୌଣସି ନିର୍ଦ୍ଦେଶ ବିନା ଏକକାଳୀନ ଅଧିକାଂଶ ଜିଲାରୁ ଲୋଗୋ ହଟାଇବା ନେଇ କୌଣସି ସନ୍ତୋଷ ଜନକ ଉତ୍ତର ନମିଳିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି।
ରାୟଗଡ଼ା ଜିଲାରେ ଚାଲିଥିବା ୪୧ ବସ୍‌ରୁ ବର୍ତ୍ତମାନ ମିଶନ ଶକ୍ତି ଲୋଗୋ ହଟିଯାଇଛି। ନୂଆ ସରକାର ଗଠନ ପରେ ଲକ୍ଷ୍ମୀ ବସ୍‌ ଯୋଜନା ବଳବତ୍ତର ରହିବ, ନା ହଟିଯିବ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗତ ମାର୍ଚ୍ଚରେ ଆସିଥିବା ୧୦ଟି ନୂତନ ବସ। ହେଲେ ସେଗୁଡିକ ଅଦ୍ୟାବଧି ପଞ୍ଜୀକରଣ ହୋଇନାହିଁ। ଏହା ପଞ୍ଜିକରଣ ହେବ, ନା ନାହିଁ ତାହାର ସୂଚନା ମଧ୍ୟ ନାହିଁ। ଏଣେ ମିଶନ ଶକ୍ତି ଲୋଗୋ କାହିଁକି ହଟାଗଲା ତାହା ଜଣାପଡ଼ିନାହିଁ। ଫଳରେ ଲକ୍ଷ୍ମୀ ବସ୍‌ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହେଉଥିବା ନେଇ ସାଧାରଣରେ ଆଲୋଚନା ଧରିଛି। ଏ ସମ୍ପର୍କରେ ଲକ୍ଷ୍ମୀ ବସ୍‌ ମ୍ୟାନେଜର ସୌମ୍ୟ ମିଶ୍ରଙ୍କୁ ପଚାରିବାରୁ କହିଛନ୍ତି ଯେ, ମିଶନ ଶକ୍ତି ଲୋଗୋ ହଟାଇବା ପାଇଁ ଅପରେଟରଙ୍କୁ ନିର୍ଦ୍ଦେଶ ମିଳିବା ପରେ ବାହାର କରାଗଲା।
ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ଚାଲୁଥିବା ଲକ୍ଷ୍ମୀ ବସ ଚଳାଚଳ ଦାୟିତ୍ୱରେ ଥିବା ସୁପରଭାଇଜର ଲିପୁନ ନାଏକଙ୍କୁ ପଚାରିବାରୁ ଏପରି କିଏ କରିଛି ଜାଣିନଥିବା କହିଛନ୍ତି। ବସ କର୍ମଚାରୀ ମାନେ ଜଳଖିଆ ଖାଉଥିବା ସମୟରେ କିଛି ବ୍ୟକ୍ତି ଷ୍ଟିକର ଖୋଲିଥିବା କହିଛନ୍ତି। ସୂଚନା ଥାଉକି, ଲକ୍ଷ୍ମୀବସର ରୂପରେଖ ବଦଳିବା ନେଇ ବୁଧବାର ଓଡ଼ିଶା ରାଜ୍ୟ ପରିବହନ ବିଭାଗର ଅତିରିକ୍ତ ସଚିବଙ୍କ ଠାରୁ ସୂଚନା ମିଳିଥିଲା। ଯଦି ଏପରି ଯୋଜନା ରହିଛି ତେବେ ଏହାକୁ ସାର୍ବଜନୀନ କରିବାରେ ସମସ୍ୟା କେଉଁଠି ବୋଲି ପ୍ରଶ୍ନ ଉଠିଛି। ବିଭିନ୍ନ ଜିଲାର ଅଧିକାରୀଙ୍କ ପ୍ରତିକ୍ରିୟା ମେଳ ଖାଉନଥିବାରୁ ଲୋକ ଚିନ୍ତାରେ ପଡ଼ିଛନ୍ତି। ବ୍ୟୟବହୁଳ ଯୋଜନାର ମାତ୍ର କିଛି ମାସ ବିତିଥିବାବେଳେ ଏହାର ରୂପରେଖ ବଦଳାଇ ଅଯଥା ବ୍ୟୟ ବଢ଼ାଇବା ଯୋଜନାକୁ ସାଧାରଣରେ ନାପସନ୍ଦ କରାଯାଉଛି। ଆଉଯଦି ଲକ୍ଷ୍ମୀ ଚଳାଚଳ ବନ୍ଦ ହୁଏ ତେବେ ଏହା ରାଜ୍ୟବାସୀଙ୍କ ପାଇଁ ଶୁଭଙ୍କର ନୁହେଁ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ

ଭୁବନେଶ୍ୱର, ୧୮ା୧୦: ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା। ଜାଗା ବିବାଦ ପାଇଁ ଦଶହରା ପରେ ବି ହୋଇନାହାଁନ୍ତି ବିସର୍ଜିତ। ଏଭଳି...

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri