ଅସରାଏ ବର୍ଷାରେ ସ୍କୁଲ ପରିସର ବେହାଲ

କେନ୍ଦୁଝର,୨୫ା୫(ସ୍ବ.ପ୍ର.): ସହର ସୌନ୍ଦର୍ଯ୍ୟକରଣ ଓ ୫-ଟି କାର୍ଯ୍ୟକ୍ରମରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭିତର ଓ ବାହାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଉନ୍ନତିକରଣ କାର୍ଯ୍ୟ କରାଯାଇଥିଲା। ତେବେ ବିଦ୍ୟାଳୟ ବାହାରେ ହୋଇଥିବା ପାଚେରି କାମ ଠିକ୍‌ ଭାବରେ ହୋଇ ନ ଥିବାରୁ ଅସରାଏ ବର୍ଷାରେ ପାଣି ଜମା ହୋଇ ଅପରିଷ୍କାର ତଥା ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଆଗକୁ ବର୍ଷା ଦିନ ଆସୁଥିବାରୁ ଅବସ୍ଥା କ’ଣ ହେବ ସେ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପାଣି ନିଷ୍କାସନ ହୋଇ ପାରୁ ନ ଥିବା ଏବଂ କାମ ଠିକ୍‌ ଭାବରେ ହୋଇ ନ ଥିବାରୁ ପାଣି ଜମା ହୋଇ ରହୁଥିବା କୁହାଯାଉଛି। ଏଭଳି ପାଣି ଜମି ରହିଲେ ପାଚେରି ନଷ୍ଟ ହେବା ଆଶଙ୍କା ରହୁଛି। ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Share